ମହିଳା କଳାକାରଙ୍କ ପାଇଁ ବଲିଉଡ୍‌ରେ ଫିଲ୍ମ ଲେଖାଯାଉନି ବୋଲି କହିଲେ ବଲିଉଡ୍‌ର ଶିଲା

ମୁମ୍ବାଇ ୩/୧୨: ମହିଳା କଳାକାରଙ୍କ ପାଇଁ ବଲିଉଡ୍‌ରେ ଫିଲ୍ମ ଲେଖାଯାଉନି । କମର୍ସିଆଲ ଫିମେଲ ଲିଡ୍‌ ଫିଲ୍ମ ମିଳିବା ଏଠି କାଠିକର ପାଠ ବୋଲି କହନ୍ତି ବଲିଉଡ୍‌ର ଶିଲା କ୍ୟାଟ୍ରିନା କୈଫ । ପାଶ୍ଚାତ୍ୟ ସିନେ ଇଣ୍ଡଷ୍ଟ୍ରିରେ ମହିଳା କଳାକାରଙ୍କ ପାଇଁ ଦମ୍‌ଦାର ଫିଲ୍ମ ଓ ସିରିଏଲ ପ୍ରସ୍ତୁତ କରାଯାଉଛି । ଫଳରେ ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସକ୍ଷମ ହେଉଛନ୍ତି ବୋଲି କ୍ୟାଟ୍ରିନା କହିଛନ୍ତି ।

ଆମେରିକୀୟ ସିନେମା ହେଉ ବା ପାଶ୍ଚାତ୍ୟ, ମହିଳାଙ୍କ ପାଇଁ ସେଠାରେ ବହୁଳ ମାତ୍ରାରେ ଚମତ୍କାର କାହାଣୀ ବର୍ଣ୍ଣନା କରାଯାଉଛି । ଚାର୍ଲିଜ ଥେରନ ଓ ନିକୋଲ କିଡ୍‌ମ୍ୟାନଙ୍କ ଭଳି ନାୟିକା ଦୀର୍ଘ ସମୟ ଧରି ସିନେ ଇଣ୍ଡଷ୍ଟ୍ରିରେ ନିଜର ଦବ୍‌ଦବା ବଜାୟ ରଖିଛନ୍ତି । ଏବେ ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି । ସେମିତି ଏକ ଦମ୍‌ଦାର ମହିଳା-କୈନ୍ଦ୍ରିକ କାହାଣୀ ଅନ୍ୱେଷଣରେ ଅଛନ୍ତି କ୍ୟାଟ୍ରିନା ।

ଲୋକଙ୍କ ସହ ଏ ନେଇ ଆଲୋଚନା ମଧ୍ୟ କରୁଛନ୍ତି। ପ୍ରତିଥର ଯେ କେହି କାହାଣୀ ସହ ତାଙ୍କ ପାଖକୁ ଆସୁଛନ୍ତି, ତାହା ହୁଏତ ଜଣେ ପୁଅ ନଚେତ୍‌ ଝିଅ ଉପରେ ଆଧାରିତ । କିନ୍ତୁ ସଶକ୍ତ ମହିଳା-କୈନ୍ଦ୍ରିକ କମର୍ସିଆଲ ଫିଲ୍ମ ଏପର୍ଯ୍ୟନ୍ତ ହାତକୁ ଆସିନଥିବା କ୍ୟାଟ୍ରିନା କହିଛନ୍ତି ।

ଏବେସୁଦ୍ଧା କେବଳ, ମଜାଦାର ଓ ମନୋରଞ୍ଜନଧର୍ମୀ ଚରିତ୍ରରେ ସେ ଅଭିନୟ କରିଛନ୍ତି । ଏଣିକି କିନ୍ତୁ ଭାବନାତ୍ମକ ସ୍ତରରେ କାହାଣୀ ସହ ଯୋଡ଼ିହେବାକୁ ଚାହୁଁଛନ୍ତି । ଏଭଳି କାହାଣୀରେ ପୂର୍ବରୁ କେବେ ସେ ଅଭିନୟ କରିନାହାନ୍ତି କିମ୍ବା ଭାବନାତ୍ମକ ଦିଗରେ ସେ କେତେ ଦକ୍ଷ, ତାହା ଦର୍ଶକ ଜାଣିନାହାନ୍ତି ।

   ସମ୍ବନ୍ଧିତ ଖବର


ସଲମାନ ଖାନଙ୍କ ଘରେ ବମ୍ ଥିବା ସୂଚନା, ପୋଲିସକୁ ମେଲ୍ କରି ନାବାଳକ କହିଲା – ୨ ଘଣ୍ଟା ଭିତରେ ବ୍ଲାଷ୍ଟ ହେବ

ନିର୍ମାଣ ହେବ ମନୋହର ପାରିକରଙ୍କ ବାୟୋପିକ୍, ଏହି ଦିନ ହେବ ରିଲିଜ୍

ଟେଲିଭିଜନ୍‌ ସ୍କ୍ରିନ୍‌କୁ ପୁଣି ଫେରୁଛନ୍ତି ଗୁଥ୍‌ଥି!

ନିଜର ସବୁ ଫିଲ୍ମର ହିରୋଇନଙ୍କୁ ରାଜ କପୁର କାହିଁକି ପିନ୍ଧାଉଥିଲେ ଧଳା ଶାଢୀ? କାରଣ ଥିଲା ଏହା…