ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଭୋଟରଙ୍କୁ ଆକର୍ଷିତ କରିବାକୁ କର୍ଣ୍ଣାଟକର ଏହି ମନ୍ତ୍ରୀ ଜଣକ କଲେ ନାଗିନ ଡ୍ୟାନ୍ସ

ନୂଆଦିଲ୍ଲୀ,୧୧।୪: ନିର୍ବାଚନରେ ଭୋଟ ପାଇବା ପାଇଁ ନେତାମାନେ ଯେ କୌଣସି କାମ କରିବାକୁ ପ୍ରସ୍ତୁତ। ଏଇ ଯେମିତି କର୍ଣ୍ଣାଟକରେ ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରଚାର କରୁଥିବା ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଲୋକଙ୍କ ଆଗରେ ନାଗିନ୍ ଡ୍ୟାନ୍ସ କରି ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ମନ୍ତ୍ରୀଜଣକ ହେଉଛନ୍ତି ରାଜ୍ୟର ଗୃହ ଉନ୍ନୟନ ମନ୍ତ୍ରୀ ଏମ୍‍ଟିବି ନାଗରାଜ। ଗତ ମଙ୍ଗଳବାର ସେ ଏବଂ ତାଙ୍କର ସମର୍ଥକ ନାଗିନ୍ ଡ୍ୟାନ୍ସ କରିଥିଲେ। ଯାହାବି ହେଉ କିନ୍ତୁ ମନ୍ତ୍ରୀଙ୍କର ନାଗିନ୍ ଡ୍ୟାନ୍ସ ପାଇଁ ସେଠାରେ ଉପସ୍ଥିତ ଲୋକଙ୍କୁ ଖୁବ୍ ମନୋରଞ୍ଜନ ହୋଇଥିଲା। ବେଙ୍ଗାଲୁର ଠାରୁ ୨୭ କିଲୋମିଟର ଦୂର ହୋସ୍କଟ ନାମକ ସ୍ଥାନରେ ମନ୍ତ୍ରୀ ନାଗରାଜ ୧୦ ମିନିଟ୍ ପର୍ଯ୍ୟନ୍ତ ଡ୍ୟାନ୍ସ କରିଛନ୍ତି। ଏବେ ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ।

wp:html /wp:html

କୁହାଯାଉଛି ଯେ, ମନ୍ତ୍ରୀଙ୍କର ନିର୍ବାଚନ ପ୍ରଚାର ସମୟରେ   ୧୯୫୪ରେ ରିଲିଜ୍ ହୋଇଥିବା ‘ନାଗିନ’ ଫିଲ୍ମର ଗୀତ ବାଜୁଥିଲା। ଯାହାକୁ ଶୁଣି ମନ୍ତ୍ରୀଜଣକ ନିଜକୁ ଆଉ ରୋକି ପାରିନଥିଲେ ଓ ନାଚିବାରେଲାଗିଯାଇଥିଲେ। ମନ୍ତ୍ରୀଙ୍କର ନାଚ ପ୍ରସଙ୍ଗରେ ଯେତେବେଳେ ଦଳର କର୍ମୀଙ୍କୁ ପଚରାଯାଇଥିଲା ସେମାନେ କହିବାକୁ ଚାହିଁନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.