PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ନୀତି ଆୟୋଗ ଏସ୍‌ଡିଜି ରିପୋର୍ଟ; ବକାଶ ଦିଗରେ ନମ୍ବର-୧ କେରଳ; ଓଡ଼ିଶାର ସ୍ଥାନ ତଳକୁ ଖସିଲା

pic-internet

ନୂଆଦିଲ୍ଲୀ: ନୀତି ଆୟୋଗ ତାର ଏସ୍‌ଡିଜି ବା (ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍) ଇଣ୍ଡିଆ ଇଣ୍ଡେକ୍ସ ୨୦୨୧ ରିପୋର୍ଟ ପ୍ରକାଶ କରିଛି। ଏହି ତାଲିକାରେ ୧ ନମ୍ବରରେ କେରଳ ରହିଥିବା ବେଳେ ସବୁଠାରୁ ପଛରେ ରହିଛି ନୀତୀଶ କୁମାରଙ୍କ ବିହାର।

ନିରନ୍ତର ବିକାଶ ଦିଗରେ ଆଗେଇ ଚାଲୁଥିବା ରାଜ୍ୟମାନଙ୍କୁ ନେଇ ନୀତି ଆୟୋଗ ଏହି ଏସ୍‌ଡିଜି ରିପୋର୍ଟ ପ୍ରକାଶ କରିଥାଏ। ସାମାଜିକ, ଅର୍ଥନୀତିକ ଓ ପରିବେଶ ଜନିତ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକର ବିକାଶଧାରା ମୂଲ୍ୟାୟନ କରାଯାଇ କ୍ରମାନ୍ୱୟରେ ରଖାଯାଏ।

No girl wants to marry in this Bihar village
ବିହାରର ଏକ ଦୃଶ୍ୟ, ଫଟୋ-etvbharat.com

ଏହି ତାଲିକାରେ କେରଳ ସବୁଠାରୁ ଆଗରେ ରହିଛି। ଅନ୍ୟପଟେ ଓଡ଼ିଶାରେ ଉନ୍ନତୀ ବଦଳରେ ଅବନତୀ ହୋଇଛି। ପୂର୍ବରୁ ଓଡ଼ିଶା ଏହି ତାଲିକାରେ ୧୬ ନମ୍ବର ସ୍ଥାନରେ ଥିଲା। ତେବେ ଚଳିତ ଥର ଓଡ଼ିଶାରୁ ୧୬ରୁ ୨୧ ସ୍ଥାନକୁ ଖସିଆସିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅନେକ ଦିଗରେ ଓଡ଼ିଶା ଖରାପ ପ୍ରଦର୍ଶନ କରିଛି। ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ିବା ସହିତ ମନରେଗାରେ କାମ କମ ମିଳିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Kerala retains top rank in Niti Aayog’s sustainable development goals index, Bihar worst performer
କେରଳର ଏକ ସ୍ଥାନ, ଫଟୋ- scroll.in

ଏସ୍‌ଡିଜି ତାଲିକାରେ ୧ ନମ୍ବର ସ୍ଥାନରେ ଥିବା କେରଲା ବିକାଶ ଦିଗରେ ୭୫ ପଏଣ୍ଟ ପାଇଛି। ସେହିପରି ଅନ୍ୟ ଏକ ଦକ୍ଷିଣାଞ୍ଚଳ ରାଜ୍ୟ ତାମିଲନାଡୁ ମଧ୍ୟ ବିକାଶ ଦିଗରେ ଭଲ କାମ କରି ୭୪ ପଏଣ୍ଟ ଓ ହିମାଚଳ ପ୍ରଦେଶ ମଧ୍ୟ ୭୪ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚଳିତ ଇଣ୍ଡିଆ ସୂଚକାଙ୍କରେ ବିହାର, ଝାରଖଣ୍ଡ ଓ ଆସାମ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି।

A Beautiful Road Trips From Kerala - 11 Best Places to visit in and Around  Kerala

ଅନ୍ୟପକ୍ଷରେ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ୭୯ ପଏଣ୍ଟ ପାଇ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ତା ପଛକୁ ଦିଲ୍ଲୀ ଦିଲ୍ଲୀ ୬୮ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ୨୦୧୯ ବର୍ଷ ତୁଳନାରେ ମିଜୋରାମ, ହରିଆଣା ଓ ଉତ୍ତରାଖଣ୍ଡ ଉତ୍ତମ ପ୍ରଦର୍ଶନ କରିଛନ୍ତି। ୨୦୨୦-୨୧ ରିପୋର୍ଟରେ ସେମାନଙ୍କ ପଏଣ୍ଟ ଯଥାକ୍ରମେ ୧୨,୧୦ ଓ ୮ ଲେଖାଏ ବଢ଼ିଛି।

ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୧୯ରେ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପଏଣ୍ଟ ସଂଖ୍ୟା ୬୫ରୁ ୯୯ ମଧ୍ୟରେ ରହିଥିଲା। ହେଲେ ୨୦୨୦-୨୧ରେ ଏହି ତାଲିକାରେ ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯୋଡ଼ି ହୋଇଯାଇଛନ୍ତି। ଏହି ରାଜ୍ୟୁଗୁଡ଼ିକ ହେଲା-

ପଞ୍ଜାବ, ଗୁଜରାଟ, ଦିଲ୍ଲୀ, ମହାରାଷ୍ଟ୍ର, ହରିଆଣା, ଉତ୍ତରାଖଣ୍ଡ, ମିଜୋରାମ, ତ୍ରିପୁରା, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର, ଜମ୍ମୁ-କଶ୍ମୀର ଓ ଲଦାଖ ।

ମୋଟାମୋଟି କହିବାକୁ ଗଲେ ଦେଶରେ ମୋଟ ଏସ୍‌ଡିଜି ସ୍କୋର୍‌ରେ ସାମାନ୍ୟ ମାତ୍ର ୬ ପଏଣ୍ଟ ବୃଦ୍ଧି ହୋଇଛି। ୨୦୧୯ରେ ଏହି ସ୍କୋର୍ ୬୦ ଥିଲା। ୨୦-୨୧ ରିପୋର୍ଟରେ ସ୍କୋର ୬୬ ପଏଣ୍ଟ ହୋଇଛି।