ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଖିମଜୀ ଗ୍ରୁପର ସଦସ୍ୟ

ଭୁବନେଶ୍ୱର – କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ସାରା ରାଜ୍ୟବାସୀ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଅପରାହ୍ନ ୫ଟା ୩୦ ସମୟରେ ସାରା ରାଜ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ଏଥିରେ ସାମିଲ ହୋଇଛନ୍ତି ଖିମଜୀ ଗ୍ରୁପର ସଦସ୍ୟ ।

ଭୁବନେଶ୍ୱର ମୁଖ୍ୟାଳୟ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଖିମଜୀର ଶାଖାରେ କର୍ମଚାରୀମାନେ ଶନିବାର ଅପରାହ୍ନ ୫ଟା୩୦ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।


କର୍ପୋରେଟ୍‌ କାର୍ଯ୍ୟାଳୟ ସହ ଭୁବନେଶ୍ୱର, କଟକ , ବ୍ରହ୍ମପୁର ଓ ରାଉରକେଲା ଶାଖାରେ ରାଜ୍ୟ ସଙ୍ଗୀତକୁ କରୋନା ଯୋଦ୍ଧାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଗାନ କରାଯାଇଥିଲା । ଖିମଜୀ ଗ୍ରୁପର ନିର୍ଦେଶକ ମିତେଶ ଖିମଜୀ ଓ ସୁମୀତ ଖିମଜୀଙ୍କ ତତ୍ୱାବଧାନରେ ରାଜ୍ୟ ସଙ୍ଗୀତ ଗାନ କରାଯାଇଥିଲା ।

   ସମ୍ବନ୍ଧିତ ଖବର


ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ବିହାର ବ୍ୟାଟେଲ୍ – ପ୍ରଚାର ହାୱାରେ କମ୍ପୁଛି ରଣଭୂମି, ୧୦ ତାରିଖରେ ଆସିବ ବିହାର ଜନତାଙ୍କ ରାୟ

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ

ସମ୍‌ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ପ୍ଲାଷ୍ଟିକ୍‌ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି