PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠାରୁ ଡବ୍ଲ୍ୟୁଇଏଫ୍‌ ବାର୍ଷିକ ବୈଠକ, ଜଳବାୟୁ ପରିବର୍ତ୍ତନ ଉପରେ ହେବ ଆଲୋଚନା: ଏଜେଣ୍ଡାରେ ବିଶ୍ୱ ଆର୍ଥିକ ସୁଧାର
  • ||
  • ଭୁବନେଶ୍ଵର: ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୫ ଜଣ କରୋନା ପଜିଟିଭ
  • ||
  • ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍‌, କଟକ କ୍ରାଇମବ୍ରାଞ୍ଚ୍‌ରେ ଦେଲେ ଏତଲା
  • ||
  • ବ୍ରହ୍ମଗିରି: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଡ୍ରାଇଭର୍ ସମେତ ୨ ମୃତ
  • ||
  • ସରିଲା ଆବେଦନ, ଜୁଲାଇ ୧୭ରେ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ୧୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ପୁଣି ବିବାଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରାତି ଅଧିଆ ହେଲା ଜିପିଆର୍‌ଏସ୍ ସର୍ଭେ
  • ||
  • ଦେଶବ୍ୟାପୀ ଖାଉଟିଙ୍କୁ ବଡ ଆଶ୍ବସ୍ତି: ପେଟ୍ରୋଲ ୯.୫୦ ଏବଂ ଡିଜେଲ ଲିଟର ପ୍ରତି କମିଲା ୭ଟଙ୍କା
  • ||
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ଜେଲ୍ ଗଲା ଖ୍ରୀଷ୍ଟଚର୍ଚ୍ଚ ଆକ୍ରମଣକାରୀ

ଖ୍ରୀଷ୍ଟଚର୍ଚ୍ଚ, ୧୬ ।୩(ଏଜେନ୍ସି): ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଦୁଇଟି ମସ୍‌ଜିଦ୍‌ରେ ଗତକାଲି ଗୁଳିକରି ୪୯ ଜଣଙ୍କୁ ହତ୍ୟା କରିଥିବା ଅଷ୍ଟ୍ରେଲୀୟ ଆତଙ୍କବାଦୀ ବ୍ରେଣ୍ଟନ ହାରିସନ ଟାରାଣ୍ଟକୁ ଆସନ୍ତା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇ ଦିଆଯାଇଛି । ଗତକାଲି ତାକୁ ଗିରଫ କରାଯିବା ପରେ ତା ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । ଆଜି ଖ୍ରୀଷ୍ଟଚର୍ଚ୍ଚର ଏକ ସ୍ଥାନୀୟ କୋର୍ଟରେ ତାକୁ ହାଜର କରାଯାଇଥିଲା । ଧଳା ପ୍ରିଜିନ ସୁଟ୍‌ ପରିଧାନ କରିଥିବା ତଥା ଖାଲିପାଦରେ ହାତକଡା ପଡିଥିବା ଅବସ୍ଥାରେ ବ୍ରେଣ୍ଟନକୁ ଦୁଇଜଣ ପୁଲିସ ଅଧିକାରୀ କୋର୍ଟରେ ହାଜର କରାଇଥିଲେ । କୋର୍ଟରୁମ୍‌ ଶୁଣାଣି ସମୟରେ ସେ ନିରବରେ ଠିଆ ହୋଇରହିଥିଲା । ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ କୋର୍ଟରୁମ୍‌ର ଗ୍ୟାଲେରିରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଆଡକୁ ଅନାଇ ମୁରୁକି ହସିଥିଲା । ତେବେ ତାର ଓକିଲ ଜାମିନ ପାଇଁ କୌଣସି ଆବଦେନ କରିନଥିଲା ।
ଫଳରେ କୋର୍ଟ ତାକୁ ଜେଲ୍‌କୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୫ ତାରିଖରେ ସାଉଥ ଆଇଲାଣ୍ଡ ସିଟି ହାଇକୋର୍ଟରେ ତାକୁ ହାଜର କରାଯିବ । ଗତକାଲିର ଏହି ଗଣହତ୍ୟା ପରଠାରୁ ୯ଜଣ ଭାରତୀୟ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୭ ଜଣ ଭାରତୀୟ ହୋଇଥିଲା ବେଳେ ୨ ଜଣ ହେଉଛନ୍ତି ପିଓଆଇ (ପର୍ସନ ଅଫ ଇଣ୍ଡିଆନ ଅରିଜିନ) । ସେମାନଙ୍କ ସମ୍ପର୍କରେ ତଲାସ କରାଯାଉଛି । ନ୍ୟୁଜିଲାଣ୍ଡ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରଖାଯାଇଛି ବୋଲି ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ହାଇକମିଶନର ସଞ୍ଜୀବ କୋହଲି ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଅପରପକ୍ଷରେ ଏଆଇଏମ୍‌ଆଇଏମ୍‌ ନେତା ଆସଦୁଦ୍ଦିନ ଓୱେସୀ କହିଛନ୍ତି କି ଏହି ଆକ୍ରମଣରେ ଦୁଇଜଣ ଭାରତୀୟ ପ୍ରାଣ ହରାଇଥିଲା ବେଳେ ଅନ୍ୟ ଜଣେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ସେମାନେ ସମସ୍ତେ ହାଇଦ୍ରାବାଦ ଅଞ୍ଚଳର ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର