PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠାରୁ ଡବ୍ଲ୍ୟୁଇଏଫ୍‌ ବାର୍ଷିକ ବୈଠକ, ଜଳବାୟୁ ପରିବର୍ତ୍ତନ ଉପରେ ହେବ ଆଲୋଚନା: ଏଜେଣ୍ଡାରେ ବିଶ୍ୱ ଆର୍ଥିକ ସୁଧାର
  • ||
  • ଭୁବନେଶ୍ଵର: ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୫ ଜଣ କରୋନା ପଜିଟିଭ
  • ||
  • ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍‌, କଟକ କ୍ରାଇମବ୍ରାଞ୍ଚ୍‌ରେ ଦେଲେ ଏତଲା
  • ||
  • ବ୍ରହ୍ମଗିରି: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଡ୍ରାଇଭର୍ ସମେତ ୨ ମୃତ
  • ||
  • ସରିଲା ଆବେଦନ, ଜୁଲାଇ ୧୭ରେ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ୧୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ପୁଣି ବିବାଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରାତି ଅଧିଆ ହେଲା ଜିପିଆର୍‌ଏସ୍ ସର୍ଭେ
  • ||
  • ଦେଶବ୍ୟାପୀ ଖାଉଟିଙ୍କୁ ବଡ ଆଶ୍ବସ୍ତି: ପେଟ୍ରୋଲ ୯.୫୦ ଏବଂ ଡିଜେଲ ଲିଟର ପ୍ରତି କମିଲା ୭ଟଙ୍କା
  • ||
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ରାହୁ କେତୁଙ୍କ ଚଳନ; ଆଗାମୀ ୧୦ ମାସ ପାଇଁ ଆପଣଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ ଜାଣନ୍ତୁ

ଜ୍ୟୋତି​‌ଷ ଗଣନା ଅନୁସାରେ ୭ ମାର୍ଚ୍ଚ ୨୦୧୯ରେ କେତୁ ନିଜର ଗ୍ରହ ପରିବର୍ତ୍ତନ କରି ମକର ରାଶିରୁ ଧନୁ ରାଶିକୁ ଚଳନ କରିବେ। ଏହି ସ୍ଥାନରେ ପ୍ରାୟ ୨୯୯ ଦିନ ରହିବେ। ଅର୍ଥାତ୍ ୨୩ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଏଠାରେ ରହିବେ। ଏହା ଦ୍ବାରା ପୂର୍ବ ଶନି ମଧ୍ୟ ଚଳିତ ବର୍ଷ ଧନୁ ରାଶିରେ ଚଳନ କରିବେ। ତେଣୁ କେତୁର ପ୍ରଭାବ ଏବେ ତାଙ୍କ ସହିତ ପ୍ରାପ୍ତ ହେବ। ଏହି ଦୁହିଁଙ୍କ ସହିତ ବ୍ୟାପକ ପ୍ରଭାବ ଦେଶ ଓ ଦୁନିଆଁର ସାମାଜିକ, ରାଜନୈତିକ ଏବଂ ଧାର୍ମିକ ଉପରେ ପଡ଼ିବ। ବିଶେଷ ରୂପରେ ଧର୍ମର ରାଶିରେ ଚଳନ କରିବା ଯୋଗୁଁ କେତୁ ରାଜନୀତିରେ ଧର୍ମର ଉଗ୍ର ହେବାର କାରଣ ହେବ।

ପଣ୍ଡିତ ଦୀପକ ପାଣ୍ଡେଙ୍କ କହିବାନୁସାରେ, ଏହି ଅବଧି ଭିତରେ କୈାଣସି ଏକ ବଡ଼ ବ୍ୟକ୍ତିଙ୍କ ନିଧନ ହେବାର ଖବର ମଧ୍ୟ ଆସିପାରେ। ଏହା ସହିତ ୩୧ ମାର୍ଚ୍ଚରୁ ୨୨ ଦିନ ପର୍ଯ୍ୟନ୍ତ ଗୁରୁ ମଧ୍ୟ ଏହି ରାଶିରେ ଚଳନ କରିବେ। ଅର୍ଥାତ୍ ଧନୁ ରାଶିରେ କେତୁ ସହିତ ଶନି ଏବଂ ଗୁରୁ ମଧ୍ୟ ବିରାଜମାନ ରହିବେ। ଗ୍ରହଙ୍କ ଏଭଳି ମିଳନ ଯୋଗୁଁ ଭାରତ ଏବଂ ଦେଶରେ ଆତଙ୍କବାଦୀ ସାମ୍ନାରେ ପୁରା ତାକତ ର ସହିତ ଠିଆ ହେବାର ସମ୍ଭାବନା ରହିଛି।

ଶନି, ଗୁରୁ, କେତୁ ଏବଂ ରାହୁ ବଡ଼ ଘର ବୋଲି କୁହାଯାଏ। ଏଥିରେ ଶନି ଏକ ରାଶିରେ ପାଖାପାଖି ଅଢ଼େଇ ବର୍ଷ ରହିବ। ଗୁରୁ ଏକ ବର୍ଷ ଏବଂ ରାହୁ କେତୁ ୧୮ ମାସ ପର୍ଯ୍ୟନ୍ତ ରହିବ। ଅନ୍ୟ ଗ୍ରହ ମାସ ହିସାବରେ ରାଶି ପରିବର୍ତ୍ତନ କରିବେ। କେତୁ ଛାୟା ଗ୍ରହ ଏବଂ ବିନ୍ଦୁ ମାତ୍ରା ଅଛନ୍ତି ମାତ୍ର ତାଙ୍କର ଚଳନ ରାଶି ଉପରେ ପ୍ରଭାବ ପକାଇବ।

ତେବେ ଆଗାମୀ ୧୦ ମାସ ପାଇଁ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ ଆସନ୍ତୁ ଜାଣିବା:  

ମେଷ ରାଶି: ବିଗିଡ଼ି ଯାଇଥିବା କାମରେ ସୁଧାର ଆସିବ, ଚାକିରି ଏବଂ ବ୍ୟାପାରରେ ସଫଳତା ମିଳିବାର ସମ୍ଭାବନା ଅଛି।

ବୃଷ ରାଶି: ସ୍ବାସ୍ଥ୍ୟ ପାଇଁ ସ୍ଥିତି ପ୍ରତିକୂଳ ରହିବ। ମାନସିକ ସ୍ତରରେ ବିଶୃଙ୍ଖଳା ଦେଖାଦେବ।

ମିଥୁନ ରାଶି: କୈାଣସି କାର୍ଯ୍ୟ କରିବା ପୂର୍ବରୁ ଅଧିକ ଦୈାଡ଼ିବାକୁ ପଡ଼ିବ। କାର୍ଯ୍ୟକୁ ପୁରା କରିବା ପାଇଁ ଅତିରିକ୍ତ ପରିଶ୍ରମ କରିବାକୁ ପଡ଼ିବ।

କର୍କଟ ରାଶି: ବିବାହର ଯୋଗ ରହିଛି। ମାନସିକ କଷ୍ଟ ରହିବ। ଯାତ୍ରା କରିବାର ପ୍ରୟାସ ଅସଫଳ ରହିବ କିମ୍ବା କାର୍ଯ୍ୟ ପୁରା ହେବ ନାହିଁ। ଖର୍ଚ୍ଚ ବଢ଼ିବ।

ସିଂହ ରାଶି: ସାମାଜିକ ପ୍ରତିଷ୍ଠା ଏବଂ ମାନ ସମ୍ମାନରେ ବୃଦ୍ଧି ଘଟିବ। ଭୂମି-ବାହନ ଆଦରେ ଲାଭ ହେବ।

କନ୍ୟା ରାଶି: ସାମାଜିକ କାର୍ଯ୍ୟରେ ସଫଳତା, ଧର୍ମ ନିଷ୍ଠା ଏବଂ ଆସ୍ଥାରେ ବୃଦ୍ଧି ଆସିବ।

ତୁଳା ରାଶି: ପାରିବାରିକ ବିରୋଧର ସାମ୍ନା କରିବାକୁ ପଡ଼ିବ, ଭାଗ୍ୟ ଉଦୟର ସମ୍ଭାବନା ରହିଛି କିନ୍ତୁ ଖର୍ଚ୍ଚରେ ବୃଦ୍ଧି ଘଟିବ।

ବିଛା ରାଶି: ସ୍ବାସ୍ଥ୍ୟ ପ୍ରତିକୂଳ ରହିବ। କାର୍ଯ୍ୟରେ ଉତ୍ସାହ କମିବା ସହିତ ଅସଫଳର ସମ୍ଭାବନା ରହିଛି।

ଧନୁ ରାଶି: ଚାକିରି, ବ୍ୟାପାର, ଜିବିକା, ଶ୍ରମରେ ସଫଳତା ମିଳିବ।

ମକର ରାଶି: ଅଧୁରା ସଂକଳ୍ପ ପୁରା ହେବ, ଆରୋଗ୍ୟ, ସୁଖରେ ଉତ୍ତମ ରହିବ। ଶାରିରୀକ କ୍ଷମତାରେ ବୃଦ୍ଧି ରହିବ।

କୁମ୍ଭ ରାଶି: ମନ ଅଶାନ୍ତ ରହିବ, ଅତ୍ୟଧିକ ପରିଶ୍ରମ କରିବା ପରେ ବି ସଫଳତାରେ ବାଧା ଆସିବ ଏବଂ ସ୍ବାସ୍ଥ୍ୟ ମାମାଲାରେ ଟିକେ ସଚେତନ ରହିବାକୁ ପଡ଼ିବ।

ମୀନ ରାଶି: କାର୍ଯ୍ୟ ପ୍ରଗତିରେ ବାଧା ଆସିବ, ଅତ୍ୟାବଶିକ ସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଚାକିରି, ବ୍ୟାପାରରେ ପ୍ରତିକୂଳତା ଆସିପାରେ। ଭଲ ରହିବ ଯଦି ବାପା ମାଆଙ୍କୁ ସମ୍ମାନ ଦେବେ।