ଖାଇବାକୁ ମାଗିବାରୁ କଟୁରୀରେ ହାଣି ଦେଲା ବୋହୂ- ଶାଶୁ ଗୁରୁତର

ନୀଳଗିରି- ବୋହୂର କଟୁରୀ ଚୋଟରେ ଶାଶୁ ଗୁରୁତର । ଏପରି ଘଟଣା ନୀଳଗିରି ଅଞ୍ଚଳରେ ଘଟିଛି । ବୋହୂର କଟୁରୀ ଚୋଟରେ ଶାଶୁ ଗୁରୁତର ହୋଇଛନ୍ତି। ନୀଳଗିରି ଥାନା ଅଧିନ ସିଆଡ଼ିମାଳ ଅଂଚଳରେ ଶାଶୁଙ୍କୁ ବୋହୂ ହାଣି ଦେଇଛି ।

ବୁଧବାର ସନ୍ଧ୍ୟାରେ ସିଆଡ଼ିମାଳ ପଂଚାୟତ ଅଧିନ ରାମ ବର୍ଣ୍ଣଳ ଗାଁରେ ବୁଦୁନି ସିଂ ଙ୍କୁ ତାଙ୍କ ବୋହୂ ମିଲି ସିଂ ଏକ କଟୁରୀରେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ତାଙ୍କୁ ଖାଇବାକୁ ମାଗିଲେ ଗାଳି ଗୁଲଜ କରିବା ସହ ମାଡ଼ ମରିଥିବାର ଅଭିଯୋଗ ହୋଇଛି। ଏନେଇ ପିଡିତାଙ୍କ ଝିଅ ଗୁରୁବାରୀ ସିଂ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

   ସମ୍ବନ୍ଧିତ ଖବର


ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ

ନାବାଳିକାଙ୍କୁ ନିଜ ଘରେ ଦୁଷ୍କର୍ମ – ଅଭିଯୁକ୍ତ ଫେରାର