ହନୁମାନ କାହା ପାଇଁ ସଞ୍ଜିବନୀ ଆଣିବାକୁ ଯାଇଥିଲେ? କେବିସିରେ ଏହି ପ୍ରଶ୍ନର ଉତ୍ତର​ଦେଇପାରିଲେନି ସୋନାକ୍ଷୀ,ସୋସିଆଲ ମିଡିଆରେ ତାଙ୍କୁ ପରିହାସ କରି ମିମ୍ସର ବନ୍ୟା

ନୂଆଦିଲ୍ଲୀ,୨୧।୯: ସୋନାକ୍ଷୀ ସିହ୍ନା ବଲିଉଡର ନାମୀ ଅଭିନେତ୍ରୀ। ତାଙ୍କର ବୋଲ୍ଡ ରୋଲ ହେଉ କିମ୍ବା ବଡ ଷ୍ଟାରଙ୍କ ସହ ଫିଲ୍ମରେ କାମ କରିବା ସବୁଥିରେ ସବୁବେଳେ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ବ୍ଲକବଷ୍ଟର ଫିଲ୍ମ ‘ମିଶନ୍ ମଙ୍ଗଲମ’ରେ କାମ କରିସାରିଥିବା ସୋନାକ୍ଷୀ ନିଜର ଫ୍ୟାନ୍ସଙ୍କ ଭିତରେ ଖୁବ୍ ପ୍ରିୟ। କିନ୍ତୁ ଗତ ଶୁକ୍ରବାହର ୨୦ ତାରିଖ ରାତିରେ କେବିସିରେ ଏକ ସରଳ ପ୍ରଶ୍ନକୁ ନେଇ ଛନ୍ଦି ହୋଇଯାଇଯାଇଥିଲେ ସୋନାକ୍ଷୀ,ଯାହାକୁ ନେଇ ଏବେ ତାଙ୍କୁ ସୋସିଆଲ ମିଡିଆରେ କରାଯାଉଛି ଖୁବ୍ ଟ୍ରୋଲ। ପ୍ରଶ୍ନଟି ରହିଥିଲା ହନୁମାନ କାହାପାଇଁ  ସଞ୍ଜିବନୀ ଆଣିବାକୁ ଯାଇଥିଲେ? ଏହି ପ୍ରଶ୍ନର ଉତ୍ତର ପାଇଁ ସେ ଲାଇଫ ଲାଇନ୍ ବ୍ୟବହାର କରିଥିଲେ।

ଶୁକ୍ରବାର ‘କୌନ୍ ବନେଗା କୋରଡ୍‌ପତି’ ସୋ’ରେ ରାଜସ୍ଥାନର ରୁମା ଦେବୀ ଆସିଥିଲେ। ଯିଏକି ୨୨ ହଜାର ମହିଳାଙ୍କୁ ସ୍କିଲ୍ ଡେଭଲପ୍‌ମେଣ୍ଟ୍ ଟ୍ରେନିଂ ଦେଇ ସାରିଛନ୍ତି। ୨୦୧୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ‘ନାରୀ ଶକ୍ତି’ ପୁରସ୍କାରରେ ସମ୍ମାନିତ କରିଥିଲେ। ରୁମାଙ୍କ ଲୋକକଲ୍ୟାଣ୍ଡ କାର୍ଯ୍ୟରେ ସୋନାକ୍ଷୀ ସିହ୍ନା ମଧ୍ୟ ପ୍ରଭାବିତ ହୋଇଥିଲେ। ‘କୌନ୍ ବନେଗା କୋରଡ୍‌ପତି’ ସୋରେ ରାଜସ୍ଥାନର ରୁମା ଦେବୀଙ୍କ ଏକ୍ସପର୍ଟ ଭାବେ ସୋନାକ୍ଷୀ ଯୋଗ ଦେଇଥିଲେ।  ଏହି ସୋ ର ଉପସ୍ଥାପକ ତଥା ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ସହଜ ପ୍ରଶ୍ନର ଉତ୍ତର ଦେଇନପାରି ସୋନାକ୍ଷୀଙ୍କୁ ହେବାକୁ ପଡିଛି ଟ୍ରୋଲ।

ସୋନାକ୍ଷୀଙ୍କୁ ଅମିତାଭ ପଚାରିଥିଲେ‘ରାମାୟଣ କଥା ବସ୍ତୁ ଅନୁସାରେ ହନୁମାନ କାହା ପାଇଁ ସଞ୍ଜୀବନୀ ଜଡ଼ିବୁଟି ଆଣିବା ଲାଗି ଯାଇଥିଲେ? ଏହି ପ୍ରଶ୍ନର ଉତ୍ତର ଦେବା ଲାଗି ତାଙ୍କ ପାଖରେ ୪ଟି ଅପ୍ସନ ମଧ୍ୟ ଥିଲା। ୧- ସୁଗ୍ରୀବ, ୨- ଲକ୍ଷ୍ମଣ, ୩-ସୀତା ଓ ୪-ରାମ। ହେଲେ ସୋନାକ୍ଷୀ ଉତ୍ତର ଦେବା ପାଇଁ ସକ୍ଷମ ହୋଇନଥିଲେ। ସେ ପ୍ରଥମେ ସୀତା କହିଥିଲେ ଓ ତା’ ପରେ ରାମ ବୋଲି କହିଥିଲେ। ଯାହା ସମ୍ପୂର୍ଣ୍ଣ ଭୁଲ୍ ଉତ୍ତର ଥିଲା। ରୁମା ଦେବୀ ଏହି ପ୍ରଶ୍ନର ଉତ୍ତର ଜାଣି ନଥିଲେ। ତେଣୁ ଶେଷ ଲାଇଫ୍ ଲାଇନ୍ ବ୍ୟବହାର କରି ସୋନାକ୍ଷୀ ‘ଏକ୍ସପର୍ଟଙ୍କ ସାହାର୍ଯ୍ୟ’ ନେଇଥିଲେ। ଏକ୍ସପର୍ଟ ଶ୍ବେତା କହିଥିଲେ ଠିକ୍ ଉତ୍ତର ରାମ କିମ୍ବା ସୀତା ନୁହଁନ୍ତି ବଂର ଲକ୍ଷ୍ମଣ। ସୋନାକ୍ଷୀଙ୍କ ଏଭଳି ଏକ ସରଳ ପ୍ରଶ୍ନର ଉତ୍ତର ଦେଇ ପାରିନଥିବାରୁ ଅମିତାଭ ବଚ୍ଚନ ଆଶ୍ଚର୍ଯ୍ୟ ହୋଇଥିଲେ।

ସୋନାକ୍ଷୀଙ୍କୁ ଏଭଳି ପ୍ରଶ୍ନର ଉତ୍ତର ନଆସିବା ଖୁବ୍ ନିରାଶଜନକ କଥା, କାରଣ ତାଙ୍କର ବାପାଙ୍କ ସହିତ ସମସ୍ତ ଦାଦାଙ୍କର ନାମ ରାମାୟଣର ପାତ୍ର ନାମରେ ଆଧାରିତ। କେବଳ ସେତିକି ନୁହେଁ ତାଙ୍କର ଦୁଇ ଭାଇଙ୍କ ନାମ ଲବ-କୁଶ। ଏହାପରେ ସୋନାକ୍ଷୀଙ୍କୁ ସୋସିଆଲ ମିଡିଆାରେ ଆରମ୍ଭ ହୋଇଯାଇଥିଲା ଟ୍ରୋଲ। ସୋନାକ୍ଷୀଙ୍କୁ ଲୋକମାନେ ବୋକି ଝିଅ ବୋଲି କହିଥିଲେ। ଏପରିକି ତାଙ୍କର ତୁଳନା ଆଲିଆ ଭଟ୍ଟ ଓ ଅନନ୍ୟା ପାଣ୍ଡେଙ୍କ ସହିତ ବିଭିନ୍ନ ପ୍ରକାର ଟ୍ବିଟ୍ କରିଥିଲେ। ସୋନାକ୍ଷୀଙ୍କୁ ପରିହାସ କରି  ସୋସିଆଲ ମିଡିଆରେ ସତେ ଯେପରି ମିମ୍ସର ବନ୍ୟା ଆସିଯାଇଛି। ଦେଖନ୍ତୁ ଏଭଳି କିଛି ମିମ୍ସ।

   ସମ୍ବନ୍ଧିତ ଖବର


ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ହ୍ରିତିକ୍‌ ରୋଶନଙ୍କ ମାଆ କଲେ ପୋଷ୍ଟ – କହିଲେ , ସମସ୍ତେ ସତ ଜାଣିବାକୁ ଚାହୁଁଛନ୍ତି …କିନ୍ତୁ