କର୍ଣ୍ଣାଟକରେ ନାଟକ ହୋଇପାରିଲାନି ଆସ୍ଥା ଭୋଟ; ରାତିତମାମ ଗୃହ ଭିତରେ ବିଜେପି ସଦସ୍ୟଙ୍କ ଧାରଣା

ବେଙ୍ଗାଲୁରୁ,୧୯/୭(ଏଜେନ୍ସି): କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ନାଟକ ଚରମସୀମାରେ ପହଞ୍ଚିଛି । ଗୁରୁବାର ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍‌ ହେବା ପୂର୍ବରୁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି କେ ଆର ରମେଶ କୁମାର । ଏହାକୁ ବେିରାଧ କର ବି​‌ଜେପି ବିଧାୟକମାନେ ଗୃହ ମଧ୍ୟରେ ଧାରଣାରେ ବସିଛନ୍ତି । ରାଜ୍ୟପାଳ ଲେଖିଥିବା ଚିଠିର ବାଚସ୍ପତି ଜବାବ ଦିଅନ୍ତୁ ଏବଂ ତୁରନ୍ତ ଆସ୍ଥା ଭୋଟ ହେଉ ବୋଲି ସେମାନେ ଦାବି କରିଛନ୍ତି । ଏମିତିକି ସେମାନେ ରାତିତମାମ ବିଧାନସଭା ପରିସରରେ ଧାରଣାରେ ବସି ରହିଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତି ଆହୁରି ସଂକଟ ମଧ୍ୟକୁ ଚାଲିଯାଇଛି । ତେବେ ରାଜ୍ୟପାଳ ବଜୁ ଭାଇ ରୁଦା ଭାଇ ବାଲା ଆଜି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ଚିଠି ଲେଖିଛନ୍ତି ।

ସେଥିରେ ସେ ଆସନ୍ତା କାଲି (ଶୁକ୍ରବାର) ଅପରାହ୍ନ ୧.୩୦ରେ ଆସ୍ଥା ଭୋଟ୍‌ ଲୋଡିବାକୁ କହିଛନ୍ତି । ୧୬ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବା ପରେ ମେଣ୍ଟ ସରକାର ସଂଖ୍ୟାଲଘୁର ସମ୍ମୁଖୀନ ହୋଇଥିଲା । ଏହାର ଫାଇଦା ଉଠାଇ ବିଜେପି ଅନାସ୍ଥା ଭୋଟ ଆଣିବ ବୋଲି କହିଥିଲା । ଏହାପରେ ବାଧ୍ୟହୋଇ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ ଆସ୍ଥା ଭୋଟ୍‌ ପ୍ରସ୍ତାବ ଦେଇଥିଲେ । ଆଜି ଆସ୍ଥା ଭୋଟ ପାଇଁ ସମୟ ଧାର୍ଯ୍ୟ ହୋଇଥଲିା
ବେଳେ ବିଧାନସଭାରେ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ପ୍ରବଳ ବାକ୍‌ଯୁଦ୍ଧ ଓ ହଟ୍ଟଗୋଳ ଆସ୍ଥା ଭୋଟକୁ ବିଳମ୍ବିତ କରିଥିଲା ।

ସେପଟେ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୯ରୁ ଅଧିକ ବିଧାୟକ ଅନୁପସ୍ଥିତ ରହିବା ଯୋଗୁ ଆସ୍ଥା ଭୋଟ୍‌ ପାଇଁ କୁମାରସ୍ୱାମୀ ସରକାର ପଛଘୁଞ୍ଚା ଦେଇଥିଲା । ଏଭଳି ପରିସ୍ଥିତିରେ ଆସ୍ଥା ଭୋଟ ହେବା ପୂର୍ବରୁ ବାଚସ୍ପତି ରମେଶ କୁମାର ଗୃହ ମୁଲତବି ରଖବିାରୁ ଆହୁରି ଅଡୁଆ ସ୍ଥିତି ଉପୁଜିଛି । ଗୁରୁବାର ଆସ୍ଥା ଭୋଟ ହେବ ବୋଲି କଛିଦିନି ପୂର୍ବରୁ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ କହିଥିଲେ । ତେଣୁ ଆଜି ପୂର୍ବାହ୍ନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଆସ୍ଥା ଭୋଟ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥଲିା । ଜଣକ ପରେ ଜଣେ ବିଧାୟକ ଏ ନେଇ ଯୁକ୍ତି ଉପସ୍ଥାପନ କରଥିେିଲ । ଶାସକ ଓ ବେିରାଧୀ ବଧିାୟକମାନେ ପରସ୍ପରକୁ ସମାଲୋଚନା କରିଥିଲେ ।

ଆସ୍ଥା ଭୋଟ ବିଳମ୍ବିତ ହେବାରୁ ରାଜ୍ୟ ବିଜେପି ମୁଖ୍ୟ ବି ଏସ୍‌ ୟେଦ୍ୟୁରପ୍ପା ବିରକ୍ତି ପ୍ରକାଶ କରିଥିଲେ । ସେ କହିଥିଲେ, କଂଗ୍ରେସ ଓ ଜେଡିଏସ୍‌ ବିଧାୟକମାନେ ଜାଣିଶୁଣି ଅଧିକ ସମୟ ଚର୍ଚ୍ଚା କରୁଛନ୍ତି । ସେମାନେ ଗୃହ କାର୍ଯ୍ୟରେ ଯୋଜନାବଦ୍ଧ ଭାବେହଟ୍ଟଗୋଳ ସୃଷ୍ଟି କରୁଛନ୍ତି । କିନ୍ତୁ ସେମାନଙ୍କର ଏହି ଚାଲ୍‌ ସବୁ ଧରାପଡ଼ିଛି । ଆବଶ୍ୟକ ପଡ଼ିଲେ ରାତି ସାରା ଅପେକ୍ଷା କରାଯିବ । ଆଜି ହିଁ ଆସ୍ଥା ଭୋଟ ହେବ ବୋଲି ସେ ଜିଦ୍‌ ଧରିଥିଲେ । ମେଣ୍ଟ ସରକାର ବର୍ତ୍ତମାନ ସଂଖ୍ୟାଲଘୁକୁ ଚାଲିଆସିଥିବାରୁ ବିଧାୟକମାନେ ଅଯଥା ଜାଣିଶୁଣି ବିଶୃଙ୍ଖଳା ଘଟାଉଥିବା ସେ କହିଛନ୍ତି ।

ବିଧାନସଭାରେ ଏଭଳି ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ରାଜ୍ୟପାଳ ବଜୁଭାଇ ରୁଦାଭାଇ ବାଲା ବାଚସ୍ପତି ରମେଶ କୁମାରଙ୍କୁ ଚିଠି ଲେଖି ଆଜି ହିଁ ଆସ୍ଥା ଭୋଟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଂକଟକୁ ଦୂର କରି ଲୋକଙ୍କ ହିତ ଦୃଷ୍ଟିରୁ ଆସ୍ଥା ଭୋଟ୍‌ କରାଯାଉ ବୋଲି ସେ କହିଥିଲେ । କିନ୍ତୁ ତାଙ୍କର ଏଭଳି ହସ୍ତକ୍ଷେପ କୌଣସି କାମ ଦେଇନାହିଁ । ରାଜ୍ୟପାଳଙ୍କ ଏଭଳି ହସ୍ତକ୍ଷେପକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି । କଂଗ୍ରେସ ବିଧାୟକ ଏଚ୍‌ କେ ପାଟିଲ କହିଛନ୍ତି, ସମ୍ବିଧାନ ଅନୁସାରେ ରାଜ୍ୟପାଳ ଏଭଳି ଭାବେ ଗୃହକାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ରାଜ୍ୟପାଳଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିକୁ ବାଚସ୍ପତି ରମେଶ କୁମାର ଗୃହରେ ପଢ଼ି ସମସ୍ତଙ୍କୁ ଶୁଣାଇଥିଲେ ।

କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟର ମୋଟ ୧୯ ବିଧାୟକ ଆଜି ଗୃହକାର୍ଯ୍ୟରେ ଅନୁପସ୍ଥିତ ଥିଲେ । ୧୬ ଜଣ ବିଦ୍ରୋହୀ ବିଧାୟକ ଗୃହକାର୍ଯ୍ୟରେ ସାମିଲ ନ ହୋଇ ମୁମ୍ବାଇର ଏକ ହୋଟେଲରେ ରହୁଛନ୍ତି । ଏହାବ୍ୟତୀତ ଆଉ ୩-୪ ଜଣ ବିଧାୟକ ମଧ୍ୟ ଅନୁପସ୍ଥିତ ଅଛନ୍ତି । ଇସ୍ତଫା ଦେଇନଥିବା କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ ମୁମ୍ବାଇସ୍ଥିତ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ବାବଦରେ କର୍ଣ୍ଣାଟକ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁ ରାଓ ବିଧାନସଭାରେ କହିଛନ୍ତି, ଆମ ବିଧାୟକମାନେ ଯେଉଁ ରିସର୍ଟରେ ରହୁଛନ୍ତି, ତାହାକୁ ଲାଗି ଏକ ଭଲ ହସ୍ପିଟାଲ ରହିଛି । କିନ୍ତୁ ପାଟିଲ ଚିକିତ୍ସା ପାଇଁ ମୁମ୍ବାଇ କାହିଁକି ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଆମେ ଜାଣିଛୁ । ତାଙ୍କର କିଛି ବି ହୋଇନାହିଁ । ବିଜେପିର ଷଡ଼ଯନ୍ତ୍ର ଯୋଗୁ ଏଭଳି ଘଟୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବିଧାନସଭାରେ ଶାସକ ଓ ବିରୋଧୀ ବିଧାୟକଙ୍କ ଏଭଳି ହଙ୍ଗାମା ଜାରି ରହିଥିଲା ବେଳେ ବାଚସ୍ପତି ରମେଶ କୁମାର ଗୃହକୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ଫଳରେ ଆଜି ବିଧାନସଭାରେ ଆସ୍ଥା ଭୋଟ ହୋଇପାରି ନାହିଁ । ବିଜେପି ବିଧାୟକମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । ଏହାପରେ ବିଜେପି ରାଜ୍ୟ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ଗୃହରେ ଧାରଣାରେ ବସିଥିଲେ । କଂଗ୍ରେସ ଓ ଜେଡିଏସ୍‌ର ପ୍ରଭାବରେ ବାଚସ୍ପତି ଜାଣିଶୁଣି ଗୃହ ମୁଲତବୀ ରଖିଥିବା ସେ ଅଭିଯୋଗ କରିଥିଲେ ।

ଅନ୍ୟପକ୍ଷରେ ୧୬ ବିଦ୍ରୋହୀ ବିଧାୟକଙ୍କୁ ମନାଇ ଆଣିବା ପାଇଁ କଂଗ୍ରେସର ୩-୪ ଜଣ ବିଧାୟକ ମୁମ୍ବାଇ ଗସ୍ତ କରିଛନ୍ତି । ସଂଖ୍ୟା ଖେଳରେ ମେଣ୍ଟ ସରକାର ଦୋହଲିବା ସ୍ଥିତିକୁ ଚାଲିଆସିଥିବାରୁ ଶେଷ ପ୍ରୟାସ ସ୍ୱରୂପ ସେମାନଙ୍କୁ ମନାଇବା ଲାଗି ଉଦ୍ୟମ କରାଯାଇଛି । କିନ୍ତୁ ସେମାନେ ଏଥିରେ ବିଫଳ ହେବେ ବୋଲି କୁହାଯାଉଛି । କାରଣ ପୂର୍ବରୁ ସେମାନଙ୍କୁ ମେଣ୍ଟ ପକ୍ଷରୁ ଯେତେ ବି ଅଫର ଦିଆଯାଇଥିଲା, ତାହାକୁ ସେମାନେ ଗ୍ରହଣ କରିନଥିଲେ । ଏଭଳି ପରିସ୍ଥିତିରେ କୁମାରସ୍ୱାମୀ ସରକାର ଭାଙ୍ଗିବାଟା ନିଶ୍ଚିତ ବୋଲି ରାଜନୈତିକ ବିଶାରଦମାନେ କହିଛନ୍ତି ।

କର୍ଣ୍ଣାଟକ ବିଧାନସଭାର ମୋଟ ଆସନ ସଂଖ୍ୟା ଏବେ ୨୨୪ ରହିଛି । ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାକୁ ମଞ୍ଜୁରି ମିଳିଲେ ଆସନ ସଂଖ୍ୟା ୨୦୮କୁ ହ୍ରାସ ପାଇବ । ସେହିଭଳି ବିଧାୟକ ରୋଶନ୍‌ ବାଗ ଏବେ ନିଲମ୍ବନରେ ଥିବା ବେଳେ ବିଧାୟକ ପାଟିଲଙ୍କ ଚିକିତ୍ସା ମୁମ୍ବାଇ ହୋଟେଲରେ ଚାଲିଛି । ଆଉ କେତେଜଣ ଉପସ୍ଥିତ ନଥିବାରୁ ଗୃହର ମୋଟ ଆସନ ସଂଖ୍ୟା ପାଖାପାଖି ୨୦୫କୁ ହ୍ରାସ ପାଇଛି । ମେଣ୍ଟ ଦଳର ବିଧାୟକମାନେ ଅନୁପସ୍ଥିତ ଥିବାରୁ ସରକାର ଆବଶ୍ୟକ ସମର୍ଥନ ହାସଲ କରିପାରିବେ ନାହିଁ ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now