ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ତାମିଲନାଡୁ: ନୂତନ ଦଳ ଗଠନ କରିବା ପ୍ରସ୍ତୁତିରେ କରୁଣାନିଧିଙ୍କ ବଡପୁଅ ଆଲାଗିରି, ବିଜେପି ସହ ଗଠବନ୍ଧନର ସମ୍ଭାବନା...

ଚେନ୍ନାଇ: ତାମିଲନାଡୁରେ ଆସନ୍ତା ବର୍ଷ(୨୦୨୧) ହେବ ବିଧାନସଭା  ନିର୍ବାଚନ । ହେଲେ ଏହାର କିଛିମାସ ପୂର୍ବରୁ ରାଜ୍ୟର ରାଜନୈତିକ ବାତାବରଣ ଉଷ୍ମ ହୋଇଛି । ଗୋଟିଏ ପଟେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ଡିଏମକେ ମୁଖ୍ୟ ଏମ ଷ୍ଟାଲିନ୍ ନିଜେ ସିଏମ୍ ହେବାକୁ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ଭାଇ ଏମ ଅଲାଗିରି ନିଜର ନୂଆ ଦଳ  ଗଠନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏପରି ସ୍ଥିତିରେ ରାଜ୍ୟରେ ପାଦ ରଖିବାକୁ ଚେଷ୍ଟା କରୁଥିବା ବିଜେପି ମଧ୍ୟ ଅଲାଗିରିଙ୍କ ସହ ମିଶି ସମର୍ଥନ ଦେବାକୁ ଚେଷ୍ଟା କରୁଥିବା ଜଣାପଡିଛି  ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କରୁଣାନିଧିଙ୍କ ପୁଅ ଆଲାଗିରି ବିଜେପି ସହ ସହଯୋଗୀ ହୋଇପାରେ। ରାଜ୍ୟ ବିଜେପି ୟୁନିଟ୍ ଏବଂ ଆଲାଗିରିଙ୍କ ଦଳର ଏକ ଦଳ ନିଶ୍ଚିତ କରିଛନ୍ତି ଯେ ଏହି ପ୍ରସଙ୍ଗରେ ମାମଲା ଆଗକୁ ବଢୁଛି। ରିପୋର୍ଟ ଅନୁଯାୟୀ, ଯଦି ସବୁ ଜିନିଷ ଯୋଜନା ଅନୁଯାୟୀ ହୋଇଥାଏ ତେବେ ଆଲାଗିରି ୨୧ ନଭେମ୍ବରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ପାରନ୍ତି । ତେବେ ଏହି ଦିନ ଚେନ୍ନାଇରେ ଶାହାଙ୍କର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି ।

ଚେନ୍ନାଇରେ ଏହି ବୈଠକ ହେବ ବୋଲି ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି । ଏହି ବୈଠକରେ କେବଳ ଦୁଇ ନେତାଙ୍କ ମଧ୍ୟରେ ଏକ ସାକ୍ଷାତକାର ହେବ । ତେବେ ଏଭଳି ଚର୍ଚ୍ଚାକୁ ଆଲାଗିରି ବର୍ତ୍ତମାନ ଗ୍ରହଣ କରିନାହାଁନ୍ତି । ଏଥି ସହ ତାମିଲନାଡୁର ବିଜେପି ମୁଖ୍ୟ ଏଲ. ମୁରଗାନ ବୈଠକ ବିଷୟରେ ସେ ଅବଗତ ନୁହଁନ୍ତି ବୋଲି କହିଛନ୍ତି । ତେବେ ଡିଏମକେ ତରଫରୁ ଏହାକୁ ହେଡଲାଇନ୍ ହାସଲ କରିବାର ପ୍ରୟାସ ବୋଲି ବର୍ଣ୍ଣନା କରାଯାଇଛି ।

ଆଲାଗିରିଙ୍କ ଜଣେ ଘନିଷ୍ଠ ବନ୍ଧୁ ଏହି ମାମଲାରେ କହିଛନ୍ତି ଯେ ଦୀର୍ଘ ଦିନ ଧରି ଏନେଇ ଆଲୋଚନା ଚାଲିଛି । ଏଥିରେ ଏମ.କେ ଷ୍ଟାଲିନଙ୍କ ପ୍ରତି ଏକ ଶକ୍ତ ଝଟକା ଲଲାଗିବ । ଯିଏ ନିଜ ବଡ ଭାଇକୁ ପାର୍ଟୀ ଏବଂ ପରିବାରରୁ ଅଲଗା କରିଥିଲେ। ଏବଂ ଆଲାଗିରି ପାଇଁ ମଧ୍ୟ ଏହା ଶେଷ ସୁଯୋଗ ହେବ ।  

ସୂଚନାନୁସାରେ, ଆଲାଗିରି ତାଙ୍କର କିଛି ଘନିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ମଦୁରାଇରେ ଏକ ନୂତନ ପାର୍ଟି ଘୋଷଣା କରିପାରନ୍ତି। ସେ ହୁଏତ ତାଙ୍କର ନୂତନ ପାର୍ଟିର ନାମ 'କାଲାଇଗାର୍ ଡିଏମକେ' (KDMK) ବୋଲି ନାମକରଣ ରଖିପାରନ୍ତି । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ୨୦୧୪ ରେ ବରଖାସ୍ତ ହୋଇଥିବା ଆଲାଗିରି ସେପ୍ଟେମ୍ବର ୨୦୧୮ ରେ ଚେନ୍ନାଇରେ ନିଜର ଉପସ୍ଥିତି ବିଷୟରେ ଜଣାଇଥିଲେ ଯେଉଁଠାରେ ସେ ଏକ ରାଲିର ଆୟୋଜନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.