ସତ୍ୟମେବ ଜୟତେ: ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବୈଜ୍ଞାନିକଙ୍କୁ ସମାଜ କହୁଥିଲା ‘ଦେଶଦ୍ରୋହୀ’, ଏବେ ମିଳିଲା ନ୍ୟାୟ

ନୂଆଦିଲ୍ଲୀ,୧୨।୮: ଦୀର୍ଘ ସମୟ ଧରି ନ୍ୟାୟ ପାଇଁ ଗୁହାରି କରୁଥିବା ଇସ୍ରୋର ବୈଜ୍ଞାନିକଙ୍କୁ ଶେଷରେ ନ୍ୟାୟ ମିଳିଛି। କେରଳ ସରକାର ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ନବୀ ନାରାୟଣଙ୍କୁ ଅଢେଇ ଦଶକ ପୁରୁଣା ଗୁପ୍ତଚର ମାମଲାର ସାମାଧାନ ପାଇଁ ୧.୩୦ କୋଟି ଟଙ୍କାର ଅତିରିକ୍ତ କ୍ଷତିପୂରଣ ଦେଇଛନ୍ତି। ମହାନ ବୈଜ୍ଞାନିକଙ୍କୁ ରାଜ୍ୟ ପୋଲିସ ଦ୍ବାରା ଫସେଇ ଦିଆଯାଇଥିଲା। ଗତ ବର୍ଷ ଡିସେମ୍ବର ମାସରେ କେରଳ ମନ୍ତ୍ରୀମଣ୍ଡଳ ପୂର୍ବତନ ଇସ୍ରୋ ବୈଜ୍ଞାନିକଙ୍କୁ ୧.୩୦ କୋଟି ଟଙ୍କାର କ୍ଷତିପୂରଣ ଦେବାର ମଞ୍ଜୁରୀ ପ୍ରଦାନ କରିଥିଲା।

ନଭି ନାରାୟଣଙ୍କ ବୟସ ୭୯ ବର୍ଷ। ନାରାୟଣଙ୍କ ମାମଲା ଥିରୁଅନନ୍ତପୁରମର ସେସନ୍ କୋର୍ଟରେ ୨୦୧୮ରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟ ନିଜ ନିର୍ଦେଶରେ କହିଥିଲେ, ଏହି ମାମଲାରେ  ତାଙ୍କୁ ଗିରଫ କରାଯିବା ଅନାବଶ୍ୟକୀୟ ଥିଲା ଓ ତାଙ୍କୁ ଫଶାଯାଇଥିଲା। ଏହା ସହିତ ସୁପ୍ରିମକୋର୍ଟ ନିଜ ନିର୍ଦେଶରେ କହିଥିଲେ, ପୂର୍ବତନ ବୈଜ୍ଞାନିକଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଅନ୍ତୁ। ସୁପ୍ରିମକୋର୍ଟ ଏହା ମାନିଥିଲେ ଯେ, ନାରାୟଣନ ଏହାଠାରୁ ଅଧିକ ହକଦାର ଅଟନ୍ତି ଓ ଉଚିତ କ୍ଷତପୂରଣ ପାଇଁ ନିମ୍ନ ଅଦାଲତ ଯାଇପାରନ୍ତି। ଏହାର ଠିକ୍ ପୂର୍ବରୁ, ରାଷ୍ଟ୍ରୀୟ ମାନବାଧିକାର କମିଶନ୍ (ଏନଏଚଆରସି) ମଧ୍ୟ ତାଙ୍କୁ ୧୦ ଲକ୍ଷ ଟଙ୍କାର ଆଶ୍ବସ୍ଥି ଦେବାର ନିର୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କେରଳ ସରକାରଙ୍କ କଡା ପଦକ୍ଷେପ ନେଇଥିଲେ। ପୂର୍ବତନ ମୁଖ୍ୟ ସଚିବ କେ.ଜୟକୁମାରଙ୍କୁ ଏହି ମାମଲାକୁ ଦେଖିବା ଓ ସଠିକ କ୍ଷତିପୂରଣ ରାଶି ଧାର୍ଯ୍ୟ କରିବାକୁ ଦାୟିତ୍ବ ଦେଇଥିଲେ। ଏହାପରେ କୋର୍ଟଙ୍କ ସାମନାରେ ସମସ୍ତ ପରାମର୍ଶ ଦିଆଯାଇ ସମାଧାନର ବାଟ ବାହାର କରାଯାଇଥିଲା। ରିପୋର୍ଟ ଅନୁସାରେ, କ୍ଷତିପୂରଣ ଅର୍ଥକୁ ଚେକ୍ ଭାବରେ ସ୍ବୀକାର କରି ନାରାୟରନ୍ କହିଛନ୍ତି, ମୁଁ ବହୁତ ଖୁସି। ମୁଁ ଧନ ପାଇଁ ଏହି ଲଢେଇ ଲଢି ନଥିଲି। ମୋର ଲଢେଇ ଅନ୍ୟାୟ ବିରୋଧରେ ଥିଲା।’

ଉଲ୍ଲେଖନୀୟ ଯେ, ଇସ୍ରୋର ଗୁପ୍ତଚର ମାମଲାରେ ଦୁଇ ବୈଜ୍ଞାନିକ ଓ ଦୁଇ ମାଳଦ୍ବୀପର ମହିଳାଙ୍କ ସହିତ ଅନ୍ୟ ୪ ଜଣ ଲୋକଙ୍କ ଦ୍ବାରା ଶତ୍ରୁ ଦେଶର କାଉଣ୍ଟିର କ୍ରାୟୋଜେନିକ୍ ଇଞ୍ଜିନ ପ୍ରଯୁକ୍ତିର କିଛି ଗୋପନୀୟ ଦସ୍ତାବିଜ୍ ଓ ରହସ୍ୟ ହସ୍ତାନ୍ତରଣ ଅଭିଯୋଗରେ ଲାଗିଥିଲେ। ଏଥିରେ ନଭି ନାରାୟଣଙ୍କର ମଧ୍ୟ ନାଁ ଥିଲା। ନଭି ନାରାୟଣଙ୍କ ବିରୋଧରେ ୧୯୯୪ରେ ଦୁଇ କଥିତ ମାଲଦ୍ବୀପର ମହିଳା ଗୁଇନ୍ଦା ଅଧିକାରୀଙ୍କୁ ରକ୍ଷା ବିଭାଗ ସମ୍ପର୍କିତ ଗୁପ୍ତ ସୂଚନା ଲିକ୍ କରିବାର ଅଭିଯୋଗ କରିଥିଲେ।

ସେତେବେଳେ ଏହି ମାମଲାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ବହୁ ବହି ଲେଖା ଯାଇ ସାରିଛି। କେବଳ ସେତିକି ନୁହେଁ ଅଭିନେତା, ନିର୍ଦେଶକ ଆର ମାଧବନ ନାରାୟଣନଙ୍କ ଉପରେ ଏକ ବାୟୋପିକ୍  ତିଆରି କରିଥିଲେ, ଯାହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାକରନଙ୍କ ସହିତ ଏହି ଅଭିଯୋଗ ପାଇଁ ବହୁ ମୂଲ୍ୟ ଦେବାକୁ ପଡିଥିଲା। କରୋନା ଭାଇରସ ମହାମାରୀ କାରଣରୁ ଫିଲ୍ମ ରିଲିଜ୍ ହେବାରେ ବିଳମ୍ବ ହୋଇଥିଲା। ମହାନ ବୈଜ୍ଞାନିକ ନଭି ନାରାୟଣନଙ୍କ ଗତ ବର୍ଷ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ଏହି ଘଟଣା ସେହି କଥାକୁ ପ୍ରମାଣିତ କରୁଛି ଯେ, ସତ୍ୟ ଚିନ୍ତାରେ ପଡିପାରେ କିନ୍ତୁ ପରାଜିତ ହୋଇପାରିବ ନାହିଁ।

   ସମ୍ବନ୍ଧିତ ଖବର


ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା