ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ଚର୍ଚ୍ଚାରେ ରାକେଶଙ୍କ ବ୍ୟାଟେରୀ ଚାଳିତ ସାଇକେଲ : ୩ ଘଣ୍ଟା ଚାର୍ଜ କଲେ ଗଡ଼ିବ ୪୦ କିମି, ମୋବାଇଲ ଚାର୍ଜ ବ୍ୟବସ୍ଥା ମଧ୍ୟ ରହିଛି

ବେଗୁନିଆ ୨୨।୧୧ : ଦେଖିବାକୁ ସାଇକେଲ, କିନ୍ତୁ କାମ ବାଇକ୍‌ ଭଳି । ଷ୍ଟାର୍ଟ ହେଉଛି, ହର୍ଣ୍ଣ ବାଜୁଛି ଓ ଆକ୍ସିଲେଟର ମୋଡ଼ିଲେ ମୋଟରସାଇକେଲ ଭଳି ଆଗକୁ ଗଡୁଛି । ବଡ଼ କଥା ହେଲା ଏଥିପାଇଁ ପେଟ୍ରୋଲ କିମ୍ବା ଡିଜେଲ ଆବଶ୍ୟକ ହେଉନାହିଁ । ଏହା ବ୍ୟାଟେରୀରେ ଚାଲୁଛି । ତେଣୁ ଶବ୍ଦ ଓ ବାୟୁ ପ୍ରଦୂଷଣ ହେବାର ନାହିଁ ।

ଏଭଳି ନିଆରା ସାଇକେଲ ଉଦ୍ଭାବନ କରିଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ଗ୍ରାମର ରାକେଶ କୁମାର ଦାସ । ରାକେଶଙ୍କ ପିଲାଦିନ ବହୁ ଘାତପ୍ରତିଘାତ ମଧ୍ୟରେ କଟିଛି । ପିଲାବେଳୁ ସେ ମା’ଙ୍କୁ ହରାଇଥିଲେ । ତାଙ୍କ ବାପା ସନ୍ତୋଷ କୁମାର ପଟ୍ଟନାୟକ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଫଳ ବ୍ୟବସାୟ କରନ୍ତି । ତେଣୁ ଜେଜେ ବାପା ଓ ଜେଜେ ମା’ଙ୍କ କୋଳରେ ବଢିଛନ୍ତି ରାକେଶ । ଏବେ ସେ ହଳଦିଆ କଲେଜର ଯୁକ୍ତ ୨ କଳା ବିଭାଗର ଛାତ୍ର । ପାଠପଢା ସହ ବୈଦ୍ୟୁତିକ ଉପକରଣକୁ ନେଇ କିଛି ନୂଆ କରିବାର ଇଛା ପିଲାଟି ବେଳୁ ତାଙ୍କ ମନରେ ରହିଆସିଛି । ତେଣୁ ତାଙ୍କର ପ୍ରବଳ ଇଚ୍ଛାଶକ୍ତି ଆଗରେ ଦାରିଦ୍ର‌୍ୟତା ହାର ମାନିଛି ।

ସାଙ୍ଗସାଥିଙ୍କଠାରୁ ଟଙ୍କା ଉଧାର ଆଣି ସେ ବ୍ୟାଟେରୀ ଚାଳିତ ସାଇକେଲ ଉଦ୍ଭାବନ କରିବାରେ ସମର୍ଥ ହୋଇଛନ୍ତି । ଏହି ସାଇକେଲରେ ବ୍ୟବହୃତ ବ୍ୟାଟେରୀ ୩ ଘଣ୍ଟା ଚାର୍ଜ ହେଲେ ୩୫ ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ିପାରିବ । ଯଦି ବ୍ୟାଟେରୀରୁ ଚାର୍ଜ ସରିଯାଏ, ତେବେ ପେଡାଲ ମାରି ଯାଇହେବ । ଏହି ସାଇକେଲ ଉଦ୍ଭାବନ ପାଇଁ ସେ ଲିଥିୟନ ଆୟନ ବ୍ୟାଟେରୀ, ୧୨ଭୋଲ୍ଟର ୨ଟି ବ୍ୟାଟେରୀ ସହ ୨୫୦ ଓୟାଟର ଗିୟର ମୋଟର, ହେଡଲାଇଟ, ହର୍ଣ୍ଣ, ଆକ୍ସିଲେଟର, ବ୍ରେକ ଆଦି ବ୍ୟବହାର କରିଛନ୍ତି । ଏଥିସହ ଏଥିରେ ମୋବାଇଲ ଚାର୍ଜ କରିବାର ସୁବିଧା ମଧ୍ୟ ରହିଛି ।

ଏଥିପାଇଁ ତାଙ୍କୁ ମୋଟ୍‌ ୬ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ଦୀର୍ଘ ୧ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରି ରାକେଶ ଏହି ନୂତନ ଉଦ୍ଭାବନ କରିଛନ୍ତି । ଜଣେ କଳା ବିଭାଗ ଛାତ୍ର ହୋଇଥିଲେ ମଧ୍ୟ ବୈଜ୍ଞାନିକ ଜ୍ଞାନ କୌଶଳ ଉପଯୋଗ କରି ଏଭଳି ସାଇକେଲ ଉଦ୍ଭାବନ କରିପାରିଥିବାରୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି । ସରକାରୀ ପ୍ରୋତ୍ସାହନ ମିଳିଲେ ରାକେଶ ଆହୁରି ଆଗକୁ ବଢିପାରିବେ ବୋଲି ଗ୍ରାମବାସୀ କହିଛନ୍ତି । ଆଗକୁ ସେ ସୋଲାର ସାଇକେଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ବିନା କୌଣସି ତାଲିମରେ ଏଭଳି ନିଆରା ଉଦ୍ଭାବନ କରିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାର ବାର୍ତ୍ତା ଦେଇ ରାକେଶ ଏବେ ଚର୍ଚ୍ଚାକୁ ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.