PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଚିନ୍ତା ବଢ଼ାଉଛି କେରଳ କରୋନା; ଦିନକରେ ୨୨,୦୪୦ ପଜିଟିଭ୍,୧୧୭ ମୃତ୍ୟୁ

pic-indiatoday

ଥିରୁବନ୍ତପୁରମ: ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ କେରଳରେ କିନ୍ତୁ ସଂକ୍ରମଣ ପୁଣି ବୃଦ୍ଧି ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨,୦୪୦ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏଥିସହିତ  ରାଜ୍ୟରେ  ଦିନକରେ ୧୧୭ ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩,୯୩ ଲକ୍ଷ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭,୨୩୮ ହୋଇଛି। ଅନ୍ୟପଟେ ରାଜ୍ୟରେ ୨୦,୦୪୬ ଲୋକ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ସକ୍ରିୟ ହାର ୧୩.୪୯ ପ୍ରତିଶତ ହୋଇଛି। ବର୍ତ୍ତମାନ ସୁଧା ରାଜ୍ୟରେ ଆକ୍ଟିଭ୍ କେସ୍‌ ୧,୭୭,୯୨୪ ଥିବା ବେଳେ ବିଭିନ୍ନ ଜିଲ୍ଲାରୁ ୪,୮୧,୧୫୭ ଲୋକ କରୋନା ସଂନ୍ଦିଗ୍ଧ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪,୫୧,୭୮୮ ଲୋକ ହୋମ୍ କ୍ୱାରେଣ୍ଟିନ୍‌ର ରହିଥିବା ବେଳେ ୨୯,୩୫୮ ଲୋକ ହସ୍‌ପିଟାଲ୍‌ରେ ଅଛନ୍ତି।

ଅନ୍ୟପଟେ  ଆଜି ସାରା ଦେଶରେ ୪୨,୯୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୩୩ ଜଣଙ୍କର ଜୀବନ ଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ଦେଶରେ ଆକ୍ଟିଭ୍‌ କେସ୍‌ ବର୍ତ୍ତମାନ ୪,୧୧,୦୭୬ ହୋଇଛି। ଆଜି ଆକ୍ଟିଭ୍ କେସ୍‌ରେ ୭୨୩ ମାମଲା ଅଧିକ ବଢ଼ିଛି। ଅନ୍ୟପଟେ ଗତ ୨୪ ଘଣ୍ଟାରା ୪୧,୭୨୬ ରୋଗୀ ସୁସ୍ଥ ହୋଇଛନ୍ତି।  ଫଳରେ ମୋଟ ସୁସ୍ଥ ସଂଖ୍ୟା ୩,୦୯,୭୪,୭୪୮ ହୋଇଛି। ଯାହାଫଳରେ ଦେଶର ସୁସ୍ଥ ହାର ୯୭,୩୭ ପ୍ରତିଶତ ରହିଛି।

ଦେଶର ଟପ୍ କରୋନା ଅପ୍‌ଡେଟ୍

୧. ବର୍ତ୍ତମାନ ସୁଦ୍ଧା ଦେଶରେ କେରଳ ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହୋଇଛି।

୨. ଦେଶରେ ଏହି ୫ ରାଜ୍ୟରେ ଦୌନିକ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟୁଗଡ଼ିକ ହେଲା- କେରଲା(୨୨,୦୪୦), ମହାରାଷ୍ଟ୍ର (୬,୧୨୬), ଅନ୍ଧ୍ରପ୍ରଦେଶ (୨,୪୪୨), ତାମିଲନାଡୁ(୧,୯୪୯), କର୍ଣ୍ଣାଟକା(୧,୭୬୯)।

୩. ଏହି ୫ ରାଜ୍ୟରେ ଦେଶରେ ମୋଟ ଦୈନିକ ସଂକ୍ରମଣରୁ ୮୦.୭୩ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। କେବଳ କେରଲାର ୫୨,୧୫ ପ୍ରତିପ୍ରଶତ ଯୋଗଦାନ ରହିଛି।

୪. ଆଜି ଦିନକରେ ମହାରାଷ୍ଟ୍ରରୁ ସର୍ବାଧିକ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଏଠାରେ ଦିନକରେ ୧୯୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତା ପଛକୁ କେରଲାରେ ୧୧୭ ଜଣଙ୍କର ମୃତ୍ୟୁ ହୋଇଛି।

୫. ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୩୭,୫୫,୧୧୫ କରୋନା ଟିକା ଦିଆଯାଇଛି। ଫଳରେ ଦେଶରେ ମୋଟ ଟିକାକରଣ ସଂଖ୍ୟା ୪୮,୯୩,୪୨,୨୯୫ ହୋଇଛି।

୬. ଦେଶରେ ଦିନକରେ ୧୬,୬୪,୦୩୦ ଟେଷ୍ଟିଂ କରାଯାଇଛି।

ସମ୍ବନ୍ଧିତ ଖବର