PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଆତଙ୍କରାଜ, ବାପାର ଅପରାଧ ସାମ୍ରାଜ୍ୟ ସମ୍ଭାଳିଲା ପୁଅ, ନାବାଳକଙ୍କ ଛୁରୀ ମାଡ଼ରେ ଯୁବକ ଗୁରୁତର
  • ||
  • ଭୁବନେଶ୍ଵର : ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ଅନୁମତି
  • ||
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଗତକାଲି ବିଳମ୍ବିତ ରାତିରେ ଛୁରାମାଡ, ଜଣେ ଗୁରୁତର, ପୁଲିସ କବ୍ଜାରେ ଅଭିଯୁକ୍ତ ନାବାଳକ
  • ||
  • ଛତ୍ରପୁର : ଆର୍ଜିପଲ୍ଲୀ ଗ୍ରାମରେ ସୈତାନ ସାଜିଲା ସ୍ୱାମୀ, କିରୋସିନ ଢାଳି ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ
  • ||
  • ବରଗଡ଼ : ଭିଜିଲାନ୍ସ ଜାଲରେ ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ, ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • Tokyo Olympics: ଜାଭେଲିନ୍‌ରେ ନୀରଜଙ୍କ ଦମଦାର ପ୍ରଦର୍ଶନ, ୮୬.୬୫ ମି. ଥ୍ରୋ କରି ଫାଇନାଲରେ କଲେ ଏଣ୍ଟ୍ରି
  • ||
  • ଅନୁଗୁଳ : ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ରେଙ୍ଗାଳି ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କୋଭିଡ ପଜିଟିଭ୍
  • ||
  • ଭୁବନେଶ୍ଵର : ‘ପିଏମ୍‌ ଆବାସ’ରେ ପୁଳାପୁଳା ଦୁର୍ନୀତି, ସଂସଦରେ ମନ୍ତ୍ରୀଙ୍କ ଉତ୍ତର-ଓଡ଼ିଶାରେ ୮୫% ଅଯୋଗ୍ୟ ହିତାଧିକାରୀ
  • ||
  • ରାମପୁର : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରୁ ନିଖୋଜ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା : କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ତୁଳସୀକ୍ଷେତ୍ର, ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରେ ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଚଢାଉ, ୨ ଗିରଫ
  • ||

କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ଏହି ଟିଭି କଳାକାର, କାମ ବଦଳରେ ସାଥିରେ ଶୋଇବାକୁ କହିଥିଲେ ସିରିଏଲର ନିର୍ଦ୍ଦେଶକ…

india forums

ମୁମ୍ବାଇ: ବଲିଉଡକୁ ଛାଡୁନି କାଷ୍ଟିଂ କାଉଚର ବଦନାମ । ଜଣକ ପରେ ଜଣେ ଟିଭି କଳାକାର ଓ ସିନେମା ଅଭିନେତ୍ରୀ ଏପରି ଅଭିଯୋଗ ଉଠାଉଛନ୍ତି । ନିକଟରେ ଡଙ୍ଗଲ ଗର୍ଲ ଫାତିମା ସାନା ଶେଖରଙ୍କ ପରେ ଟିଭି ଅଭିନେତ୍ରୀ ଆଦିତି ସାନଓ୍ବାଲ କାଷ୍ଟିଂ କାଉଚ ବିଷୟରେ ଏକ ବଡ ଖୁଲାସା କରିଛନ୍ତି । “କସୌଟି ଜିନ୍ଦେଗୀ କୀ” ଭଳି ସିରିଏଲରେ ଅଭିନୟ କରିସାରିଥିବା ଆଦିତି ସ୍ପଷ୍ଟ କରିଛନ୍ତି କି କାମ ବଦଳରେ କିଭଳି ତାଙ୍କୁ ଅଫର ମିଳିଥିଲା । ଆଦିତିଙ୍କ ଏହି ଖୁଲାସାରେ ଟିଭି ଇଣ୍ଡଷ୍ଟ୍ରୀରେ ହଡକମ୍ପ ସୃଷ୍ଟି ହୋଇଛି । ଦୀର୍ଘ ଦିନ ଧରି କାଷ୍ଟିଂ କାଉଚ ବିରୋଧରେ ସ୍ବର ଉତ୍ତୋଳନ କରିଆସୁଥିଲେ ମଧ୍ୟ ସିନେମା ଇଣ୍ଡଷ୍ଟ୍ରୀରେ ତାହା ବନ୍ଦ ହେଉନାହିଁ ।

ଆଦିତି ସାନଓ୍ବାଲ ଏନେଇ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଯେତେବେଳେ ଆପଣ ବାହାରୁ ଆସିଥିବେ ଏବଂ ଅଭିନେତ୍ରୀ ହୋଇଯିବେ ସେତେବେଳେ ଆପଣଙ୍କ ନମ୍ବର କିଛି ମିଡିଆ ଏବଂ ପିଆର ଗ୍ରୁପରେ ସେୟାର କରାଯିବ । ଏଥିରୁ କାଷ୍ଟିଂ କାଉଚକୁ ଆପଣଙ୍କ ନମ୍ବର ସହଜରେ ମିଳିଯିବ । ସେତେବେଳେ ସେମାନେ ଆପଣଙ୍କୁ ଅଭିନୟ ପାଇଁ ଅଫର ଦେବେ । ଏଥିସହ ଆଦିତି କହିଛନ୍ତି ଯେ କେବେ କେବେ ମୋତେ ଏପରି ମେସେଜ ମିଳିଛି ଯେ, କାହା ସହିତ ଶୋଇବା ପାଇଁ ଓ ବିବାହ କରିବା ପାଇଁ ।

ଏପରି କିଛି ଲୋକଙ୍କ ନମ୍ବରକୁ ମୁଁ ବ୍ଲକ କରିଦେଇଥିଲି । ଆଦିତି କହିଛନ୍ତି ଯେ ସଫଳତା ପାଇବାର କୌଣସି ସର୍ଟକଟ ନାହିଁ । ସଫଳତା ପାଇବାକୁ ବହୁତ୍ ପରିଶ୍ରମ କରିବାକୁ ପଡୁଛି । ଇଣ୍ଡଷ୍ଟ୍ରୀରେ ବହୁତ ଭଲ ଲୋକ ଅଛନ୍ତି କିନ୍ତୁ କାଷ୍ଟିଂ କାଉଚ ଏକ ଗମ୍ଭୀର ବାସ୍ତବିକତା ରୂପରେ ଛିଡା ହୋଇଛି । ପୁରୁଷ ଏବଂ ମହିଳା ଉଭୟଙ୍କୁ ଏହାର ଅନୁଭବ ହୋଇଛି ।