PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ମିଶିଲେ ସୁନୀଲ ଜାଖଡ, କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ
  • ||
  • ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବାନ୍ଧିଥିଲା ଏନ୍‌ଆଇଏ
  • ||
  • ପୁରୀ : ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା, ହେଲେ ସ୍ନାନ ବେଦିରେ ଶ୍ରୀବିଗ୍ରହଙ୍କୁ କରିପାରିବେନି ସ୍ପର୍ଶ
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍,୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୨ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ଆଜି-କାଲି ବର୍ଷା ଆଶଙ୍କା, ତିନି ଦିନ ପରେ ପୁଣି ତାତି
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌… ଅଖ ଅନୁକୂଳ, ନାହାକା ଚକରେ ପଇତା ଓ ୧୫ ଚକ ପ୍ରସ୍ତୁତ
  • ||
  • ମୋହନା: ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • କୁତ୍ରା: ୧୨ ବର୍ଷର ନାବାଳିକା ୭ ମାସର ଗର୍ଭବତୀ, ଥାନାରେ ଏତଲା ଦେଲେ ପରିବାରଲୋକ
  • ||
  • ବାରଙ୍ଗ: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ : ପ୍ରେମିକକୁ ହତ୍ୟା କଲେ ପ୍ରେମିକା ପରିବାର, ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ୧୭୦ ଆତଙ୍କବାଦୀ, ତାଲିମ ଦେଉଛି ପାକିସ୍ତାନୀ ସେନା ଏବଂ ISI
  • ||

ପୁଲଓ୍ବାମା ଆକ୍ରମଣ ପରେ କୋଲକତା ଛାଡ଼ିବାକୁ କାଶ୍ମୀର ଡାକ୍ତରଙ୍କୁ ଧମକ: ସୁରକ୍ଷା ଯୋଗାଇଦେଲେ ମୁଖ୍ୟମନ୍ତ୍ରୀ

କୋଲ୍‌କାତା,୧୯/୨: କୋଲକାତାରେ ଦୀର୍ଘ ୨୨ ବର୍ଷ ହେଲା ବାସ କରୁଥିବା କାଶ୍ମୀର ନିବାସୀ ଅର୍ଥାତ୍ ଜଣେ ଡାକ୍ତର ସୋମବାର ଦିନ ପୁଲିସକୁ ଅଭିଯୋଗ କରିଛନ୍ତି କି, ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ କେତେକ ଲୋକ ତାଙ୍କ ଘରକୁ ଆସି ସହର ଛାଡ଼ିବାକୁ ଧମକ ଦେଇଛନ୍ତି। ଯଦି ନ ଛାଡ଼ନ୍ତି ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି। ଯଦି ସେ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର (୪୦) ସହରରେ ରହନ୍ତି ତେବେ ତାଙ୍କ ଝିଅକୁ ଆକ୍ରମଣ କରାଯିବ ବୋଲି ଅଭିଯୁକ୍ତମାନେ ଧମକ ମଧ୍ୟ ଦେଇଛନ୍ତି।

ଡାକ୍ତରଙ୍କ କହିବାନୁସାରେ, ସେମାନଙ୍କ ଧମକ ଉପରେ ଡାକ୍ତର ଜଣକ ପ୍ରଥମେ ବିଶ୍ବାସ କରିନଥିଲେ। ମାତ୍ର ସେମାନେ ଯେତେବେଳେ ଝିଅକୁ ଆକ୍ରମଣ କରିବେ ବୋଲି ଧମକ ଦେଲେ ସେତେବେଳେ ଡାକ୍ତରଙ୍କ ଚିନ୍ତା ବଢ଼ି ଯାଇଛି। କୋଲ୍‌କାତା ଛାଡ଼ି କାଶ୍ମୀର ଚାଲିଯିବାକୁ ଡାକ୍ତରଙ୍କୁ ଧମକ ଦେବା ସହ କାଶ୍ମୀର ଲୋକଙ୍କ ପାଇଁ କୋଲକାତାରେ କୈାଣସି ଯାଗା ନାହିଁ ବୋଲି ଡାକ୍ତର ଜଣକ ଅଭିଯୋଗ କରିଛନ୍ତି।

କୋଲ୍‌କାତା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଶୁକ୍ରବାର ଦିନ ତାଙ୍କ ଘରକୁ ୨୦ରୁ ୨୫ ବର୍ଷ ବୟସ ଭିତରେ ୫ଜଣ ବ୍ୟକ୍ତି ଆସି ଡାକ୍ତରଙ୍କ ଘରେ ପହଞ୍ଚିଲେ। ଡାକ୍ତରବାବୁଙ୍କ ଅଭିଯୋଗ ଆମେ ଏଫ୍‌ଆଇଆର୍‌ କରିଛୁ, କିନ୍ତୁ ତାଙ୍କ ଅଭିଯୋଗ ସାବ୍ୟସ୍ତ କରିବାକୁ କୌଣସି ସାକ୍ଷୀ ଏ ପର୍ଯ୍ୟନ୍ତ ପାଇନାହୁଁ। ବର୍ତ୍ତମାନ ତଦନ୍ତ ଚାଲିଛି।

ପଶ୍ଚିମବଙ୍ଗ ଶିଶୁ ସୁରକ୍ଷା ଅଧିକାର କମିସନ୍‌ର ଅଧ୍ୟକ୍ଷା ଅନନ୍ୟା ଚକ୍ରବର୍ତ୍ତୀ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ଘଟନା କଥା କହିବା ପରେ ଡାକ୍ତରବାବୁ ଏବଂ ତାଙ୍କ ପରିବାରର ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି। ଏଥି ସହିତ ଡାକ୍ତରଙ୍କ ଘର ସାମ୍ନାରେ ୨୪ଘଣ୍ଟା ପୁଲିସ ବିଭାଗ ସୁରକ୍ଷା ଦେବ।

ସେ କହିଛନ୍ତି: ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କ ପତ୍ନୀ ଓ ଝିଅ ସ୍ୱାଭାବିକ ଜୀବନଯାପନ କରୁଛନ୍ତି। ତାଙ୍କ ପରିବାର ସୁରକ୍ଷିତ ରହିଛି।