PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

KGF ଚାପ୍ଟର ୨ର ଫାଷ୍ଟ ଲୁକ୍ ଆଉଟ୍, ପୂର୍ବ ଅପେକ୍ଷା ଅଧିକ ଦମଦାର୍ ଅନ୍ଦାଜରେ ନଜର ଆସିଲେ ୟଶ୍

ମୁମ୍ବାଇ ୨୨/୧୨: ସୁରପଷ୍ଟାର୍ ୟଶଙ୍କ ଫିଲ୍ମ ‘କେଜିଏଫ୍’ର ଦ୍ୱିତୀୟ ପାର୍ଟର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଯାଇଛି । ୨୦୧୮ରେ ରିଲିଜ ହେଇଥିବା ଏହି ଫିଲ୍ମ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହା ପରେ ସମସ୍ତେ ଏହାର ଦ୍ୱିତୀୟ ପାର୍ଟ ପାଇଁ ଅପେକ୍ଷା କରି ରହିଛନ୍ତି । ଏବେ ଏହି ଦମଦାର୍ ଫିଲ୍ମର ୨ୟ ପାର୍ଟର ଫାଷ୍ଟ୍ ଲୁକ୍ ରିଲିଜ ହୋଇସାରିଛି । ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି ।

ଗତ ବର୍ଷ ଫିଲ୍ମ ‘କେଜିଏଫ୍ ଚାପ୍ଟର ୧’ ନିଜ ନାଁରେ ଅନେକ ରେକର୍ଡ କରିଥିଲା । କେବଳ ଏତିକି ନୁହେଁ କ୍ରିଟିକ୍ସ ଓ ଦର୍ଶକଙ୍କଠୁ ଏହାକୁ ଭଲ ରେସପନ୍ସ ମିଳିଥିଲା । ଏବେ ଫିଲ୍ମର ଦ୍ୱିତୀୟ ପାର୍ଟ ମଧ୍ୟ ଧମାଲ୍ ମଚାଇବା ପାଇଁ ପ୍ରସ୍ତୁତ ହେଉଛି । ଏବେ ଟିମ୍ ଏହାର ଫାଷ୍ଟ ଲୁକ୍ ଜାରି କରିଛି । ଟ୍ୱିଟରରେ #KGFChapter2FirstLook  ଟ୍ରେଣ୍ଡ କରୁଛି ।  

ଏହି ପୋଷ୍ଟରରେ ୟଶ୍ ପୁଣି ଦମଦାର ଅନ୍ଦାଜରେ ନଜର ଆସୁଛନ୍ତି । ସେ ହାତରେ ଏକ ମୋଟା ରଶି ଧରିଛନ୍ତି ଏବଂ ଭିଡୁଛନ୍ତି । ଏଥିରୁ ଜଣାପଡୁଛି ପୂର୍ବ ଅପେକ୍ଷା ଅଧିକ ଦମଦାର୍ ଅନ୍ଦାଜରେ ନଜର ଆସିବେ ୟଶ୍ । ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲାୟଲମ ଭାଷାରେ ରିଲିଜ କରାଯିବ । ଏଥିରେ ସୁପରଷ୍ଟାର୍ ୟଶଙ୍କ ସହି ଶ୍ରୀନିଧି ଏବଂ ସଞ୍ଜୟ ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସମ୍ବନ୍ଧିତ ଖବର