PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

କେରଳର ସମଲିଙ୍ଗୀ ଦମ୍ପତ୍ତିଙ୍କ ପ୍ରି ଓ୍ୱେଡିଂ ଫଟୋସୁଟ୍ ଭାଇରାଲ୍, ୫ ବର୍ଷର ପ୍ରେମ ନେବ ବିବାହର ରୂପ

ବାଙ୍ଗାଲୋର,୧୩|୧୨:  ଗତ କିଛି ବର୍ଷ ହେଲା ବିବାହ ପୂର୍ବରୁ ପ୍ରି ଓ୍ୱେଡିଂ ଫଟୋଗ୍ରାଫିର ଟ୍ରେଣ୍ଡ ଜୋର ଧରିଛି। ଯୁବପୀଢି ସେମାନଙ୍କ ପ୍ରେମ ଓ ବିବାହ ଯାତ୍ରାକୁ ସାଇତି ରଖିବା ପାଇଁ ନିଜ ଜୀବନସାଥୀଙ୍କ ସହ ଫଟୋ ଉଠାଉଛନ୍ତି।

ଏହି ଫଟୋସୁଟରେ ସେମାନେ ନିଜ ଫଟୋ ଓ ଭିଡିଓ ଆଦିକୁ ନିଜ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ସେୟାର କରିଥାନ୍ତି। ବେଳେବେଳେ ଏହି ଫଟୋସୁଟରେ ଦମ୍ପତିଙ୍କ ବ୍ୟତୀତ ଗୃହପାଳିତ ପଶୁ, ଛୋଟ ପିଲା ସ୍ଥାନ ପାଇଥାନ୍ତି। କିନ୍ତୁ କେରଳରେ ଏକ ସମଲିଙ୍ଗୀ ଦମ୍ପତି ସେମାନଙ୍କ ବିବାହ ପୂର୍ବରୁ ଫଟୋସୁଟ୍ କରିଛନ୍ତି। ଯାହା ଭାଇରାଲ ହୋଇଛି।

କେରଳରେ ରହୁଥିବା ନିଭେଦ୍ ଆଣ୍ଟୋନୀ ଚୁଲିକାଲ ଓ ଅବ୍ଦୁଲ ରହୀମ ସେମାନଙ୍କ ଫଟୋସୁଟ୍ କରିଛନ୍ତିଯ ଏ ଦୁହେଁ ହେଉଛନ୍ତି ସମଲିଙ୍ଗୀ। ସେମାନେ ପରସ୍ପରକୁ ବିବାହ କରିବା ପାଇଁ ସ୍ଥିର କରିଛନ୍ତି। ଏହାସହ ସେମାନେ ସମାଜକୁ ଏକ ସୁସ୍ଥ ବାର୍ତ୍ତା ଦେବାକୁ ଚାହାଁନ୍ତି ବୋଲି କହିଛନ୍ତି।

ଉଭୟ ସେମାନଙ୍କ ଘରେ ଓ ବାହାରେ କିଛି ଗୃହପାଳିତ ପଶୁଙ୍କୁ ଧରି ଫଟୋସୁଟ୍ କରିଛନ୍ତି। ସେମାନେ ୫ ବର୍ଷ ହେଲା ପରସ୍ପରକୁ ଭଲ ପାଉଛନ୍ତି ଓ ଅତିଶୀଘ୍ର ବାଙ୍ଗାଲୋରରେ ବିବାହ କରିବେ ବୋଲି କହିଛନ୍ତି। କିନ୍ତୁ ସେମାନଙ୍କ ପରିବାର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର