ବାରମ୍ବାର ପ୍ରତିଶୃତିରୁ ଓହରୁଛି ପାକିସ୍ତାନ, କରତାରପୁର ଯିବାକୁ ଥିବା ଶ୍ରଦ୍ଧାଳୁଙ୍କଠାରୁ ଆଦାୟ କରିବ ପ୍ରବେଶ କର

ନୂଆଦିଲ୍ଲୀ,୮।୧୧: କରତାରପୁର କରିଡର ଉଦଘାଟନକୁ ନେଇ ପାକିସ୍ତାନ ପୁଣିଥରେ ନିଜର ପ୍ରତିଶୃତିରୁ ଓହରି ଯାଇଛି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବ ପ୍ରତିଶୃତିର ଓଲଟାରେ ଯାଇ ପାକିସ୍ତାନ ପକ୍ଷରୁ କୁହାଯାଇଛି କରତାରପୁରକୁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ପ୍ରବେଶ କର ଆଦାୟ କରାଯିବ।ଗତ ସପ୍ତାହରେ ଇମ୍ରାନ ଘୋଷଣା କରିଥିଲେ ଯେ କରତାରପୁର କରିଡର ଉଦଘାଟନ ଦିନ(ନଭେମ୍ବର ୯ ) ଓ ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ( ନଭେମ୍ବର ୧୨ ତାରିଖ) ଆସିବାକୁ ଥିବା ଶିଖ ତୀର୍ଥଯାତ୍ରୀଙ୍କଠାରୁ କୌଣସି ଅର୍ଥ  ନିଆଯିବ ନାହିଁ।  କିନ୍ତୁ ଏବେ ଏହାର ଠିକ୍ ଓଲଟା ହୋଇଛି।

ଆଜି ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି,ଆସନ୍ତା କାଲି ଅର୍ଥାତ ଉଦଘାଟନ ଦିନଠାରୁ ହିଁ ପ୍ରତି ଯାତ୍ରୀଙ୍କଠାରୁ ୨୦ ଡଲାର (୧୪ଶହ ଟଙ୍କା) ଲେଖାଏଁ ସଂଗ୍ରହ କରାଯିବ। ଯାହାଫଳରେ ଏବେ ପ୍ରମାଣିତ ହୋଇଯାଇଛି ଯେ, ପାକିସ୍ତାନରେ ଇମ୍ରାନଙ୍କର କଥାକୁ କେହି ଗୁରୁତ୍ବ ଦେଉ ନାହାନ୍ତି। କେବଳ ଏହି କଥା ନୁହେଁ,ଏହା ପୂର୍ବରୁ  ଇମ୍ରାନ କହିଥିଲେ ଯେ କରତାରପୁର  ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ପାସପୋର୍ଟ ଆବଶ୍ୟକ ହେବ ନାହିଁ । ଏହା ସହିତ ଉଦଘାଟନ କରାଯିବା ଦିନ ମଧ୍ୟ ଶ୍ରଦ୍ଧାଳୁଙ୍କଠାରୁ ପ୍ରବେଶ କର ନିଆଯିବ ନାହିଁ। ତେବେ ଇମ୍ରାନଙ୍କ କଥାକୁ ପାକିସ୍ତାନ ସେନା ଖଣ୍ଡନ କରିବା ସହ ପାସପୋର୍ଟ ବାଧ୍ୟତାମୂଳକ ବୋଲି କହିଥିଲା। ଏବେ ପୁଣିଥରେ ଦ୍ବିତୀୟ ପ୍ରତିଶୃତିରୁ ମଧ୍ୟ ଓହରିଛି।  

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର