ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଅଭିଯୁକ୍ତ ତିଆରି କଲେ ଭିଡିଓ,ଥାନାରେ ଅଭିଯୋଗ କରିବାରୁ ପୀଡିତାଙ୍କ ବାପାଙ୍କୁ ମାଡ ମାରିଲା ପୋଲିସ

ଲକ୍ଷ୍ନୌ,୨୩।୯: ଉତ୍ତର ପ୍ରଦେଶର କୌଶମ୍ବିରେ  ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ତାଙ୍କର ଭିଡିଓ ତିଆରି କରାଯାଇଥିବାର ଏକ ମାମଲା ଦେଖିବାକୁ ମିଳିଛି। କୌଶମ୍ବିର ସରାୟ ଅଞ୍ଚଳରେ ଘାସ କାଟିବାକୁ ବିଲକୁ ଯାଇଥିବା  ଜଣେ ନାବାଳିକାଙ୍କୁ ୩ ଜଣ ଯୁବକ ଦୁଷ୍କର୍ମ କରିଥିଲେ। କେବଳ ସେତିକିରେ ତାଙ୍କର ମନ ଭରିନଥିଲା ସେମାନ ଦୁଷ୍କର୍ମ ସମୟର ମଧ୍ୟ ଭିଡିଓ ତିଆରି କରିନୋଇଥିଲେ। ତେବେ ଏହି ଘଟଣାର ଜଣେ ଅଭିଯୁକ୍ତକୁ ସେହି ସମୟରେ ଗାଁର କିଛି ଲୋକ ଧରିବାପରେ  ନିସ୍ତୁକ ମାଡ ମାରିଥିଲେ।

ମିଳିଥିବା ଖବର ଅନୁସାରେ ଦଳିତ ନାବାଳିକା ବିଲରେ ଘାସ କାଟିବାକୁ ଯାଇଥିବା ବେଳେ ଗାଁର ଏକ ଉଚ୍ଚଜାତିର ୩ ଜଣ ଯୁବକ ତାଙ୍କୁ ଧରିବା ପରେ ଶୁନଶାନ୍ ସ୍ଥାନକୁ ନେଇଯାଇଥିଲେ ଓ ସେଠାରେ ଜଣ ଜଣ କରି ଦୁଷ୍କର୍ମ କରିଥିଲେ। ଝିଅଟି ପାଟିକରି ଚିଲାଇଥିଲା ଓ ସେମାନଙ୍କୁ ଛାଡିବାକୁ ଯେତେ ନେହୁରା ହୋଇଥିଲେ ମଧ୍ୟ ସେମାନେ ତା’ର କଥା ଶୁଣିନଥିଲେ।

ପୀଡିତା ଯୁବତୀ ଜଣକ ଯେତେବେଳେ ଘରକୁ ଆସି ନିଜର ବାପାଙ୍କୁ ଘଟଣା ବିଷୟରେ କହିଥିଲେ, ସେ ଝିଅକୁ ନେଇ ଥାନାକୁ ଯାଇଥିଲେ କିନ୍ତୁ ସେଠାରେ ପୋଲିସ ପୀଡିତାଙ୍କ ବାପାଙ୍କୁ ମାଡ ମାରିଥିଲା। ଦୁଷ୍କର୍ମ ପୀଡିତାର ବାପାଙ୍କୁ ପୋଲିସ ମାଡ ମାରିଥିବା ଖବର ପାଇବା ପରେ ଗାଁ ଲୋକେ ଉତ୍ୟକ୍ତ ହୋଇ ଥାନା ଘେରାଉ କରିଥିଲେ, ଯାହାର ସୂଚନା ପାଇବାପରେ ଏସପି ଘଟଣାସ୍ଥାରେ ପହଁଞ୍ଚି ଗାଁ ଲୋକଙ୍କୁ ଶାନ୍ତ କରାଇଥିଲେ। ଏହା ସହିତ କହିଥିଲେ ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବେ। ଅଭିଯୋଗ ପରେ  ୩ ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି, ସେଭଳି ପୀଡିତାଙ୍କୁ ମେଡିକାଲ ପରୀକ୍ଷଣ ପାଇଁ ହସ୍ପିଟାଲ ପଠାଯାଇଥିଲା।

   ସମ୍ବନ୍ଧିତ ଖବର


ଭିଡ଼ିଓ କଲ୍‌ରେ ଉଲଗ୍ନ ହେବାକୁ ଯୁବତୀଙ୍କୁ ଜିଦ୍ କରୁଥିଲେ ! ବାହୁବଳୀ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ….

ହାଥରସ୍ ମାମଲା: ଯେଉଁ କ୍ଷେତରେ ପୀଡିତାଙ୍କୁ ହୋଇଥିଲା ଦୁଷ୍କର୍ମ, ତା’ର ମାଲିକ ସରକାରଙ୍କୁ ମାଗିଲେ କ୍ଷତିପୂରଣ

ପୁଲିସ ଟାର୍ଗେଟ୍‌ରେ ‘ଜହର ରାଣୀ’: ଜଳେଶ୍ୱରରୁ ଆଣି ପୁରୀକୁ ଯୋଗାଉଛି ବ୍ରାଉନ୍‌ ସୁଗର ! ଚେର ଉପାଡ଼ିବାକୁ ଚାଲିଛି ଛାନ୍‌ଭିନ୍‌

କୁକୁଡ଼ା ଫାର୍ମରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଏନ୍‌ଏଚ୍‌ଆର୍‌ସି

ହାଜତ ଭିତରେ ମହିଳା କଏଦୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ, ଥାନା ଅଧିକାରୀଙ୍କ ସହ ୫ ପୋଲିସକର୍ମୀଙ୍କ ସମ୍ପୃକ୍ତି ଅଭିଯୋଗ

କମ୍ବିଂ ଅପରେଶନ ବେଳେ ସୀମାନ୍ତ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର