ରଣବୀରଙ୍କ ସହ ବ୍ରେକ୍ଅପ୍ ପରେ ଦୁଃଖରେ ଥିବା କାଟ୍ରିନା ହେଲେଣି ଛଟପଟ, କହିଲେ ବୟଫ୍ରେଣ୍ଡ୍ ଦର୍କାର

ଭୁବନେଶ୍ବର,୧୯/୨: ସଲମାନ୍ ଖାନଙ୍କ ସହିତ ସମ୍ପର୍କ ତୁଟିବା ପରେ କାଟ୍ରିନା କୈଫ୍ ରଣବୀରଙ୍କ ସହ ରଖିଥିଲେ ସମ୍ପର୍କ। ମାତ୍ର ଦୁର୍ଭାଗ୍ୟର ବିଷୟ ସେମାନଙ୍କ ସମ୍ପର୍କ ବି ଥିଲା ସେମିତି କିଛି। ଯାହା ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ରହିନଥିଲା। ଏମିତିରେ ବି ରଣବୀର ଥିବା ଅବସ୍ଥାରେ ହିଁ କାଟ୍ରିନା ଓ ସଲମାନଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଥିଲା।

ରଣବୀରଙ୍କ ସହିତ ବ୍ରେକ୍ଅପ୍ ହେବା ପରେ ଆପଣ ଭାବୁଛନ୍ତି କି, ରଣବୀର ଏକଲା ଅଛନ୍ତି। ଏହା ସମ୍ଭବ ନୁହେଁ, ରଣବୀର ବର୍ତମାନ ଆଲିଆ ଭଟ୍ଟଙ୍କ ହାତ ଧରିସାରିଛନ୍ତି। ମାତ୍ର କାଟ୍ରିନା କିଛି ଦିନ ଧରି ଏକଲା ରହିଥିଲେ। କିନ୍ତୁ ଏବେ ସେହି ଏକଲାପଣ ତାଙ୍କୁ ନିର୍ଯ୍ୟାତନା ଦେଉଛି ବୋଲି ସେ ଅନୁଭବ କରୁଛନ୍ତି। ସ୍ଥିର ହୋଇ ରହିବା ବଦଳରେ କାଟ୍ରିନା ଏବେ ଖାଲି ଛଟପଟ ହେଉଛନ୍ତି। ସେ ପୁଣି ଥରେ ପ୍ରେମ କରିବାକୁ ଚାହୁଁଛନ୍ତି। ହୋଇପାରେ କାଟ୍ରିନା ଏହି କଥାକୁ ମୁହଁ ଖୋଲି କହିପାରୁନଥିଲେ ଯେ, ତାଙ୍କୁ ଗୋଟେ ବୟଫ୍ରେଣ୍ଡ୍ ଦର୍କାର ବୋଲି।

ଫିଲ୍ମ ଫେୟାର ଦିନ କାଟ୍ରିନା ଏକ ସାକ୍ଷାତକାରରେ ନିଜର ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କିଛି କଥାକୁ ଦର୍ଶକଙ୍କ ସମ୍ମୁଖରେ ରଖିଥିଲେ। ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, ୨୦୧୯ରେ ନିଜର ଏମିତି କଣ ତିନୋଟି ଇଚ୍ଛା ଅଛି ଯାହାକୁ ସେ ପୂରା କରିବାକୁ ଚାହିଁବେ। ପ୍ରଶ୍ନର ଉତ୍ତରରେ କାଟ୍ରିନା କହିଲେ ଯେ, ଫିଲ୍ମ ଫେୟାର ଆଓ୍ବାର୍ଡ, ବୟଫ୍ରେଣ୍ଡ୍ ଏବଂ ନିଜର ଏକ ପ୍ରଡକ୍ସନ୍ ହାଉସ୍ ଖୋଲିବାକୁ ସେ ଚାହୁଁଛନ୍ତି ବୋଲି କହିଥିଲେ।

ବ୍ରେକ୍ଅପ୍ ହେବାର କିଛି ବର୍ଷ ପରେ କାଟ୍ରିନା ପ୍ରଥମ ପାଇଁ ନିଜର ମନକଥା ଖୋଲି କହିଥିଲେ କି, ସେ ଏକଲା ରହିବାକୁ ଚାହାନ୍ତି ନାହିଁ ବୋଲି। କାଟ୍ରିନା ରଣବୀର ୫ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ। ଏମିତି କି ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ମାତ୍ର କିଛିଟା କାରଣ ଯୋଗୁଁ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଭାଙ୍ଗି ଯାଇଥିଲା।

କାଟ୍ରିନା ଏକ ସାକ୍ଷାତକାରରେ କହିଛନ୍ତି କି, ବ୍ରେକ୍ଅପ୍ ତାଙ୍କ ପାଇଁ ଆଶୀର୍ବାଦ ସଦୃଶ ଥିଲା।ବ୍ରେକ୍ଅପ୍ ପରେ ସଲମାନ୍ କାଟ୍ରିନାଙ୍କୁ ସାହାଯ୍ୟ କରିଥିଲେ।କାରଣ ସଲମାନ ଓ କାଟ୍ରିନା ଦୁହେଁ ଭଲ ସାଙ୍ଗ ଥିଲେ। ବର୍ତ୍ତମାନ କାଟ୍ରିନା ସଲମାନ ଖାନ୍ଙ୍କ ଫିଲ୍ମ ‘ଭାରତ’ ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି।