ଆତଙ୍କବାଦୀଙ୍କ ଟାର୍ଗେଟରେ ଦକ୍ଷିଣ ଭାରତ, ଅନୁପ୍ରବେଶ କରିବା ଆଶଙ୍କାରେ ଏହି ରାଜ୍ୟରେ ଜାରି ହେଲା ହାଇଆର୍ଲଟ

ନୂଆଦିଲ୍ଲୀ,୯।୯: ସେନା ଓ ଗୁଇନ୍ଦା ଏଜେନ୍ସିର ସୂଚନା ଅନୁସାରେ ପାକିସ୍ତାନ ପକ୍ଷରୁ ଭାରତରେ ଲଗାତାର ଭାବରେ ଅନୁପ୍ରବେଶ  ଓ ଆତଙ୍କବାଦୀ ଘଟଣା ଦେଖିବାକୁ ମିଳିଛି। ବିଶେଷ କରି କଶ୍ମୀରରେ ହୋଇଥିବା ଘଟଣାପରେ ପାକିସ୍ତାନ ପକ୍ଷରୁ ଏଭଳି ଚେଷ୍ଟା ବଢିବାରେ ଲାଗିଛି। ଗୁଇନ୍ଦା ଏଜେନ୍ସିର ସୂଚନା ଅନୁସାରେ ଆତଙ୍କବାଦୀମାନେ ସମୁଦ୍ରପଥରେ ପଶିବାର ଚେଷ୍ଟା କରି ଦକ୍ଷିଣ ଭାରତରରେ ଅନୁପ୍ରବେଶ କରିପାରନ୍ତି।

ଆତଙ୍କବାଦୀ ଆକ୍ରମଣର ସୁବଠାରୁ ଅଧିକ ଆଶଙ୍କା ତାମିଲନାଡୁ ଓ କେରଳରେ ହୋଇପାରେ ବୋଲି କୁହାଯାଉଛି। କେରଳର ଡିଜିପି ଲୋକନାଥ ବେହେରାଙ୍କ କହିବା ଅନୁସାରେ ଆମକୁ ସେନାର ଇନପୁଟ୍ ମିଳିଛି। ଏହାପରେ ଆମେ ସମସ୍ତ ଜିଲ୍ଲାକୁ ଆର୍ଲଟ କରିଦେଇଛୁ। ରାଜ୍ୟ ପୋଲିସକୁ ନିର୍ଦେଶ ଦେଇଛୁ ସେମାନେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ସହିତ ସତର୍କ ରୁହନ୍ତୁ।

ଉଲ୍ଲେଖନୀୟ ଯେ, ସେନା ପଧରୁ କୁହାଯାଇଛି ଗୁଜରାଟରେ ସରକ୍ରିକ ସୀମା ନିକଟରୁ ଏକ ଅଜଣା ଡଙ୍ଗା ମିଳିଥିଲା। ଏଭଳି ସ୍ଥିତିରେ ଦେଶରେ ସମୁଦ୍ର ବାଟ ଦେଇ ଆତଙ୍କବାଦୀମାନେ ଦେଶ ଭିତରେ ଅନୁପ୍ରବେଶ କରିପାରନ୍ତି ବୋଲି ସତର୍କ କରିଦିଆଯାଇଛି। ଗତ ମାସ ତାମିଲନାଡୁରେ ଆତଙ୍କବାଦୀ ଗତିବିଧି ନେଇ ଏସଟିଏସ୍ ଅନେକଙ୍କୁ ଗିରଫ କରିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ବିଚଳିତ ​ ଭାରତରେ ଅରାଜକତା ଏବଂ ଆତଙ୍କବାଦ କାର୍ଯ୍ୟକଳାପ ଜାରି କରିବାକୁ ଯୋଜନା କରୁଛି।

   ସମ୍ବନ୍ଧିତ ଖବର


ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି