ପ୍ରମୁଖ ଖବର
  • କେକେଆର ବନାମ ଆରସିବି: ୬ ଓ୍ବିକେଟ ହରାଇ ୧୮୨ ରନ୍‌ କଲା ବେଙ୍ଗାଲୁରୁ
  • ||
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ତାପସୀଙ୍କ ହାତରୁ ଚାଲିଗଲା ଫିଲ୍ମ 'ପତି, ପତ୍ନୀ ଔର୍ ୱୋ', କାରଣ ଜାଣିବା ପରେ କାର୍ତ୍ତିକଙ୍କ ଉପରେ ବଢିଯିବ ରାଗ

ମୁମ୍ବାଇ ୨୭/୧: ୭୦ ଦଶକର ସୁପରହିଟ୍ କମେଡି ଫିଲ୍ମ ‘ପତି, ପତ୍ନୀ ଓର୍ ୱୋ’ର ରିମେକରୁ ତାପସୀ ହଟିସାରିଛନ୍ତି ଏବଂ ତାଙ୍କ ବଦଳରେ ଭୂମି ପେଡେନକରଙ୍କ ଏଣ୍ଟ୍ରି ହୋଇଛି । ଗତ ଦିନରେ ଫିଲ୍ମ ନିର୍ମାତା ଷ୍ଟାରକାଷ୍ଟ ମଧ୍ୟ ଘୋଷଣା କରିସାରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହା ପୂର୍ବରୁ ତାପସୀ ପନ୍ନୁଙ୍କ ଏଣ୍ଟ୍ରିକୁ ନେଇ ଖବର ସାମ୍ନାକୁ ଆସୁଥିଲା । କିନ୍ତୁ ଏବେ ଅଚାନକ ତାଙ୍କୁ ଆଉଟ୍ କରିବାର ଖବର ସାମ୍ନାକୁ ଆସିବା ପରେ ସେ ମଧ୍ୟ ଚକିତ ହୋଇ ନିର୍ମାତାଙ୍କୁ ଏହାର କାରଣ ପଚାରିଛନ୍ତି ।

ତେବେ ମେକର୍ସ ଏହା କହି କଥା ବୁଲେଇ ଦେଲେ ଯେ ତାଙ୍କୁ ଏହି ରୋଲ୍ ପାଇଁ ନିଆଯାଇଥିଲା କିନ୍ତୁ ବୋର୍ଡରେ ତାଙ୍କୁ ଫିଲ୍ମରେ ନେବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇନଥିଲା । ଏପର୍ଯ୍ୟନ୍ତ ତାପସୀଙ୍କ ରାଗ ଶାନ୍ତ ହୋଇନି ।

ତେବେ ଶୁଣିବାକୁ ମିଳୁଛି ଏହା ପଛରେ ମେକର୍ସଙ୍କ କୌଣସି ହାତ ନାହିଁ ବରଂ ଲିଡ୍ ଷ୍ଟାର୍ କାର୍ତିକ ଆୟର୍ନଙ୍କ ନାଁ ସାମ୍ନାକୁ ଆସୁଛି । ଖବର ଅନୁସାରେ କାର୍ତ୍ତିକ, ତାପସୀଙ୍କୁ ନେଇ କମ୍ଫର୍ଟେବଲ ନଥିଲେ । କୁହାଯାଉଛି ଯେ ତାପସୀ ତାଙ୍କ ଠାରୁ ବଡ ଷ୍ଟାର ତେଣୁ ପ୍ରମୋଶନଠାରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ସେ କମ୍ ପଡିଯାଇପାରନ୍ତି ଏବଂ ତାଙ୍କୁ ଏତେ ସଫଳତା ମିଳିନପାରେ ।  ସେଥିପାଇଁ କାର୍ତ୍ତିକ, ମେକର୍ସଙ୍କୁ ତାପସୀଙ୍କ ବଦଳରେ ଭୂମିଙ୍କୁ ନେବା ପାଇଁ ପ୍ରସ୍ତାବ ଦେଲେ । ତେଣୁ ଫିଲ୍ମରେ ତାପସୀଙ୍କ ବଦଳରେ ଭୂମି ଏଣ୍ଟ୍ରି ମାରିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.