PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଚିନ୍ତା ବଢ଼ାଇଲା କେରଳ; ବର୍ତ୍ତମାନ ଦେଶର କୋଭିଡ୍ ଆକ୍ଟିଭ୍ କେସ୍‌ର ୫୦% ଏହି ରାଜ୍ୟର

pic-indiatoday

ଥିରୁଭବନ୍ତପୁରମ : ଚିନ୍ତା ବଢ଼ାଇଲାଣି କେରଳ। ବର୍ତ୍ତମାନ ଦେଶରେ ଥିବା କରୋନା ଆକ୍ଟିଭ୍‌ ମାମଲାରେ ୫୦ ପ୍ରତିଶତ କେରଳରୁ ହିଁ ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ କ୍ରମାନ୍ୱୟରେ ବଢ଼ୁଥିବା ସଂକ୍ରମଣ ଏବେ ଚିନ୍ତାରେ ବିଷୟ ପାଲଟିଛି। ଗତ ୪ ସପ୍ତାହ ହେଲା କେରଳରେ ସଂକ୍ରମଣ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, କେରଳରେ ଗତ ୨୪ ଘଣ୍ଟାରେ ୨୨,୦୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି।

ଜୁଲାଇ ୨୮ ତାରିଖ ସୁଦ୍ଧା ଦେଶରେ ୩,୯୯,୪୩୬ ଆକ୍ଟିଭ୍‌ କେସ୍ ରହିଥିବା ବେଳେ ସେଥିରେ କେରଳରୁ ୧,୪୫,୮୭୬ ସଂକ୍ରମିତ ରହିଛନ୍ତି। କେରଳର କୋଟାୟାମ୍‌ରେ ଦୈନିକ ସଂକ୍ରମଣ ହାରରେ ୬୪ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଦୈନିକ ନୂଆ ମାମଲା ମଧ୍ୟରେ ମଲାପ୍ପୁରମରେ ୫୯ ପ୍ରତିଶତ ମାମଲା ବୃଦ୍ଧି ହେଉଛି। ତା ପଛକୁ ରହିଛି ଏର୍ଣ୍ଣାକୁଲମ ୪୬.୫ ପ୍ରତିଶତ ଓ ତ୍ରିସୁର ୪୫.୪ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର