ଏଥର ଆଇପିଏଲରେ ତ୍ରିକୋଣୀୟ ଲଢ଼େଇ : କେଭିନ୍‌ ପିଟରସନ୍‌

ଦୁବାଇ, ୧୭/ ୧୦: ଆଇପିଏଲ ଅଧାରୁ ୟୁଏଇ ଛାଡ଼ିଲେ ଇଂଲଣ୍ଡର ପୂର୍ବତନ ଷ୍ଟାର ଖେଳାଳି କେଭିନ୍‌ ପିଟରସନ୍। ନିଜ ପରିବାର ଓ ପିଲାଙ୍କ ସହ ସମୟ ଅତିବାହିତ କରିବା ପାଇଁ ଆଇପିଏଲ ୨୦୨୦ର କମେଣ୍ଟ୍ରି ଟିମ୍‌ ଛାଡ଼ିବାକୁ ସେ ଘୋଷଣା କରିଛନ୍ତି।

ଏନେଇ ପିଟରସନ୍‌ ଟୁଇଟ କରି କହିଛନ୍ତି ଯେ, ମୁଁ ଆଇପିଏଲ କମେଣ୍ଟ୍ରିଂ ଟିମ୍‌ ଛାଡ଼ିଦେଲି। କାରଣ ମୋ ପିଲାଙ୍କ ହାପଟର୍ମ ଚାଲିଛି ତେଣୁ ମୁଁ ତାଙ୍କ ସହ ଘରେ ରହିବାକୁ ଚାହୁଁଛି। ଚଳିତବର୍ଷ ଅଜିବ ବର୍ଷ। ଏବେ ସ୍କୁଲ ଖୋଲା ନାହିଁ । ମୁଁ ତାଙ୍କ ସହିତ ପୂରା ଦିନ ରହିବାକୁ ଚାହୁଁଛି ବୋଲି ପିଟରସନ୍‌ କହିଛନ୍ତି।

ପିଟରସନ୍‌ ଆଇପିଏଲ-୨୦୨୦ରେ ନିଜ ବ୍ଲଗ୍‌ ମାଧ୍ୟମରେ ନିଜ ମତ ପ୍ରକାଶ କରିଥାନ୍ତି। ସେ କହିଛନ୍ତି ଯେ, ଚଳିତ ଆଇପିଏଲରେ ବ୍ୟାଟସମ୍ୟାନ୍‌ ବଡ଼ ବଡ଼ ସଟ୍‌ ଖେଳୁଛନ୍ତି। ବଡ଼ ବଡ଼ ଛକ୍କା ମଧ୍ୟ ମାରୁଥିବାର ଦେଖିବାକୁ ମିଳିଛି। ହେଲେ ସବୁଠାରୁ ବଡ଼ କଥା ହେଉଛି ଚଳିତ ଆଇପିଏଲରେ ଦ୍ରୁତ ବୋଲର ମାନେ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି। ପିଟରସନ ଆହୁରି କହିଛନ୍ତି ଯେ, ଚଳିତ ଆଇପିଏଲ ସିଜିନ୍‌ ତ୍ରିକୋଣୀୟ ହେବ। କାରଣ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସ, ଓ ମୁମ୍ବାଇ ଇଣ୍ଡିଆନସ୍‌ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ‌

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ