PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

କର୍ତ୍ତାରପୁର କରିଡର ଉପରେ ଭାରତ-ପାକିସ୍ତାନ ରାଜି, ୨ ଅପ୍ରେଲରେ ଆଉ ଏକ ବୈଠକ

ନୂଆଦିଲ୍ଲୀ,୧୪।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରାୟ ୧ ମାସ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି କର୍ତ୍ତାରପୁର କରିଡର ଗଠନ ନେଇ ବୈଠକ ହୋଇଛି। କର୍ତ୍ତାରପୁର କରିଡର ଉପରେ  ହୋଇଥିବା ବୈଠକରେ ଦୁଇ ଦେଶ ପକ୍ଷରୁ ସହମତି ପ୍ରକାଶ ପାଇଛି। କର୍ତ୍ତାରପୁର ଶିଖ୍‌ କରିଡରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ବୈଠକରେ ଭିସାମୁକ୍ତ ତୀର୍ଥଯାତ୍ରା ପାଇଁ ଦାବି କରିଛି ଭାରତ। ପ୍ରତିଦିନ ୫ ହଜାର ଭାରତୀୟ ଶ୍ରଦ୍ଧାଳୁ ପାକିସ୍ତାନ ଯିବେ ବୋଲି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଉଭୟ ରାଷ୍ଟ୍ର ପକ୍ଷରୁ ଜାରି କରାଯାଇଥିବା ଏକ ମିଳିତ ବିବୃତ୍ତିରେ କୁହାଯାଇଛି ଏହି କର୍ତ୍ତାରପୁର ସାହିବ୍‌ କରିଡରର ବିଭିନ୍ନ ଦିଗ ଓ ବ୍ୟବସ୍ଥାକୁ ନେଇ ବ୍ୟାପକ ଏବଂ ଗଠନ ମୂଳକ ଆଲୋଚନା ହୋଇଛି। ଆସନ୍ତା ୨ ଅପ୍ରେଲରେ ଓ୍ବାଘାରେ ଆଗାମୀ ବୈଠକ ଆୟୋଜନ କରାଯିବା ନେଇ ଦୁଇଦେଶ ସହମତି ପ୍ରକାଶ କରିଛନ୍ତି।

ଏହା ଶିଖ୍‌ ଧର୍ମର ମହାନ ଗୁରୁ ନାନକଙ୍କ ଅନ୍ତିମ ବିଶ୍ରାମସ୍ଥଳ ଏବଂ ଏଠାରେ ଥିବା ଗୁରୁଦ୍ୱାରା ଦରବାର ସାହିବ ଭାରତୀୟଙ୍କ ଧାର୍ମିକ ମନୋଭାବ ଜଡ଼ିତ ଥିବାରୁ ଭାରତ ପକ୍ଷରୁ ଦୀର୍ଘଦିନ ଧରି ଏହି କରିଡରକୁ ଗୁରୁତ୍ୱ ଦିଆଯାଇ ଆସୁଛି। ଏହି କରିଡର ପାକିସ୍ତାନୀ ସହର କର୍ତ୍ତାରପୁର ସ୍ଥିତ ଗୁରୁଦ୍ବାର ଦରବାର ସାହିବଙ୍କୁ ଭାରତର ଗୁରୁଦାସପୁର ଜିଲ୍ଲା ସହ ଯୋଡିବ। ଏହି ପ୍ରୋଜେକ୍ଟ ଉପରେ ଦୁଇ ଦେଶ ସହମତି ପ୍ରକାଶ କରିବାର ୩ ପାସ ପରେ ଏହି ବୈଠକ ହୋଇଛି।

ଭାରତ ଓ ପାକିସ୍ତାନ ମଧ୍ୟରେ କର୍ତ୍ତାରପୁର କରିଡରକୁ ନେଇ ଏହାଥିଲା ପ୍ରଥମ ବୈଠକ। ଏହି ବୈଠକ ପରେ ଗୃହମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଭାରତ ଏବେ ବି ନିଜର ଏଜେଣ୍ଡାକୁ ଜାରି ରଖିଛି। ଆତଙ୍କବାଦ ଓ ଆଲୋଚନା ଏକାଠି ଚାଲିପାରିବ ନାହିଁ। ଏହି କାରଣରୁ ଭାରତୀୟ ପ୍ରତିନିଧି ମଣ୍ଡଳୀର ଅଧିକାରୀ ପାକିସ୍ତାନୀ ଅଧିକାରୀଙ୍କ ସହ ହାତ ମିଳାଇନଥିଲେ।  କେବଳ କର୍ତ୍ତାରପୁର କରିଡର ସମ୍ପର୍କରେ ହିଁ କଥା ହୋଇଛି।
ବୈଠକରେ ଭାରତ ପକ୍ଷରୁ ଗୃହମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ଭାରତର ପ୍ରତିନିଧି ମଣ୍ଡଳୀ ସାମିଲ ହୋଇଥିଲେ। ସେଭଳି ପାକିସ୍ତାନ ପକ୍ଷରୁ ବୈଦେଶିକ କାର୍ଯ୍ୟାଳୟର ଦକ୍ଷିଣ ଏସିୟା ମହାନିର୍ଦେଶକ ମହମ୍ମଦ ଫୈସଲଙ୍କ ନେତୃତ୍ବରେ ୧୮ ସଦସ୍ୟ ବିଶିଷ୍ଟ ଦଳ ଯୋଗ ଦେଇଥିଲେ।    

ସମ୍ବନ୍ଧିତ ଖବର