କରତାରପୁର କରିଡର ଉଦଘାଟନ କଲେ ମୋଦି, ଜାଣନ୍ତୁ ଗୁରୁଦାସପୁରରୁ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଗୁରୁଦାସପୁରସ୍ଥିତ ଡେରା ବାବା ନାନକରୁ କରତାରପୁର କରିଡରର  ଉଦ୍‌ଘାଟନ କରିଛନ୍ତି। ପାକିସ୍ତାନ ପଟୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏହି କରିଡରକୁ ଉଦଘାଟନ କରିଛନ୍ତି। ଆଜି ଏହାକୁ ଉଦଘାଟନ କରିବା ପରେ ମୋଦି ସିଖ୍ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରି କହିଥିଲେ, ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ ପୂର୍ବରୁ କରତାରପୁର କରିଡର ଶୁଭାରମ୍ଭ ହେବାଦ୍ବାରା ଖୁବ୍ ଖୁସି ଲାଗୁଛି। ଭାରତ ସହିତ ସାରା ବିଶ୍ବରେ ଯେତେ ସବୁ ସିଖ୍ ରହିଛନ୍ତି ତାଙ୍କ ପାଇଁ ଆଜି ଖୁବ୍ ଖୁସିର ଦିନ।

ମୋଦି ନିଜର ଭାଷଣର ଆରମ୍ଭରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାମ ନେଇ କହିଥିଲେ, ମୁଁ ନିଜର ପାକିସ୍ତାନୀ ସମକକ୍ଷଙ୍କୁ ଧନ୍ୟବାଦ ଜଣାଉଛି। ସେ କରତାରପୁର କରିଡର ନିର୍ମାଣ ପାଇଁ ସକାରତ୍ମକ ପଦକ୍ଷେପ ନେଇଛନ୍ତି, ଯେଉଁ କାରଣରୁ ଭାରତର ସିଖଙ୍କ ମୁହଁରେ ହସ ଫୁଟିଛି। ମୁଁ ପାକିସ୍ତାନକୁ ଧନ୍ୟବାଦ ଜଣାଉଛି। ଆମର କାନ୍ଧରେ କାନ୍ଧ ମିଳାଇ କରିଡର ନିର୍ମାଣ କରିବାରେ ସହଯୋଗ କରିଥିଲେ। ଏହି ସମୟରେ ମୋଦି ଗୁରୁନାନକଙ୍କ ମହିମା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

ଆଜି କରତାରପୁର କରିଡର ଉଦ୍‌ଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ, ଗୁରୁଦାସପୁର ସାଂସଦ ସନ୍ନି ଦେୱଲ ଏବଂ ପଞ୍ଜାବ ସରକାରର ସମସ୍ତ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ସମାରୋହରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗୁରୁ ନାନକଙ୍କ ସ୍ମୃତିରେ ପ୍ରସ୍ତୁତ ହୋଇଥିବା ୫୫୦ ଟଙ୍କାର ମୁଦ୍ରା ଉନ୍ମୋଚନ କରିଛନ୍ତି। ଏହା ସହ ୫ଟି ଡାକ ଟିକେଟ୍‌ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଡାକ ଟିକେଟରେ ୫ଟି ଗୁରୁଦ୍ବାରର ଫଟୋ ଚିତ୍ର ରହିଛି।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର