ମାଥ୍ୟୁଙ୍କ ବଦାନ୍ୟତା: କରୋନା ସନ୍ଦିଗ୍ଧଙ୍କ ପାଇଁ ନିଜ ଘରକୁ ଆଇସୋଲେସନ୍ ଓ୍ବାର୍ଡ କରିବାକୁ ଦେଲେ ପ୍ରସ୍ତାବ

ଥିରୁଅନନ୍ତପୁରମ,୧୬।୩: ସାରା ବିଶ୍ବ ସହିତ ଭାରତ ପାଇଁ କରୋନା ଭାଇରସ୍ ସାଜିଛି ପ୍ରାଣଘାତୀ। ବିଶ୍ବରେ ୫୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ କରୋନା ଆସ୍ତେ ଆସ୍ତେ କାୟା ବିସ୍ତାର କରୁଛି। ଭାରତରେ ଯଦି କରୋନାକୁ ନିୟନ୍ତ୍ରଣ କରାଯାନଟାଏ ତେବେ ତାହା ଖୁବ୍ ଭୟାବହ ପାଲଟିଯିବ। କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ପାଇଁ ସ୍କୁଲ, କଲେଜ, ମଲ, ଜିମ୍ ଏବଂ ପର୍ଯ୍ୟଟନ ସ୍ଥାନ ସବୁ ବନ୍ଦ କରିଦେଇଥିବା ବେଳେ କରୋନା ସଂକ୍ରମଣ ରୋକିବା ଦିଗରେ ବିଭିନ୍ନ ପ୍ରକାର ପଦକ୍ଷେପ ଜାରି ରହିଛି। କରୋନା ସନ୍ଦିଗ୍ଧ ଓ ସଂକ୍ରମିତଙ୍କୁ ଆଇସୋଲେସନ୍ ରୁମରେ ରଖାଯାଉଛି।   ଏଭଳି ଏକ ଘଡିସନ୍ଧି ମୂହୂର୍ତ୍ତରେ କରୋନା ସଂକ୍ରମିତଙ୍କ ପାଇଁ କେରଳର ଜଣେ ବ୍ୟକ୍ତି ନିଜର ଘରକୁ ଆଇସୋଲେସନ୍ ଓ୍ବାର୍ଡ କରିବାକୁ ଚାହୁଁଛନ୍ତି।

ଏହି ବ୍ୟକ୍ତିଜଣକ ହେଲେ ମାଥ୍ୟୁ ଭର୍ଗିସ। ତାଙ୍କ ଘର କେରଳର ଇରାଭିପେରପ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଥୋଟ୍ଟାଫୁଜାରେ ଗ୍ରାମରେ। ସେ ନିଜର ଘରକୁ କରୋନା ସନ୍ଦିଗ୍ଧଙ୍କଙ୍କ ପାଇଁ ଆଇସୋଲେସନ୍ ଓ୍ବାର୍ଡରେ ପରିଣିତ କରିବାକୁ ଚାହୁଁଛନ୍ତି। ଏପର୍ଯ୍ୟନ୍ତ କେରଳରେ ୪୫ ଜଣ  ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ପୂର୍ବରୁ ମାଥ୍ୟୁ ୨୦୧୮ ଓ ୨୦୧୯ରେ ବନ୍ୟା ସମୟରେ ସେ ନିଜର ଘରେ ଲୋକଙ୍କୁ ଆଶ୍ରୟ ଦେଇଥିଲେ।

ମାଥ୍ୟୁଙ୍କ ଗାଁର ନାଏବ ସରପଞ୍ଚ ରାଜୀବ ଏନ୍ କହିଛନ୍ତି ଯେ, ୫ ଏକର ପରିମିତ ମାଥ୍ୟୁଙ୍କ ଏହି ଘର ଗାଁର ମଝିରେ ଥିବାରୁ  କରୋନା ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେସନ୍ ଓ୍ବାର୍ଡ ଭାବରେ ପରିଣିତ କରିବାକୁ ଖୁବ୍ ଭଲ ସ୍ଥାନ। କିନ୍ତୁ ଏହି କଥା ଜାଣିବା ପରେ ମାଥ୍ୟୁଙ୍କ ନିଷ୍ପତ୍ତିକୁ ଗାଁର କିଛି ଲୋକ ବିରୋଧ କରିଥିଲେ। ଲୋକମାନେ କହିଥିଲେ ସେଠାରେ ଆଇସୋଲେସନ୍ ଓ୍ବାର୍ଡ ତିଆରି ହେଲେ ଅନ୍ୟମାନେ ସଂକ୍ରମିତ ହୋଇପାରନ୍ତି। କିନ୍ତୁ ପରେ ସେମାନଙ୍କୁ ବୁଝାଇବା ପରେ ସେମାନେ ଚୁପ୍ ରହିଥିଲେ ବୋଲି କହିଛନ୍ତି ରାଜୀବ। ମାଥ୍ୟୁ ପୂର୍ବରୁ ଗଲଫ୍ ଦେଶରେ ରହୁଥିଲେ। ଏବେ ସେ ଥିରୁଓ୍ବନ୍ତପୁରମରେ ନିଜର ପରିବାର ସହିତ ରହୁଛନ୍ତି। ବେଳେ ବେଳେ ସେ ନିଜର ଗାଁକୁ ଆସି ଘରେ ରହିଥାନ୍ତି।

   ସମ୍ବନ୍ଧିତ ଖବର


Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?