ମୋଦୀ ନିର୍ବାଚନ ଜିତିଲେ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି କହିଲେ କର୍ଣ୍ଣାଟକ ମନ୍ତ୍ରୀ

ମହୀଶୂର ୧୨।୪: ଲୋକସଭା ନିର୍ବାଚନ ସମୟରେ ବିଭିନ୍ନ ନେତାମାନଙ୍କର ବୟାନ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଏହି କ୍ରମରେ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୈାଡ଼ାଙ୍କ ବଡ଼ ପୁଅ ରେଭନ୍ନା ଘୋଷଣା କରିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଲୋକସଭା ଆସନରୁ ପୁନର୍ବାର ନିର୍ବାଚିତ ହୋଇ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ। ରେଭନ୍ନା ଏବେ କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଅଛନ୍ତି।

କର୍ଣ୍ଣାଟକର ମହୀଶୂରଠାରେ ​‌ରେଭନ୍ନା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବିଜେପି ଏଥର କ୍ଷମତାକୁ ଆସିବେ ନାହିଁ। ଏଚଡି ରେଭନ୍ନା  କହିଛନ୍ତି, ମୁଁ ଜାଣିବାକୁ ଚାହୁଁଛି ଯେ, ମୋଦୀ ଗତ ପାଞ୍ଚ ବର୍ଷରେ କୃଷକଙ୍କ ପାଇଁ କଣ କରିଛନ୍ତି। କର୍ଣ୍ଣାଟକ ରାଜ୍ୟ ସରକାର   ୧୫ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଉପକୃତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ତାଲିକା ପଠାଇଛନ୍ତି। ମାତ୍ର କେନ୍ଦ୍ର କହୁଛି ଯେ, ଏ ପର୍ଯ୍ୟନ୍ତ ତାଲିକା ପହଞ୍ଚି ନାହିଁ।                

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ମାକ୍ସଓ୍ବେଲ କାହିଁକି କେଏଲ ରାହୁଲଙ୍କୁ ମାଗିଲେ କ୍ଷମା? ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା