ଶାଗୁଆନ ବୋଝେଇ କାଠଗାଡି ଜବତ

ନୀଳଗିରି (ଆ.ପ୍ର): ନୀଳଗିରି ବନବିଭାଗ ଅଧିନ କୋଲାହଟ ବରମପୁର ଅଂଚଳରୁ ଶାଗୁଆନ କାଠ ବୋଝେଇ ଗାଡି ଜବତ ହୋଇଛି । ଏକ ନମ୍ବର ବୋଝେଇ ଟାଟା ଏସି ଗାଡ଼ିରେ କିଛି ଶାଗୁଆନ କାଠ ବୋଝେଇ ହୋଇ ଯାଉଥିବା ବେଳେ ବିଶେଷ ସୂତ୍ରରୁ ନୀଳଗିରି ବନବିଭାଗ ଖବର ପାଇଥିଲା।ନୀଳଗିରି ରେଞ୍ଜର ମନ୍ବର ଖାଁ ଙ୍କ ନିର୍ଦେଶରେ ମିତ୍ରପୁର ଫାରେଷ୍ଟର ସରୋଜ ପ୍ରଧାନ,ଫରେଷ୍ଟଗାର୍ଡ ମନୋରଂଜନ ସିଂ ଗାଡିଟିକୁ ଜବତ କରିବାରେ ସଫଳ ହୋଇଥିଲେ।
ଘଟଣା ସ୍ଥଳରୁ ଡ୍ରାଇଭର ଓ ବେପାରୀ ଫେରାର ହୋଇ ଯାଇଥିଲେ।ଗାଡିଟିକୁ ଜବତ କରାଯିବା ସହ ଏକ ମାମଲା ଦାୟର କରାଯାଇଛି।ଜବତ ଶାଗୁଆନ କାଠ ୫୪ ସିଫ୍ଟ ହୋଇଥିବା ବେଳେ ମୂଲ୍ୟ ୭୦ ହଜାରରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି