ଆଜି ରାତିରୁ କେବିସି -୧୨ ଆରମ୍ଭ – ଶୋ’ର ପ୍ରତି ଏପିସୋଡରେ ଜିତି ପାରିବେ ଏକ ଲକ୍ଷ ଟଙ୍କା…ଜାଣନ୍ତୁ ଏହାର ସହଜ ଉପାୟ

ନୂଆଦିଲ୍ଲୀ – ମହାନାୟକ ଅମିତାଭ ବଚ୍ଚନଙ୍କର ଲୋକପ୍ରିୟ ଟିଭି ଶୋ କୌନ୍‌ ବନେଗା କରୋଡପତିର ୧୨ତମ ସିଜନ ଆରମ୍ଭ ହେବାକୁ ଯାଉଛି । ଶୋ କୁ ଯଦିଓ କରୋନା ସମୟରେ ଆରମ୍ଭ କରାଯାଉଛି , ହେଲେ ଏହାପରେ ମଧ୍ୟ ଶୋ କୁ ନେଇ ପ୍ରଶଂସକଙ୍କ ଖୁବ୍‌ ଉତ୍ସାହ ଦେଖିବାକୁ ମିଳିଛି। ପ୍ରତି ସିଜନରେ ପ୍ରଶଂସକ ଶୋ ଆସିବାର ଅପେକ୍ଷା କରିଥାନ୍ତି । ଏହି ଥର ଦର୍ଶକଙ୍କ ପାଇଁ ମଧ୍ୟ କୌନ୍ ବନେଗା  କରୋଡ୍ ପତି  ସ୍ପେଶାଲ  ସପ୍ରାଇଜ୍‌ ନେଇ ଆସୁଛି । ଶୋ ମାଧ୍ୟମରେ ପ୍ରତି ଏପିସୋଡ୍‌ରେ ଦର୍ଶକ ମଧ୍ୟ ଲକ୍ଷପତି ହେବାର ସୁଯୋଗ ପାଇପାରିବେ । ଗେମ୍‌ ସମୟରେ  ପ୍ରତି ଏପିସୋଡ୍‌ରେ ୧୦ଜଣ ଲୋକଙ୍କ ପାଖରେ ୧ଲକ୍ଷ ଟଙ୍କାର  ଧନରାଶି  ଜିତିବାର ସୁବର୍ଣ୍ଣ  ସୁଯୋଗ ରହିବ । ଆସନ୍ତୁ ତାହେଲେ ଜାଣିବା କେମିତି ଦର୍ଶକ ଶୋ ଜରିଆରେ ଲକ୍ଷପତି ହୋଇପାରିବେ ।

କେବିସି ପ୍ଲେ ଏଲଙ୍ଗ ସେଗେମେଣ୍ଟ ପ୍ରତିଦିନ ୧୦ ଲକ୍ଷପତି ଅନୁସାରେ  କୌନ ବନେଗା କରୋଡପତି ୧୨ରେ ଦର୍ଶକ ଖେଳରେ ଅଂଶ ଗ୍ରହଣ କରିପାରିବେ ଏବଂ ଖେଳ ସମୟରେ ୧ଲକ୍ଷ ଟଙ୍କା ମଧ୍ୟ ଜିତି ପାରିବେ ।  ଏଥିରେ ଏକଲା  ବି ଭାଗ ନେଇ ହେବ ବା ନିଜର ପରିବାର ଓ ବନ୍ଧୁଙ୍କୁ ମଧ୍ୟଏହି ଗେମ୍‌ରେ  ସାମିଲ୍‌ କରାଯାଇପାରିବ ।  ଯେଉଁ ଟିମ୍‌ ଟପ୍‌ ସ୍କୋର କରିବ , ତାକୁ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ।

ପ୍ରତିଦିନ୧୦ଜଣ ଲୋକ  ଏହି ପୁରସ୍କାର ରାଶି  ଜିତି ପାରିବେ ।  ଖାଲି ଏତିକି ନୁହେଁ ଏଥିରେ ପ୍ଲେୟର୍ସ ରେଫରେନ୍ସର ବ୍ୟବହାର କରି ନିଜର ସଂପର୍କୀୟ ଓ ବନ୍ଧୁଙ୍କୁ  ମଧ୍ୟ ଏହି  ଗେମ୍‌ ଖେଳିବା ପାଇଁ ରେକମଣ୍ଡ କରିପାରିବେ ।  ଏମିତି କରିବାରେ ପ୍ଲେୟରଙ୍କୁ ଆଡିସନାଲ ପଏଣ୍ଟସ ମିଳିବ ଏବଂ ସେ ସୋନି ଲାଇଭର ଫ୍ରି ସବସ୍କ୍ରିପସନ ମଧ୍ୟ ପାଇପାରିବେ ।

ଏହା ବ୍ୟତୀତ ଏହି ଥରକେବିସି-୧୨ରେ ଦର୍ଶକଙ୍କ ପାଖରେ  ଏହି ଜିତିବାକୁ ନେଇ ଆହୁର ସପ୍ରାଇଜ୍‌ ଗିଫ୍ଟ ରହିଛି । ବିଜେତା ଙ୍କୁ ଗିଫ୍ଟରେ କାର୍‌, ଟେଲିଭିଜନ ,ମୋବାଇଲ, ଫୋନ୍ , ବ୍ଲୁଟୁଥ୍  ସ୍ପିକର୍ସ ସମେତ ଆହୁରି ମଧ୍ୟ ଇଲେକ୍ଟ୍ରନିକ ଜିନିଷ ଉପହାରରେ  ମିଳିପାରିବ ।

ଏହି ଲୋକପ୍ରିୟ ଶୋ’ ଟି ୨୮ସେପ୍ଟେମ୍ୱର ସୋମବାର ରାତି  ୯ ଟାରେ କେବିସି ର ପ୍ରସାରଣ ଆରମ୍ଭ  ହୋଇଛି ।  

   ସମ୍ବନ୍ଧିତ ଖବର


କୁମାରୀ ଦେବୀ

ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ

ଇଲେକ୍ଟ୍ରିବିଲ,ଭୋଟର କିମ୍ବା ପାନ୍ କାର୍ଡ ନଥିଲେ ଆଧାରକାର୍ଡ ହୋଇପାରିବ ଅପଡେଟ୍, ଜାଣନ୍ତୁ କିପରି ହେବ ସମ୍ଭବ?

ଏଲଏସିରେ ଯବାନଙ୍କ ସହ ରାଜନାଥ ସିଂଙ୍କ ଦଶହରା ପାଳନ, କଲେ ‘ଶସ୍ତ୍ର ପୂଜା’

ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ