ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଖଲ୍ଲିକୋଟ ବିଜେପି କର୍ମୀ ଦିଲ୍ଲୀପ ପାହାନ ହତ୍ୟା ଘଟଣା: ୪ ଜଣିଆ ଏସଆଇଟି ଟିମର ତଦନ୍ତ ଆରମ୍ଭ, ମନିଟରିଙ୍ଗ କରିବେ ଦକ୍ଷିଣାଞ୍ଚଳ ଆଇଜି

ଛତ୍ରପୁର୧୮/୦୫: ଖଲ୍ଲିକୋଟ ବିଜେପି କର୍ମୀ ଦିଲ୍ଲୀପ ପାହାନ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ। ଏସଆଇଟି ଟିମ୍ ଡିଏପି ଙ୍କ ନେତୃତ୍ୱରେ ଗଠିତ ୪ଜଣିଆ ଟିମ ହତ୍ୟା ଘଟଣାର ତଦନ୍ତ କରିବେ। ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ରାଧାକୃଷ୍ଣ ଶର୍ମା। 

ଶ୍ରୀ ଶର୍ମା ଗଣମାଧ୍ୟମ ସହ ଆଲୋଚନା ବେଳେ ଏସପିଙ୍କ କାର୍ଯ୍ୟାଳୟରେ କହିଛନ୍ତି। ଏହି ତଦନ୍ତ ସ୍ୱତନ୍ତ୍ର ଭାବେ ଏସଆଇଟି ଟିମ କରିବ। ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ଏହାର ମନିଟରିଙ୍ଗ କରିବେ। ଏସଆଇଟି ଟିମ ତଦନ୍ତର ପର୍ଯ୍ୟାୟ କ୍ରମେ ରିପୋର୍ଟ ଆଇଜିଙ୍କୁ ପ୍ରଦାନ କରିବେ। ଏସଆଇଟି ଟିମରେ ସାଇବର ଏବଂ ସାଇଣ୍ଟିଫିକ ଟିମର ଅଧିକାରୀ ରହିବେ। ସେମାନେ ହତ୍ୟାକାଣ୍ଡର ସବୁ ଦିଗ ଗୁଡିକ ପ୍ରତି ଗୁରୁତ୍ୱ ଦେଇ ତଦନ୍ତ କରିବେ। 

ଆସିକା ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ଏବଂ କନ୍ଧମାଳ ଲୋକସଭା ଅନ୍ତର୍ଗତ ଭଞ୍ଜନଗର ବିଧାନସଭା ପାଇଁ ଆସନ୍ତା ୨୦ରେ ନିର୍ବାଚନ ହେଉଛି । ୧୯କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସିଏପି ଏଫ ବୁଥ ମାନଙ୍କରେ ନିୟୋଜିତ କରାଯାଉଛି। ଗୋଟିଏ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଷ୍ଟ୍ରଙ୍ଗରୁମରେ ନିୟୋଜିତ ରହିଥିବା ଶ୍ରୀ ଶର୍ମା କହିଛନ୍ତି। ୬୦ପ୍ରତିଶତ ବୁଥରେ ୱେବ କାଷ୍ଟିଙ୍ଗ ହେଉଛି। ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ। ବୁଥ ମଧ୍ୟରେ ବିଶୃଙ୍ଖଳା କଲେ ଦୃଢ଼  କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ଶର୍ମା। ମୋବାଇଲ ପେଟ୍ରୋଲିଂ ଗାଡି ସମସ୍ତ ବୁଥ ୱାରୀ ପଠାଗଲାଣି ବୋଲି ସେ କହିଛନ୍ତି।  ରାଜନୈତିକ ଦଳ ମାନଙ୍କଠାରୁ ଆଗୁଆ ସୂଚନା ନିଆଯାଉଛି। ସେମାନେ ଦେଉଥିବା ତଥ୍ୟ କେତେ ସତ ତାର ଆକଳନ କରାଯାଉଥିବା କହିଛନ୍ତି । 

ଏହି ଆଲୋଚନା ବେଳେ ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ଏବଂ ଗଞ୍ଜାମ ଏସ ପି ଜଗମୋହନ ମୀନା ଉପସ୍ଥିତ ଥିଲେ । ଅତିରିକ୍ତ ଡି ଜି ରାଧାକୃଷ୍ଣ ଶର୍ମା ଆଜି ଜ଼ିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସହ ଆଲୋଚନା କରିଛନ୍ତି। ଦକ୍ଷିଣାଞ୍ଚଳ ଆଉ ଜି ଜୟନାରାୟଣ ପଙ୍କଜ ଏବଂ ଏସପି ଜଗମୋହନ ମୀନାଙ୍କ ସହ ଆଲୋଚନା କରିଛନ୍ତି । ଗତକାଲି ଶ୍ରୀ ଶର୍ମା ପ୍ରଥମେ ଖଲ୍ଲି କୋଟ ଥାନାକୁ ଯାଇ ସ୍ଥିତି ପରୀକ୍ଷିବା ସହ ଥାନା ଆଇଆଇସି ଏସଡିପିଓ ଙ୍କ ସହ ଆଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.