PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

‘ରେକର୍ଡ କର ନାହିଁ’: କ୍ୟାଟରୀନା କୈଫଙ୍କ ଉପରେ ରାଗିଲେ ଅକ୍ଷୟ ଓ ରୋହିତ, କ’ଣ ହେଲା ଦେଖନ୍ତୁ ଭିଡ଼ିଓ…

ମୁମ୍ବାଇ, ୨୪/୧୦: ଅକ୍ଷୟ କୁମାର, କ୍ୟାଟରୀନା କୈଫ ଏବଂ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ଡେଟ ଆସିସାରିଛି। ଫିଲ୍ମର ଷ୍ଟାରମାନେ ମଧ୍ୟ ଏହି ଫିଲ୍ମ ଲାଗି ପ୍ରମୋଶନରେ ଯୋଡ଼ି ହୋଇସାରିଛନ୍ତି। ଏହାମଧ୍ୟରେ କ୍ୟାଟରୀନା ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ସୋସିଆଲ ମିଡ଼ିଆରେ ଏବେ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁ ଭଳି ଭାବେ ଫିଲ୍ମର ଷ୍ଟାରମାନେ ପ୍ରମୋଶନ କରୁଛନ୍ତି ତାହା ଭିନ୍ନ ଧରଣର। ଫ୍ୟାନ୍ସମାନଙ୍କ ଧ୍ୟାନ ନିଜ ଆଡ଼କୁ ଟାଣି ନେଉଛନ୍ତି। କ୍ୟାଟରୀନା କୈଫଙ୍କ ଦ୍ବାରା ସେୟାର କରାଯାଇଥିବା ଭିଡ଼ିଓରେ ସେ କହୁଛନ୍ତି ଯେ, ‘ସୂର୍ଯ୍ୟବଂଶୀ’ ଲାଗି ଅକ୍ଷୟ କୁମାର ଏବଂ ରୋହିତ ସେଟ୍ଟୀ ବହୁତ ଉତ୍ସାହିତ ଅଛନ୍ତି।

 ‘ଆଜି ସୂର୍ଯ୍ୟବଂଶୀ ପ୍ରମୋଶନର ପ୍ରଥମ ଦିନ । ମୁଁ ଅକ୍ଷୟ କୁମାର ଏବଂ ରୋହିତ ସେଟ୍ଟୀକୁ କେବେ ଏପରି ଉତ୍ସାହିତ ହେବା ଦେଖିନାହିଁ। ସେ ବହୁତ ପ୍ରସ୍ତୁତ ଅଛନ୍ତି’। କ୍ୟାଟ ଏତିକି କହି କ୍ୟାମେରାକୁ ଅକ୍ଷୟ କୁମାରଙ୍କ ପଟେ କରିଦେଉଛନ୍ତି। ଏହି ଅବସରରେ ଅକ୍ଷୟ କୁମାର, ରୋହିତ ସେଟ୍ଟୀଙ୍କ କୋଳରେ ମୁଣ୍ଡ ରଖି ଆାରମ କରୁଛନ୍ତି। ଏହି ସମୟରେ ରୋହିତ କ୍ୟାଟଙ୍କୁ ମନା କରୁଛନ୍ତି କି ରେକର୍ଡ କରନାହିଁ। କ୍ୟାଟ ମଧ୍ୟ କହୁଛନ୍ତି କି, ସେ ରେକର୍ଡ କରୁନାହାନ୍ତି। ସେହିଭଳି ସେ କହୁଛନ୍ତି ଆପଣ ସକାଳ ୫ଟା ବେଳେ ଉଠି ପଡ଼ୁଛନ୍ତି ତ ଥକିଯିବେ ନିଶ୍ଚିତ।

କ୍ୟାଟଙ୍କ ଏହି କଥା ଉପରେ ଅକ୍ଷୟ କହୁଛନ୍ତି କି, ‘ ଏହାକୁ ରେକର୍ଡ କର ନାହିଁ। ଆମର ପ୍ରତିଷ୍ଠାର ପ୍ରଶ୍ନ‘ । ଏହାପରେ ଅକ୍ଷୟ ଓ ରୋହିତ ଉଭୟେ ଦୌଡ଼ିବାକୁ ଲାଗିଛନ୍ତି। ଏହି ଦୌଡ଼ିବା ସମୟରେ ଅକ୍ଷୟ ପଡିଯାଉଛନ୍ତି। ଏହି ଭିଡ଼ିଓକୁ ସେୟାର କରିବା ବେଳେ କ୍ୟାଟରୀନା ଲେଖିଛନ୍ତି କି, ‘ଆମର ପ୍ରଥମ ଦିନର ପ୍ରମୋଶନକୁ ନେଇ ଯୁବକମାନଙ୍କ ଉତ୍ସାହକୁ ଦେଖନ୍ତୁ’। ସୂଚନାଯାଗ୍ୟ ଯେ, ଆସନ୍ତା ୫ନଭେମ୍ବରରେ ଫ୍ଲୋରକୁ ଆସିବ ‘ସୂର୍ଯ୍ୟବଂଶୀ’ ।