ଆତଙ୍କୀ ଅନୁପ୍ରବେଶକୁ ନେଇ କର୍ଣ୍ଣାଟକରେ ହାଇଆଲର୍ଟ

ବେଙ୍ଗାଲୁରୁ ୨୭/୮ : ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ୬ ଜଣ ଆତଙ୍କୀ ସମୁଦ୍ର ପଥ ଦେଇ ଭାରତରେ ଅନୁପ୍ରବେଶ କରିଛନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ କେରଳ ଓ ତାମିଲନାଡୁରେ ହାଇଆଲର୍ଟ ଜାରି କରାଯାଇଥିଲା । ଏବେ ସେହିଭଳି ଆଲର୍ଟ କର୍ଣ୍ଣାଟକରେ ମଧ୍ୟ ଜାରି କରାଯାଇଛି । ଗୁଇନ୍ଦା ସୂଚନା ଅନୁସାରେ କର୍ଣ୍ଣାଟକର ଉଡୁପି ଜିଲ୍ଲାର ମାଲ୍‌ପେ ଅଞ୍ଚଳରେ ଆତଙ୍କୀମାନେ ପ୍ରବେଶ କରିଥିବାର ଆଶଙ୍କା କରାଯାଉଛି ।

ଏହି କାରଣରୁ ଯଦି କୌଣସି ସନ୍ଦେହଜନକ ବ୍ୟକ୍ତିଙ୍କୁ କେହି ଦେଖନ୍ତି ତୁରନ୍ତ ସ୍ଥାନୀୟ ପୁଲିସକୁ ସୂଚନା ଦେବା ଲାଗି ପରାମର୍ଶ ଦିଆଯାଇଛି ।

ଏଥିସହିତ ଲୋକମାନଙ୍କୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ମାଲପେ ଥାନାର ଇନ୍ସପେକ୍ଟର ପ୍ରମୋଦ କୁମାର କହିଛନ୍ତି ଯେ ଗୁଇନ୍ଦା ସୂଚନା ମିଳିବା ପରେ ସବୁ ଥାନାକୁ ସତର୍କ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ପରାମର୍ଶ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ଏବେ କ୍ବାରେଣ୍ଟାଇନ୍‌ରେ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶଓ୍ବନ୍ତ ସିଂହଙ୍କ ପରଲୋକ, ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ

କରୋନା ରୋଗୀଙ୍କ ଠାରେ ଭିଟାମିନ୍‌—ଡି କେତେ ଜରୁରୀ ଜାଣନ୍ତୁ

ଆଉ କେତେ ଦିନ ଯାଏ ଅପେକ୍ଷା କରିବ ଭାରତ- ୟୁଏନ୍‌ରେ ପିଏମ୍‌ ମୋଦିଙ୍କ ଦମ୍ଭୋକ୍ତି

କରୋନା ଭାକ୍‌ସିନ୍ ପାଇଁ ୮୦ ହଜାର କୋଟି ଅଛି ତ ? ସରକାରଙ୍କୁ ସୀରମ୍‌ ସିଇଓଙ୍କ ପ୍ରଶ୍ନ