PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଏହି ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡାଉନ୍: ପ୍ରଭାବିତଙ୍କ ପାଇଁ ୫୦୦ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା

pic-indiatoday

ବେଙ୍ଗାଲୁରୁ, ୦୩/୦୬: ପୁଣି କୋଭିଡ୍ ଲକ୍‌ଡାଉନ୍ ବଢାଇଲେ କର୍ଣ୍ଣାଟକା ସରକାର। ରାଜ୍ୟରେ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। ଜୁନ୍ ୧୪ ସକାଳ ୬ ପର୍ଯ୍ୟନ୍ତ ପୂର୍ବରୁ ଲଗାଯାଇଥିବା ସମସ୍ତ କଟକଣା ଲାଗୁ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ତେବେ ଏଥର କୌଣସି କୋହଳ ପ୍ରକ୍ରିୟା ଘୋଷଣା କରାଯାଇ ନାହିଁ। ରାଜ୍ୟରେ ସକ୍ରିୟ ହାର ୫ ପ୍ରତିଶତ ହେଲେ କିମ୍ବା ତା’ଠାରୁ ତଳକୁ ଖସିଲେ ଯାଇ ଲକ୍‌ଡାଉନ୍‌ରେ କୋହଳ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ହେଲେ କୋଭିଡ୍‌ ଲଗ୍‌ଡାଉନ୍‌ରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ପାଇଁ ପୁଣିଥରେ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଏଥର ୫୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି। ଏହି ଘୋଷଣା ଅନୁସାରେ, ବୁଣାକାର କର୍ମଚାରୀ, ମତ୍ସଜୀବୀ, ସରକାର ଅଧୀନରେ ଥିବା ପୂଜକ ଓ ଆଶା କର୍ମଚାରୀମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ଏହା ପୂର୍ବରୁ ମଧ୍ୟ କର୍ଣ୍ଣାଟକା ସରକାର କୋଭିଡ୍ ଲକ୍‌ଡାଉନ୍‌ ପ୍ରଭାବିତଙ୍କ ପାଇଁ ୧୨୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଥିଲେ। ଲକ୍‌ଡାଉନ୍‌ ଜୀବୀକା ହରାଇଥିବା ଲୋକମାନଙ୍କୁ ଏହି ସହାୟତା ରାଶି ଦିଆଯାଇଥିଲା।

ସୂଚନା ଥାଉକି ରାଜ୍ୟରେ ବୁଧବାର ୧୬,୩୮୭ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ୪୬୩ ଜଣଙ୍କର ଜୀବନ ଯାଇଥିଲା। ଫଳରେ ରାଜ୍ୟରେ ମୋଟ ସକ୍ରିୟ ହାର ୧୧.୨୨ ପ୍ରତିଶତ ରହିଥିଲା।