ଅଲ୍ ଜଜିରା ରିପୋର୍ଟ: ହତ୍ୟା ପରେ ଖସୋଗିଙ୍କ ମୃତଦେହକୁ କାଟି ବିଶାଳକାୟ ଭାଟିରେ ପୋଡ଼ି ଦିଆଯାଇଥିଲା

ରିୟାଦ,୪।୩: ସାଉଦି ଆରବର ସାମ୍ବାଦିକ ଜମାଲ ଖସୋଗିଙ୍କୁ ହତ୍ୟା ପରେ ତାଙ୍କର ମୃତଦେହକୁ ନଷ୍ଟ କରିବାକୁ ଏକ ଭୟଙ୍କର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏ ସମ୍ପର୍କରେ ଅଲ ଜଜିରାର ଏକ ରିପୋର୍ଟ ରିପୋର୍ଟରୁ ଜଣାପଡିଛି। ରିପୋର୍ଟ ଅନୁସାରେ ଅନୁସାରେ ଖସୋଗିଙ୍କୁ ହତ୍ୟା ପରେ ତାଙ୍କର ମୃତଦେହକୁ ଏକ ବଡଧରଣର ଭାଟିରେ ପୋଡି ଦିଆଯାଇଥିଲା। ଖସୋଗିଙ୍କ ମୃତଦେହକୁ ଛୋଟ ଛୋଟ ଖଣ୍ଡରେ କାଟି ବ୍ୟାଗରେ ଭର୍ତ୍ତି କରି ଏହି ଭାଟିକୁ ଅଣାଯାଇଥିଲା।

ଅଲଜଜରିରା ଏହି ବିଶାଳ ଭାଟିକୁ ତିଆରି କରିବା କରିଥିବା ଜଣେ ମଜୁରିଆଙ୍କର ଇଣ୍ଟରଭ୍ୟୁ ନେଇଥିଲା। ବ୍ୟକ୍ତି ଜଣକ କହିଥିଲେ ସାଉଦି ଅଧିକାରୀଙ୍କ ନିର୍ଦେଶ ମିଳିବା ପରେ ଏହି ଭାଟିକୁ ତିଆରି କରିଥିଲେ। ଏହା ଖୁବ୍ ଗଭୀର ହୋଇଥିବା ବେଳେ ତାକୁ ଏତେ ମଜୁବତ ଭାବରେ ତିଆରି କରାଯାଇଥିଲା ଯେ ତାହା ୧୦୦୦ ଡିଗ୍ରୀର ତାପମାତ୍ର ଯେପରି ସହି ପାରିବ। ଏହି ଭାଟିରେ ଧାତୁକୁ ମଧ୍ୟ ତରଳେଇ ଦେବାର କ୍ଷମତା ଥିଲା। ତାଙ୍କର ହତ୍ୟା ତୁର୍କିର ଇସ୍ତାନବୁଲ ସହର ସ୍ଥିତ ସାଉଦି ଦୂତାବାସରେ କରାଯାଇଥିଲା। ଖସୋଗିଙ୍କ ହତ୍ୟା ତୁର୍କୀର ଇସ୍ତାନବୁଲ ସହର ସ୍ଥିତ ସାଉଦି ଦୂତାବାସରେ କରାଯାଇଥିଲା। ଖସୋଗିଙ୍କ ମୃତଦେହକୁ ଜଳାଇବା ପରେ ଏହି ଭାଟିରେ ମାଂସ ପକାଯାଇଥିଲା। ଯେପରି ପୁରୁଣା ପ୍ରମାଣ ଗୁଡିକୁ ନଷ୍ଟ କରିହେବ। ରିପୋର୍ଟରେ କୁହାଯାଇଛି।ତୁର୍କୀର ଅଧିକାରୀମାନେ ସାଉଦି ଦୂତାବାସର ଜଣେ ଅଧିକାରୀଙ୍କ ଘରେ ଜଳୁଥିବା ଭାଟିର ଯାଞ୍ଚ କରିଥିଲେ।

source: https://www.aljazeera.com
ତୁର୍କୀର ଅଧିକାରୀଙ୍କ କହିବା ଅନୁସାରେ ରକ୍ତ ଛିଟା ସାଉଦି କାଉନସିଲ କାର୍ଯ୍ୟାଳୟର କାନ୍ଥରେ ଲାଗିଥିଲା। ଯାହାଫଳରେ ଏହି କାନ୍ଥକୁ ମଧ୍ୟ ପୁଣିଥରେ ପେଣ୍ଟ କରାଯାଇଛି। ଏହି ରିପୋର୍ଟକୁ ଖସୋଗିଙ୍କ ତୁର୍କୀସ୍ଥିତ ବନ୍ଧୁ ଓ ନେତାଙ୍କ ଇଣ୍ଟରଭ୍ୟୁକୁ ଆଧାର କରି ପ୍ରସ୍ତୁତ କରାଯାଇଛି। ଖସୋଗି ସାଉଦି ଆରବର ପ୍ରସିଦ୍ଧ ସାମ୍ବାଦିକ ଥିଲେ। ସେ କ୍ରାଉନ ପ୍ରିନ୍ସଙ୍କର ବଡ ସମାଲୋଚକ ଥିଲେ। ୨ ଅକ୍ଟୋବର ୨୦୧୮ରେ ସେ ତୁର୍କୀର ରାଜଧାନୀ ଇସ୍ତାନବୁଲ ସ୍ଥିତ ସାଉଦି ଦୂତାବାସରେ କିଛି କାଗଜପତ୍ର କାମ କରିବାକୁ ଯାଇଥିଲେ। ଯାହାଫଳରେ ସେ ତୁର୍କୀରେ ଥିବା ତାଙ୍କର ପ୍ରେମିକା ହୋଷ୍ଟିସ୍ କେଙ୍ଗିଜଙ୍କୁ ବିବାହ କରିପାରିବେ।