ପ୍ରମୂଖ ଖବର
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ମୁମ୍ୱାଇ ହୋର୍ଡିଂ ଭାଙ୍ଗିବା ଘଟଣାରେ କାର୍ତ୍ତିକଙ୍କ ମାମୁଁ-ମାଇଁଙ୍କର ମୃତ୍ୟୁ , ଅନ୍ତିମ ସଂସ୍କାରରେ ସାମିଲ ହେଲେ ଅଭିନେତା

ନୂଆଦିଲ୍ଲୀ -  ମୁମ୍ୱାଇର ଘାଟକୋପରରେ ୧୩ ମେ’ରେ ଖରାପ ପାଣିପାଗ କାରଣରୁ ଏକ ବଡ଼ ଦୁର୍ଘଟଣା ହୋଇଥିଲା। ହଠାତ୍‌ ଆସିଥିବା ଧୂଳି ଝଡ଼ ଓ ପ୍ରବଳ ବର୍ଷାରେ ଘାଟକୋପରର ଛେଦା ନଗରରେ ଏକ ବଡ଼ ହୋର୍ଡିଂ ପେଟ୍ରୋଲ ପମ୍ପ ଉପରେ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୧୬ଜଣ ଲୋକଙ୍କ ଜୀବନ ଚାଲି ଯାଇଛି। ଏବେ ଖବର ଆସିଛି କି, ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମାମୁଁ –ମାଇଁ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ଦୁହିଁଙ୍କର ଜୀବନ ଚାଲି ଯାଇଥିଲା। 

ମୁମ୍ୱାଇ ହୋର୍ଡିଂ ଦୁର୍ଘଟଣାରେ ୭୪ଜଣ ଲୋକ ଆହତ ହୋଇଛନ୍ତି। ବୁଧବାର ଘଟଣାସ୍ଥଳରୁ ଦୁଇଟି ଶବକୁ ବାହାର କରାଯାଇଥିଲା। ମୃତକ ଦୁହେଁ ଥିଲେ ରିଟାୟର୍ଡ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଜେନେରାଲ ମ୍ୟାନେଜର ମନୋଜ ଚନସୋରିଆ ଓ ତାଙ୍କର ପତ୍ନୀ ଅନୀତା। ଏହି ଦୁଇଜଣ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସଂପର୍କୀୟ ମାମୁଁ –ମାଇଁ ଥିଲେ। କାର୍ତ୍ତିକ ଆର୍ଯ୍ୟନ ଗୁରୁବାର ତାଙ୍କର ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଯାଇଥିଲେ। 

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ  ମୁତାବିକ, ପେଟ୍ରୋଲ ପମ୍ପରେ ଯେଉଁ ହୋର୍ଡିଂ ଖସି ପଡ଼ିଥିଲା, ତାହା ଅବୈଧ ଥିଲା। ଏହି ମାମଲାରେ ମୁମ୍ୱାଇ ପୁଲିସ ଭାୱେଶ ଭିଣ୍ଡେ, ଇଗୋ ମିଡ଼ିଆର ଡାଇରେକ୍ଟରଙ୍କୁ ଗିରଫ କରିଛି। ଭିଣ୍ଡେଙ୍କର ହିଁ କମ୍ପାନୀ ଏହି ୧୨୦ଫୁଟର ହୋର୍ଡିଂକୁ ଉକ୍ତ ଅଞ୍ଚଳରେ ଲଗାଇ ଥିଲା। ଖୁବ୍‌ ଜୋରରେ ଝଡ଼ ତୋଫାନରେ ଏହି ହୋର୍ଡିଂ ଏକ ପେଟ୍ରୋଲ ପମ୍ପ ଉପରେ ଖସି ପଡ଼ିଲା ଏବଂ ପାଖାପାଖି ୧୦୦ ଲୋକ ଏହା ତଳେ ଚାପି ହୋଇ ଯାଇ ଥିଲେ। ଉକ୍ତ ଦୁର୍ଘଟଣାରେ ୧୬ ଜଣ ଲୋକଙ୍କ ଜୀବନ ଚାଲି ଯାଇଛି। ଆହତଙ୍କ ଚିକିତ୍ସା ଚାଲୁ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.