ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ବାସଭବନରେ ଆରମ୍ଭ ହୋଇଛି କ୍ୟାବିନେଟ ବୈଠକ: ଆଜି ହଟିବ ସସପେନ୍ସ !

ଶ୍ରୀନଗର ୫/୮: କାଶ୍ମୀର ପରିସ୍ଥିତିକୁ ନେଇ ଆରମ୍ଭ ହୋଇଛି କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବୈଠକରେ କାଶ୍ମୀର ସଂପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ଏହି ବୈଠକରେ ଗୃହ ମନ୍ତ୍ରୀ,ପ୍ରତିରକ୍ଷା ମନ୍ତ୍ରୀ,ଅର୍ଥ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ସିସିଏସ୍ ବୈଠକ ପରେ କ୍ୟାବିନେଟ ବୈଠକ ବସିଛି।  କାଶ୍ମୀରର ପରିବର୍ତ୍ତିତ ପରିସ୍ଥିତି ସଂପର୍କରେ ମଧ୍ୟ ସରକାର ସଂସଦରେ ଆଲୋଚନା କରିବା ପାଇଁ ବାଚସ୍ପତିଙ୍କୁ ବିରୋଧୀ ନୋଟିସ ଦେଇସାରିଛନ୍ତି । ଆଜି ପାର୍ଲାମେଣ୍ଟରେ କାଶ୍ମୀର ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ଜବାବ ମାଗିବେ ।

ତେବେ କାଶ୍ମୀରକୁ ନେଇ କେନ୍ଦ୍ର ସରକାର କ’ଣ ବଡ଼ ନିଷ୍ପତ୍ତି ନେବେ ଯାହା ଉପରେ ସାରା ଦେଶର ନଜର ରହିଛି । କାରଣ ବିରୋଧୀ ନଜର ରଖିଛନ୍ତି ପାର୍ଲାମେଣ୍ଟରେ ଉଠାଇବେ ପ୍ରସଙ୍ଗ । ସରକାରଙ୍କ ଠାରୁ ମାଗିବେ ଜବାବ । କାହିଁକି କାଶ୍ମୀରରେ ତୁହାକୁ ତୁହା ସେନା ପ୍ରେରଣ କରାଯାଇଛି । କାହିଁକି ଅମରନାଥ ଯାତ୍ରାକୁ ଅଧାରୁ ବନ୍ଦ କରାଗଲା । ବିରୋଧୀ ଏହି ପ୍ରସଙ୍ଗ ଉଠାଇବାକୁ ନଜର ରଖିଛନ୍ତି ।

ମେହବୁବା ମୁଫତିଙ୍କ ପିଡିପି ସାଂସଦ ନାଜିର ଅହମ୍ମଦ ଲାୱା ନୋଟିସ ଦେଇଛନ୍ତି ଏହା ଉପରେ ଆଲୋଚନା କରିବା ଲାଗି । ତେବେ ସଂସଦର କାର୍ଯ୍ୟ ଆରମ୍ଭ ପୂର୍ବରୁ ସକାଳେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର କ୍ୟାବିନେଟ୍ ବୈଠକ ଡକାଇଛନ୍ତି । ସେହି ବୈଠକରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କ’ଣ ଚାଲିଛି କାଶ୍ମୀର ରଣନୀତିକାରଙ୍କର ମସ୍ତିଷ୍କରେ । କ’ଣ ସେମାନେ କରିବାକୁ ଯାଉଛନ୍ତି ଯେଉଁଥି ପାଇଁ କାଶ୍ମୀରରେ ମୁତୟନ ନିୟମିତ ସେନା ଯବାନ ଓ ଅର୍ଦ୍ଧସାମରିକ ବାହିନୀ ସହିତ ଦରକାର ପଡ଼ିଛନ୍ତି ୩୫ ହଜାରରୁ ଅଧିକ ଯବାନ । ଏମିତି ସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ  ସଂସଦ ପରିସରରେ ଅଫିସରେ ଆଲୋଚନା କରିଛନ୍ତି । ବୈଠକରେ ଗୃହ ସଚିବ ରାଜୀବ ଗୌବା ମଧ୍ୟ ଉପସ୍ଥିତ ଥିଲେ । ତେବେ ଏ ବୈଠକରେ କଣ ଆଲୋଚନା ହୋଇଛି ତାହାର ଟିକିଏ ବି ସୁରାଗ୍ ମିଳିପାରିନାହିଁ ।

କାଶ୍ମୀରରେ କଣ ଚାଲିଛି ତାକୁ ନେଇ ଏବେ ବେଶୀ  ବିବ୍ରତ ହୋଇପଡ଼ିଛନ୍ତି ପିଡିପି ନେତ୍ରୀ ମେହବୁବା ମୁଫତି । ମେହବୁବା ସିଧା ନିଶାନା ସାଧିଛନ୍ତି ମୋଦିଙ୍କୁ । ଟ୍ବିଟ୍ କରିଛନ୍ତି ଅମରନାଥ ଯାତ୍ରୀ, ପର୍ଯ୍ୟଟକ, ଶ୍ରମିକ, ଛାତ୍ର, କ୍ରିକେଟରଙ୍କୁ ରାଜ୍ୟ ଛାଡ଼ିବାକୁ କୁହାଯାଉଛି । ରବିବାର ମେହବୁବା ଏକ ହୋଟେଲରେ ଆଞ୍ଚଳିକ ଦଳ ଗୁଡ଼ିକର ବୈଠକ ଡକାଇଥିବା ବେଳେ ପୋଲିସ କିନ୍ତୁ ଏଥିପାଇଁ ଅନୁମତି ଦେଇନଥିଲା । ଏଥିପାଇଁ ପରେ ସେ ନିଜ ବାସଭବନରେ ବୈଠକ ଡାକିଥିଲେ ।  ଧାରା ୩୫-ଏ ଏବଂ ୩୭୦ରେ କିଛି ପରିବର୍ତ୍ତନ କରାଯିବାକୁ ଚେଷ୍ଟା କଲେ ଏହାର ପରିଣତି ଖୁବ୍ ଭୟାବହ ହେବ ବୋଲି କହିଛନ୍ତି ମେହବୁବା ।

କଂଗ୍ରେସ ମଧ୍ୟ ମେହବୁବାଙ୍କ ସହିତ ସ୍ବର ମିଳାଇଛି । ସେପଟେ ମେହବୁବା ମୁଫତିଙ୍କୁ ଆଣ୍ଟି କରପସନ୍ ବ୍ୟୁରୋ ନୋଟିସ୍ ପଠାଇଛି । ଜାମ୍ମୁ କାଶ୍ମୀର ବ୍ୟାଙ୍କରେ କେତେକ ନିଯୁକ୍ତିରେ ଦୁର୍ନୀତି ମାମଲାରେ ତାଙ୍କୁ ଏହି ନୋଟିସ୍ ହୋଇଛି । ତେବେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କହିଛନ୍ତି ଲୋକେ ଆତଙ୍କିତ ହେବାର କିଛି କାରଣ ନାହିଁ । କାଶ୍ମୀରରେ କିଛି ଲୁଚାଛପା କାର୍ଯ୍ୟ ହେଉନାହିଁ । ଯାହା ହେବ ପାର୍ଲାମେଣ୍ଟରେ ଆଲୋଚନା ଦ୍ବାରା ହିଁ ହେବ ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର