ଲକ୍ଷ୍ମୀ ବରଷିଲେ ନୂଆବର୍ଷରେ, ଲଟେରୀ ଉଠିଲା ବାର କୋଟି, ବଦଳିଗଲା ଏହି ବ୍ୟକ୍ତିଙ୍କ ଭାଗ୍ୟ

Pic Credit : ZeeNews
କୋଚି(କେରଳ),୧୮/୦୧: କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି । ଆଉ ଠିକ୍ ଏଭଳି କିଛି ଘଟିଛି କେରଳର ସଦାନନ୍ଦନଙ୍କ ସହିତ। ସଦାନନ୍ଦନ ହେଉଛନ୍ତି କେରଳ ରାଜ୍ୟ କୋଟାୟମର କୁଡ଼ିୟାମପାଡ଼ି ନିବାସୀ। ଯାହାଙ୍କର ଭାଗ୍ୟ ମନ୍ଦିରରେ ନୂଆବର୍ଷ ଦିନ ପ୍ରବେଶ କରିଛନ୍ତି ଲକ୍ଷ୍ମୀଦେବୀ । ପଢ଼ିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଘଟିଛି ଏହି ବ୍ୟକ୍ତିଙ୍କ ସହିତ । ନୂଆବର୍ଷ ଦିନ ଏହି ବ୍ୟକ୍ତି ଜଣଙ୍କ ଜିତିଛନ୍ତି ୧୨ କୋଟି ଟଙ୍କାର ଲଟେରୀ, ତାହା ପୁଣି ସରକାରଙ୍କ ଠାରୁ । ଆଉ ଏ ଲଟେରୀ ଜତିବା ପରେ ସେ କହିଛନ୍ତି ଯେ, ସେ ଏହି ଟଙ୍କାକୁ ତାଙ୍କ ପିଲାମାନଙ୍କ ଭବିଷ୍ୟତ ଗଢ଼ିବାରେ ଲଗାଇବେ ।
ସୂଚନା ଥାଉକି, ସଦାନନ୍ଦନ ବୃତ୍ତିରେ ଜଣେ ଚିତ୍ରକର । ସେ ରବିବାର ଦିନ କେରଳ ସରକାରଙ୍କ ନୂଆବର୍ଷ ବମ୍ପର ଅଫରରୁ ଏକ ଲଟେରୀ କିଣିଥିଲେ । ଆଉ କିଣିବାର କିଛି ଘଣ୍ଟା ପରେ ସଦାନନ୍ଦନ ଜାଣିବାକୁ ପାଇଥିଲେ ଯେ, ସେ ଲଟେରୀ ଜିତିଛନ୍ତି । ସୂଚନା ଅନୁସାରେ ପ୍ରତିବର୍ଷ ଏହି ଲଟେରୀ କିଣନ୍ତି ସଦାନନ୍ଦନ , କିନ୍ତୁ ଚଳିତ ଥର କେମିତି ଯେ, ସେ ଲଟେରୀ ଜିତିଗଲେ, ତାହା ବି ତାଙ୍କୁ ଆଶ୍ଚର୍ଯ୍ୟ କରିଛି।
ସବୁଠାରୁ ବଡ଼ ଆଶ୍ଚର୍ଯ୍ୟକର କଥା ହେଉଛି, ସଦାନନ୍ଦମ ୫୦୦ ଟଙ୍କା ଖୁଚୁରା କରିବା ପାଇଁ ଖୋଜି ବୁଲୁଥିବା ବେଳେ ପ୍ରଥମେ ଗୋଟିଏ ମାଂସ ଦୋକାନରେ ପଚାରିଥିଲେ ଏବଂ ପରେ ତାଙ୍କ ନଜର ପଡ଼ିଥିଲା ଟିକେଟ ବିକୁଥିବା ଜଣେ ଲୋକାଲ୍ ଏଜେଣ୍ଟଙ୍କ ଉପରେ । ସେ ସେହି ଏଜେଣ୍ଟ ଠାରୁ ଟିକେଟ କିଣିଲେ ଏବଂ ସେହି ଟିକେଟ ମାତ୍ର କେଇ ଘଣ୍ଟା ଭିତରେ ତାଙ୍କୁ କୋଟିପତି ବନାଇଦେଲା , ତାହା ତାଙ୍କ କଳ୍ପନାର ବାହାରେ ଥିଲା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
ବର୍ତ୍ତମାନ ଏହି ଟଙ୍କାକୁ ନେଇ ସଦାନନ୍ଦନ ତାଙ୍କ ଜୀବନର ଗତିପଥକୁ ବଦଳାଇବାକୁ ଚାହୁଁଛନ୍ତି । ସେ ଏହି ଟଙ୍କାରେ ନିଜ ପରିବାରର ଋଣ ପରିଶୋଧ କରିବା ସହିତ ନୂଆ ଘରଟିଏ ତିଆରି କରିବାକୁ ଚାହୁଁଛନ୍ତି। ଏହି ସଫଳତାରେ ତାଙ୍କ ଦୁଇ ପୁଅ ସନୀଶ ଏବଂ ସଞ୍ଜୟ ସହିତ ପତ୍ନୀ ରାଜମ୍ମା ମଧ୍ୟ ବେଶ୍ ଖୁସି ଅଛନ୍ତି । ଟିକେଟ ନମ୍ବର XG218582 ତାଙ୍କର ଏବଂ ତାଙ୍କ ପରିବାରର ଭାଗ୍ୟ ବଦଳାଇଦେଲା ବୋଲି କହିଛନ୍ତି ସଦାନନ୍ଦନ ।