PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

କେନ୍ଦ୍ରାପଡ଼ା କ୍ରେଡିଟ୍‍ କୋ-ଅପରେଟିଭ୍‌ ଯୌନ କେଳେଙ୍କାରୀ ମାମଲା: ପ୍ରମୋଦ ସାହୁଙ୍କୁ ସର୍ତ୍ତ ମୂଳକ ଜାମିନ

କଟକ ୧୨/୧୨: କେନ୍ଦ୍ରାପଡ଼ା କ୍ରେଡିଟ୍‍ କୋ-ଅପରେଟିଭ୍‌ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ କୁମାର ସାହୁଙ୍କୁ ହାଇକୋର୍ଟରୁ ଜାମିନ୍‌ ମିଳିଛି । ପ୍ରମୋଦଙ୍କ ଜାମିନ୍‌ ପାଇଁ ନିମ୍ନ ଅଦାଲତ ସମସ୍ତ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତିି ।

ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି.ପି ରାଉତରାୟ ବୁଧବାର ଦିନ ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅସଦାଚରଣ, ଯୌନଶୋଷଣ ଓ ହତ୍ୟା ଧମକ ଭଳି ଅପରାଧ ଅଭିଯୋଗରେ ଛନ୍ଦି ହୋଇଥିବା ପ୍ରମୋଦଙ୍କୁ ଗତ ନଭେମ୍ବର ୩ ତାରିଖ ମଧ୍ୟରାତ୍ରିରେ ତାଙ୍କ କେନ୍ଦ୍ରାପଡା ଟାଉନ୍‌ର ବଣିଆମାଳସ୍ଥିତ ଘରୁ ଉଠାଇ ନେଇଥିଲା ଟାଉନ୍‌ ପୁଲିସ । ପ୍ରଥମେ ଏସ୍‌ଡିଜେଏମ୍‍ଙ୍କ କୋର୍ଟ ଓ ପରେ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ପ୍ରମୋଦ କେନ୍ଦ୍ରାପଡା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟିର ସଭାପତି ଥିବା ବେଳେ ପଦର ଅପବ୍ୟବହାର କରି ଏଠାରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏ ସମ୍ପର୍କରେ ପୀଡିତା ମୁହଁ ଖୋଲିବା ପରେ ପୁଲିସ୍‌ ପ୍ରମୋଦଙ୍କୁ ଗିରଫ କରିଥିଲା । ସେ ବାରିମୂଳ ଉପକାରାଗାରରେ ରହୁଥିଲେ । ଏ ଭିତରେ ପ୍ରମୋଦଙ୍କୁ ସୋସାଇଟିର ସଭାପତି ଓ ସଦସ୍ୟ ପଦବିରୁ ବହିଷ୍କାର କରାଯାଇଛି ।