PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଜୋରଶୋରରେ ଚାଲିଛି ବିକ୍କି-କ୍ୟାଟ୍ରିନାଙ୍କ ବିବାହ ପ୍ରସ୍ତୁତି, VIP ଗେଷ୍ଟଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ୧୦୦ ବାଉନସର୍

ନୂଆଦିଲ୍ଲୀ, ୩୦/୧୧ : ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତା ବିକ୍କି କୌଶଳ ଏବଂ କ୍ୟାଟ୍ରିନା କୈଫ। ଏଥିପାଇଁ ଖୁବ୍ ଜୋରଶୋରରେ ତାଙ୍କର ବିବାହ ପାଇଁ ପ୍ରସ୍ତୁତି ଚାଲିଛି। ୬ ଜଣ ଭେଣ୍ଡରଙ୍କୁ ଏହି ବିବାହ ଦାୟିତ୍ଵ ଦିଆଯାଇଛି। ଏହି ଭେଣ୍ଡରମାନେ ଫୁଲ ସଜା, ସୁରକ୍ଷା ବ୍ୟବସ୍ଥା, ଯୋଗାଯୋଗ, ଖାଦ୍ୟ ଏବଂ ଜଙ୍ଗଲ ସଫାରୀ ବ୍ୟବସ୍ଥା କରିବେ। ତେବେ କ୍ୟାଟ୍ରିନା ଓ ବିକ୍କି କୌଶଳଙ୍କ ଅତିଥିଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ୧୦୦ ବାଉନ୍‌ସରଙ୍କୁ ନିଯୁକ୍ତି ଦିଆଯାଇଛି। ଜୟପୁରର ମାଧୋପୁରରୁ ଏହି ବାଉନସରମାନେ ଆସିବେ। ସେମାନଙ୍କ ପାଇଁ ମୀଣା ଧର୍ମଶାଳା ବୁକ୍ କରାଯାଇଛି। ଏତଦ୍ ବ୍ୟତୀତ ରାଜସ୍ଥାନ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଛି। ଏମାନେ ଭିଆଇପି ଗେଷ୍ଟମାନଙ୍କ ସୁରକ୍ଷା ଦାୟିତ୍ଵରେ ନିୟୋଜିତ ହେବେ।

ଡିସେମ୍ଵରରେ ଏହି ଦୁଇ ଲଭ୍ ବାର୍ଡ ଜୋଧପୁରର ସିକ୍ସ ସେନ୍ସ ଫୋର୍ଟରେ ରୟାଲ ୱେଡିଂ କରିବାକୁ ଯାଉଛନ୍ତି। ଏଥିପାଇଁ ଖାଦ୍ୟପେୟ ମେନ୍ୟୁ, ମେହେନ୍ଦି, ବେଶ ପୋଷାକର ବ୍ୟବସ୍ଥା ହୋଇସାରିଲାଣି। ଅତିଥିମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇ ସାରିଲାଣି। ନିର୍ଦ୍ଦେଶକ ଶଶାଙ୍କ ଖୈତାନ ବିକ୍କି କୌଶଳ ଓ କ୍ୟାଟ୍ରିନାଙ୍କ କନଫର୍ମ ଅତିଥି। ବିକ୍କିଙ୍କ ଅପକମିଂ ଫିଲ୍ମ ଗୋବିନ୍ଦା ମେରା ନାମରେ ଶଶାଙ୍କ ନିର୍ଦ୍ଦେଶନା ଦେଇଛନ୍ତି।

ୱେଡିଂ ଆଉଟଫିଟ୍ କଥା କହିବାକୁ ଗଲେ କ୍ୟାଟ୍ରିନା ତାଙ୍କ ମେହେନ୍ଦିରେ ଅବୁ ଜାନିଙ୍କ ଦ୍ଵାରା ଡିଜାଇନ୍ କରାଯାଇଥିବା ଅଉଟଫିଟ୍ ପିନ୍ଧିବେ। ସେହିପରି ସଙ୍ଗୀତରେ ମନୀଷ ମଲହୋତ୍ରାଙ୍କ ଦ୍ଵାରା ଡିଜାଇନ୍ କରାଯାଇଥିବା ଆଉଟଫିଟ୍ ପିନ୍ଧିବେ। ସେହିପରି ବିବାହ ଦିନ ବିକ୍କି କୌଶଳ ସବ୍ୟସାଚୀଙ୍କ ଦ୍ଵାରା ଡିଜାଇନ୍ କରାଯାଇଥିବା ଆଉଟଫିଟ୍ ପିନ୍ଧିବେ।