PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଓଲିଉଡ୍ରୁ ବଲିଉଡ୍‌ ଯାଏ ଲମ୍ବିଛି ଯାତ୍ରା, ମ୍ୟୁଜିକ୍‌ ଭିଡିଓରେ ବି କାବ୍ୟାଙ୍କ କ୍ରେଜ୍ ଜବରଦସ୍ତ

କଟକ ୦୨/୧୨: ଓଡି଼ଆ ସିନେମାରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ଚାହୁଁ ଚାହୁଁ ଓଲିଉଡ୍‌ ସାଙ୍ଗକୁ ବଲିଉଡ୍‌ରେ ବି ଦେଖିବାକୁ ମିଳିଥିଲା ତାଙ୍କ ଅଭିନୟ ଯାଦୁ । କେବଳ ଫିଲ୍ମ ନୁହେଁ ବରଂ ମ୍ୟୁଜିକ୍‌ ଭିଡିଓରେ ବି ତାଙ୍କର ବେଶ୍‌ କ୍ରେଜ୍‌ ରହିଛି । ପୂର୍ବରୁ ଓଡି଼ଆ ସହିତ ହିନ୍ଦୀ ଫିଲ୍ମରେ ଦର୍ଶକଙ୍କ ମନ ଜିଣିଥିବା ବେଳେ ଏବେ ଆଉ ଏକ ନୂଆ ଓଡି଼ଆ ଫିଲ୍ମ ସହ ଆସୁଛନ୍ତି ସଫଳ ଅଭିନେତ୍ରୀ କାବ୍ୟା କିରଣ ।

ଜଣେ ଲୋକପ୍ରିୟ ମଡେଲ୍‌ ଥିବା ସମୟରେ ପ୍ରଥମ ଥ୍ରିଡି ଓଡି଼ଆ ହରର୍‌ ଫିଲ୍ମ କାଉଁରି କନିଆଁରେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ କାବ୍ୟା । ଏହା ପରେ ମୁମ୍ବାଇ ଯାଇ ସେଠାରେ ବଲିଉଡ୍‌ରେ ଅଭିନୟ କରିଥିଲେ । ହିନ୍ଦୀ ଫିଲ୍ମ ରଙ୍ଗ ଏ ଇସ୍କ ସାଙ୍ଗକୁ ଅନେକ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ଏହାପରେ ସେ ଓଲିଉଡ୍‌ରୁ ଦୂରେଇ ପାରି ନ ଥିଲେ । ଓଡି଼ଶା ଆସି ପୁଣି ରହସ୍ୟ, ଖୁସି ଭଳି ଏକାଧିକ ଫିଲ୍ମ କରିଥିଲେ । ତା ମଧ୍ୟରେ ୱେବ୍‌ ସିରିଜ୍‌ରେ ମଧ୍ୟ ନଜର ଆସିଥିଲେ । ଏବେ ନିଆରା ଏକ ପ୍ରେମ କାହାଣୀ ଉପରେ ଅଧାରାତି ଓଡି଼ଆ ଫିଲ୍ମ ତୋ ନାର ମାନେ ହଁରେ ଅଭିନୟ କରିଛନ୍ତି କାବ୍ୟା । ଅଭିନୟ ବାଦ୍‌ ନୃତ୍ୟରେ ମଧ୍ୟ ସେ ପାରଙ୍ଗମ ।