କ୍ୟାଟ୍ରିନା କିଣିଲେ ନୂଆ କାର, ଦାମ୍ ଶୁଣି ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୧୯।୩: ଦୁବାଇ ଟୁରରୁ ଫେରିବା ପରେ ଏବେ ବଲିଉଡର ବାର୍ବି ଗର୍ଲ କ୍ୟାଟ୍ରିନା କୈଫ୍ କିଣିଛନ୍ତି ଏକ ଦାମୀ କାର। କ୍ୟାଟ୍ ୫୦ରୁ ୬୫ ଲକ୍ଷ ଟଙ୍କା ମୂଲ୍ୟର ଏକ ରେଞ୍ଜ ରୋଭର କାର କିଣିଛନ୍ତି। ଯାହାର ରେଜିଷ୍ଟେସନ୍ କରିସାରିଛନ୍ତି। ଚର୍ଚ୍ଚା ହେଉଛି ଯେ କ୍ୟାଟ୍ରିନା ଏହି କାର କିଣି ନାହାଁନ୍ତି। ତାଙ୍କୁ ଉପହାରରେ ଦେଇଛନ୍ତି ବଲିଉଡର ଦବଙ୍ଗ ଷ୍ଟାର ତଥା ତାଙ୍କର ପୂର୍ବତନ ପ୍ରେମିକ ସଲମାନ ଖାନ୍। ମିଳିଥିବା ରିପୋର୍ଟ ଅନୁସାରେ ସଲମାନ ନିକଟରେ ୪ଟି ରେଞ୍ଜ ରୋଭାର କାର କିଣିଥିଲେ।

source: https://skjbollywoodnews.com

ଭାଇଜାନ ୪ଟି କାର ମଧ୍ୟରୁ ଗୋଟିଏ ନିଜ ପାଇଁ ରଖିଥିବା ବେଳେ ଅନ୍ୟ ୩ଟିକୁ  ସାନ ଭଉଣୀ ଅର୍ପିତା, ଭାଇ ଆରବାଜ ଖାନ୍ ଏବଂ କ୍ୟାଟ୍ରିନାଙ୍କୁ ଉପହାର ଦେଇଛନ୍ତି। ଉପହାର ମିଳିବା ପରେ କ୍ୟାଟ୍ ଏହାକୁ ଚଲେଇବା ଆରମ୍ଭ କରିଦେଇଛନ୍ତି, ପୂର୍ବରୁ ସେ  ଅଡି ଚଳାଉଥିଲେ।  ବଲିଉଡରେ ଯେଉଁ ସେଲିବ୍ରିଟି ସଲମାନ ଖାନଙ୍କର ନିକଟତର ହୋଇଥାଏ ତାଙ୍କୁ ଦାମୀ ଉପହାର ମିଳିବା ସାଧାରଣ କଥା। ସଲମାନ ଖାନ୍ ନିଜର ପ୍ରତି ବନ୍ଧୁ ଓ ସମ୍ପର୍କୀୟଙ୍କୁ ଖୁବ୍ ସୁନ୍ଦର ଉପହାର ଦେବା ପାଇଁ ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

source: https://www.dnaindia.com/


କ୍ୟାଟ୍ରିନାଙ୍କୁ ଧନ୍ୟବାଦ ଦେବାପାଇଁ ସଲମାନ ତାଙ୍କୁ ଏହି ଉପହାର ଦେଇଛନ୍ତି। କାରଣ ‘ଭାରତ’ ଫିଲ୍ମରେ ଅଭିନୟ କରିବେନି ବୋଲି ପ୍ରିୟଙ୍କା ଚୋପ୍ରା ହଠାତ ମନା କରିବା ପରେ ତାଙ୍କ ସ୍ଥାନରେ କାହାକୁ ନେବେ ବୋଲି ଫିଲ୍ମର ନିର୍ମାତା ନାୟିକାଙ୍କ ସନ୍ଧାନରେ ରହିଥିଲେ। ସେ ସମୟରେ ସଲମାନ ନିର୍ମାତାଙ୍କୁ କ୍ୟାଟ୍ରିନାଙ୍କ ନାମର ପ୍ରସ୍ତାବ ଦେଇଥିଲେ। ସଲମାନଙ୍କ କହିବା ମାତ୍ରେ ଫିଲ୍ମରେ କାମ କରିବା ପାଇଁ କ୍ୟାଟ୍ରିନା କୈଫ ଝଟପଟ ରାଜି ହୋଇଯାଇଥିଲେ। କେବଳ ସେତିକି  ସଲମାନଙ୍କ ଫିଲ୍ମ ପାଇଁ  କ୍ୟାଟିନା ବରୁଣ ଧବନଙ୍କ ସହିତ ‘ଏବିସିଡି-୩’ ଠାରୁ ମଧ୍ୟ ନିଜକୁ ଦୂରେଇ ଦେଇଥିଲେ କ୍ୟାଟ୍ରିନା।

   ସମ୍ବନ୍ଧିତ ଖବର


ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’ ଉପରେ ତିଆରି ହେବ ଫିଲ୍ମ, ୩ଟି ପାର୍ଟରେ ହୋଇପାରେ ରିଲିଜ୍

ଜୁହିଙ୍କ ଫିଲ୍ମକୁ ନାପସନ୍ଦ କରୁଥିଲେ ତାଙ୍କ ପିଲା

ସୁଶାନ୍ତଙ୍କ ମୃତ୍ୟୁ ସମୟ ନେଇ ପ୍ରଶ୍ନ ଉଠାଇଲା AIIMS, କହିଲା ଏଭଳି କଥା

କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆକୁ ଆସିବେ ଧୋନି, ସାଥ୍ ଦେବେ ପତ୍ନୀ ସାକ୍ଷୀ

ପ୍ରତିଯୋଗୀଙ୍କ ସହ ଅନିଲ କପୁରଙ୍କ ଜବରଦସ୍ତ ଡ୍ୟାନ୍ସ – ଭିଡ଼ିଓ ଭାଇରାଲ

ବଲିଉଡରେ ଡ୍ରଗ୍ସ ମାମଲା: ଅଭିନେତ୍ରୀଙ୍କ ପରେ ଏବେ ଏନସିବି ରାଡାରରେ ୩ ବଡ଼ ଅଭିନେତା, S-R-A ରୁ ଆରମ୍ଭ ହୁଏ ନାଁ