ଖୋଲିଲା ସବରିମାଳା ମନ୍ଦିର,୧୦ ମହିଳାଙ୍କୁ ଭିତରକୁ ଯିବାକୁ ନଦେଇ ଫେରାଇଦେଲା ପୋଲିସ

ସବରିମାଳା,୧୬।୧୧: କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରର ମଣ୍ଡଳପୂଜା ପାଇଁ ଶନିବାର ସନ୍ଧ୍ୟା ୫ଟା ବେଳେ ଏହାକୁ ଖୋଲି ଦିଆଯାଇଛି। ଗତ ଥର ଭଳି ଏଥର ମଧ୍ୟ ସବରିମାଳା  ମନ୍ଦିରରେ ଶାନ୍ତି ଦେଖିବାକୁ ମିଳିଛି। ତେବେ ଶନିବାର କେରଳ ପୋଲିସ ୧୦ ଜଣ ମହିଳା ଦର୍ଶନାର୍ଥୀଙ୍କୁ ସବରିମାଳା ମନ୍ଦିର ଭିତରକୁ ଯିବାକୁ ରୋକିଛି।

ପୋଲିସ ସେମାନଙ୍କ ପରିଚୟ ପତ୍ର ଦେଖିବା ପରେ ସବରିମାଳା ମନ୍ଦିର ଭିତରକୁ ଯିବାକୁ ଦେଇନାହିଁ।  ସୁପ୍ରିମକୋର୍ଟ ନିଜେ ମନ୍ଦିର ଭିତରକୁ ସମସ୍ତ ବୟସର ମହିଳାଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ହଟାଇ ସାରିଥିଲେ ମଧ୍ୟ ପୋଲିସ ତାଙ୍କୁ ଯିବାକୁ ଅନୁମତି ଦେଇନଥିଲା। ମହିଳାମାନେ ଯେତେବେଳେ ମନ୍ଦିର ଭିତରକୁ ଯିବାକୁ ଜିଦ୍ କରିଥିଲେ ସେତେବେଳେ କିଛି ବରିଷ୍ଠ ପୁଲିସ୍‌ ଅଧିକାରୀ ତାଙ୍କୁ  ରୋକିଥିଲେ। ଏହା ସହିତ କହିଥିଲେ ଯେ ୧୦ ରୁ ୫୦ ବର୍ଷ ଭିତରେ ମହିଳାଙ୍କୁ ମନ୍ଦିର ଭିତରକୁ ନ ଛାଡ଼ିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଯେଉଁ ମହିଳାମାନେ ସବରିମାଳା ମନ୍ଦିର ଭିତରକୁ ଯିବାକୁ ରୋକା ଯାଇଛି, ତାଙ୍କ ଭିତରେ ୩ ଜଣ ମହିଳା ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡାର ବୋଲି ଜଣାପଡିଛି। କେରଳ ପୋଲିସ ତାଙ୍କର ପରିଚୟ ପତ୍ର ଦେଖିବା ପରେ ମହିଳାଙ୍କୁ ରୋକିଥିଲେ। ପୂର୍ବରୁ କିଛି ମହିଳା କର୍ମକର୍ତ୍ତା ମନ୍ଦିର ଭିତରୁ ପ୍ରବେଶ କରିବେ ବୋଲି କହିଥିଲେ ମଧ୍ୟ ରାଜ୍ୟ ସରକାର ସେହି ମହିଳାମାନଙ୍କୁ କୌଣସି ପ୍ରକାର ସୁରକ୍ଷା ଦେବେ ନାହିଁ ବୋଲି କହିଥିଲେ।

ଉଲ୍ଲେଖନୀୟ ଯେ, ୨୦୧୮ରେ ସୁପ୍ରିମକୋର୍ଟ ନିଜ  ରାୟରେ ମନ୍ଦିର ଭିତରକୁ ମହିଳାଙ୍କ  ପ୍ରତି ଥିବା କଟକଣାକୁ ହଟାଇ ଦେଇଥିଲେ। କିନ୍ତୁ ଏହାପରେ   ମାମଲାର ପୁନଃବିଚାର ଆବେଦନ ଦାଖଲ କରାଯାଇଥିଲା, ଯାହକୁ ୭ ଜଣିଆ ବିଚାରପତିଙ୍କ ବଡ ଖଣ୍ଡପୀଠକୁ ପଠାଇ ଦିଆଯାଇଥିଲା।  ତେବେ କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ, ଆଗାମୀ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ସମସ୍ତ ବୟସର ମହିଳାଙ୍କ ପ୍ରବେଶ ଜାରି ରହିବ। ଉଲ୍ଲେଖନୀୟ ଯେ, ସବରିମାଳା ମନ୍ଦିର ପରମ୍ପରା ଅନୁସାରେ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବା ନିଷିଧ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌