ବିଜେପିରେ ଯୋଗଦେଲେ ଖାରବେଳ ସ୍ୱାଇଁ

ଭୁବନେଶ୍ୱର ୨୫/୩: ବିଜେପିରେ ଯୋଗଦେଲେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ । ରାଜ୍ଯ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ଖାରବେଳ । ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ଯ ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ ।
ଗତକାଲି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ସମେତ ଶତାଧିକ ନେତା ଓ କର୍ମୀ ବିଜେପିରେ ମିଶିଥିଲେ। ଆଜି ବିଧିବଦ୍ଧଭାବେ ଦଳରେ ସାମିଲ ହୋଇଛନ୍ତି ଖାରବେଳ ସ୍ୱାଇଁ । ଖାରବେଳ ପୂର୍ବରୁ ବିଜେପିରେ ମିଶିବା ନେଇ ସୂଚନା ମିଳିଥିଲା । ତେବେ ଆଜି ମିଶ୍ରଣ ପର୍ବରେ ସେ ଦଳରେ ମିଶିଛନ୍ତି । ଆସନ୍ତା ନିର୍ବାଚନରେ ଖାରବେଳଙ୍କୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଛି।