ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

କେନ୍ଦ୍ରାପଡ଼ା ଜିତିଲା ଓଟିପିଏଲ୍‌ ଟାଇଟଲ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ରେ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି । ଫାଇନାଲ୍‌ ମୁକାବିଲାରେ କେନ୍ଦ୍ରାପଡ଼ା ୩-୨ରେ ପୁରୀ ୱେଭର୍ସକୁ ପରାସ୍ତ କରିଥିଲା । ପ୍ରଥମ ମ୍ୟାଚ୍‌ରେ ପୁରୀର ସୂରଜ ଆର ପ୍ରବୋଧ ୭-୦ରେ କେନ୍ଦ୍ରପଡ଼ାର ଜଗମୀତ ସିଂହଙ୍କୁ ପରାସ୍ତ କରିଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ କେନ୍ଦ୍ରାପଡ଼ାର ଆଲେକ୍ସ ସୋଲାଙ୍କି ୭-୧ରେ ଆଶୁତୋଷ ଦାସଙ୍କୁ ହରାଇଥିବାବେଳେ ତୃତୀୟ ମ୍ୟାଚ୍‌ରେ ଅଭିକା ସଗୱାଲ୍‌ ୭-୧ରେ ଅନମ ଅଲମାସଙ୍କୁ ହରାଇ କେନ୍ଦ୍ରାପଡ଼ାକୁ ୨-୧ରେ ଅଗ୍ରଣୀ କରାଇଥିଲେ । ଚତୁର୍ଥ ମ୍ୟାଚ୍‌ରେ ପୁରୀର ସୂରଜ ଓ ଜଗଦୀଶ ଯୋଡି ୭-୫ରେ କେନ୍ଦ୍ରାପଡ଼ାର ଜଗମୀତ ଓ ନିଶାନ୍ତ ଯୋଡିଙ୍କୁ ହରାଇ ୨-୨ରେ ସ୍ଥିତି ବରାବର କରିଥିଲେ । ନିର୍ଣ୍ଣାୟକ ମୁକାବିଲାରେ କେନ୍ଦ୍ରାପଡ଼ାର ଅଭିକା ଓ ଆଲେକ୍ସ ଯୋଡି ୭-୪ରେ ପୁରୀର ଅଲମାସ ଓ ଜଗଦୀଶ ଯୋଡିଙ୍କୁ ହରାଇ ଦଳକୁ ଚାମ୍ପିଅନ କରାଥିଲେ । ଉଦ୍‌ଯାପନୀ ଉତ୍ସବରେ ବିଧାୟକ ପ୍ରିଦର୍ଶୀ ମିଶ୍ର ଯୋଗଦେଇ ଚାମ୍ପିଅନ ଦଳକୁ ଟ୍ରଫି ଓ ୨ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ରନର୍ସ ଅପ ଦଳକୁ ଟ୍ରଫି ଓ ୧ଲକ୍ଷଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.