ବଲାଙ୍ଗିର: ଉଦଯାପିତ ହେଲା ଖୁଦୁରକୁଣୀ ଓଷା, ଆଜି ଭସାଣି ଯାତ୍ରା

ବଲାଙ୍ଗିର ୯/୯: ସାରା ରାଜ୍ୟରେ ଗୋଟିଏ ମାସ ଧରି ବ୍ରତଧରି ଓଷା ପାଳନ କରିଆସୁଥିଲେ କୁଆଁରି ଝିଅ । ମାଁ ମଙ୍ଗଳାଙ୍କୁ ପୂଜା କରି ଖୁଦୁରୁକୁଣୀ ଓଷା ପୂଜା କରିଆସୁଥିଲେ। ତେବେ ଗତ କାଲି ଶେଷ ହୋଇଛି ଏହି ପୂଜା । ଭାଇର ଦୀର୍ଘାୟୁ କାମନା ସହ ମାନସିକ ପୁରଣ ପାଇଁ ବିବାହିତ ଓ ଅବିବାହିତ ଝିଅ କରିଆସୁଥିଲେ ମାଁଙ୍କ ପୂଜା । ତେବେ ବେଶ ଧୁମଧାମରେ ପୂଜା କରିବା ସହ ଆଜି ମାଁଙ୍କୁ ଦେବେ ମେଳାଣି ।  

ବାଜୁଛି ଘଣ୍ଟ । ଚାଲିଛି ମାଁଙ୍କ ଆଳତୀ । କୁନି କୁନି ଝିଅ ଠାରୁ କୁଆଁରୀ ଝିଓ ପଡାବାସୀଙ୍କ ଜମିଛି ଗହଳି ଓ କରାଯାଉଛି ମାଁ ମଙ୍ଗଳାଙ୍କ ଆଳତୀ । ବଲାଙ୍ଗୀର ସହରରେ ସ୍ଥାନରେ ଏହି  ଦୃଶ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ଏକ ମାସ ଧରି ମାଁ ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା ପୂଜା କରାଯାଇଆସୁଥିଲା । ପିଠା, ମଣ୍ଡା ସହ ବିଭିନ୍ନ ମିଷ୍ଠାନ୍ନ ଓ ଫଳ ମାଁଙ୍କୁ ଭୋଗ ଲଗାଯିବା ସହ ଧୁପ ଦୀପ ଫୁଲ ଦେଇ କରାଯାଇଥାଏ ପୂଜା । ପ୍ରତିଦିନ ସକାଳୁ ଓ ସଂଞ୍ଜ ବେଳେ ମାଁଙ୍କ ପୂଜା କରିବା ସହ କରାଯାଇଆସୁଥିଲା ଆଳତୀ । ତେବେ ରହିଛି ଏହି ଖୁଦୁରୁକୁଣୀ ଓଷା ପୂଜା । ବେଶ ଭକ୍ତିମୟ ପରିବେଶରେ ନିଜ ଭାଇର ଦିର୍ଘାୟୁ କାମନା କରିବା ସହ ମାନସିକ ପୂରଣ ପାଇଁ ମାଁ ଙ୍କୁ ପୂଜା କରିଛନ୍ତି ଭକ୍ତ ।

ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରଥମ ରବିବାର ଠାରୁ ଏହି ଖୁଦୁରକୁଣୀ ଓଷା ପୂଜା ଆରମ୍ଭ ହୋଇଥାଏ। ତେବେ ସେବେଠାରୁ ପ୍ରତି ରବିବାର ଦିନ ଗୋଟିଏ ମାସ ପର୍ଯ୍ୟନ୍ତ ବ୍ରତଧରିବା ସହ ଓଷା କରିଥାନ୍ତି ଝିଅମାନେ । ଏ ଓଷା ଅବିବାହିତ ଝିଅ ମାନେ କରୁଥିବା ବେଳେ ବିବାହିତା ଝିଅମାନେ ମଧ୍ୟ ବଲାଙ୍ଗୀର ଜିଲ୍ଲାରେ କରିଆସୁଛନ୍ତି । ତେବେ ସହରର ରୂଗୂଡିପଡା, ବ୍ରାହ୍ମଣପଡା, ତାଲପାଲି ପଡା, ମାଲପଡା ସହ ବିଭିନ୍ନ ସ୍ଥାନରେ ବିଭିନ୍ନ ପଡାର ଝିଅ ମିଶିକି ଗୋଟିଏ ସ୍ଥାନରେ ଝିଅମାନେ ପୂଜା କରିଥାନ୍ତି । ତେବେ ଗତ କାଲି ଏହାର ଶେଷ ପୂଜା ହୋଇଥିବା ବେଳେ ବେଶ ଧୁମଧାମରେ ଘଣ୍ଟବାଦ୍ୟ ସହ ମାଁଙ୍କ ଆଳତୀ କରି ପୂଜାର୍ଚନା କରିଛନ୍ତି ।

ମାସକର ବ୍ରତ ଶେଷ ହୋଇଥିବାବେଳେ ଆଜି ମାଁଙ୍କୁ ବିଦାୟ ଦିଆଯାଇଛି । ଘଣ୍ଟ ଆଦି ବାଦ୍ୟରେ ଶୋଭାଯାତ୍ରା କରିବା ସହ ହୋଇଛି ମାଁଙ୍କ ବିସର୍ଜନ।

   ସମ୍ବନ୍ଧିତ ଖବର


ରାସ୍ତାରେ ଛିଡ଼ା ହୋଇଥିବା ଗାଡିକୁ ପଛପଟୁ ଧକ୍କା ଦେଲା ବୋଲେରୋ, ଡ୍ରାଇଭର ଗୁରୁତର…

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ

ବଲାଙ୍ଗୀର ପୋଲିସ୍‌ ହାତରେ ବଡ ଲୁଟେରା ଗ୍ୟାଙ୍ଗ, ୩ ବାଇକ୍ ଓ ପିସ୍ତଲ ସମେତ ଅଫୁଟା ଗୁଳି ଜବତ…

ଦିନ ଦ୍ୱିପ୍ରହରେ ଲୁଟ୍, ସାଢେ ୩ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

କରୋନା ବଦଳାଇଦେଲା ଜୀବନ ଜୀବିକା, କାଲି ଯେ’ ସିଭିଲ ଇଂଜିନିୟର, ଆଜି ସେ’ ଦିନ ମଜୁରିଆ…

ବେସାହାରା ତୁଳସୀକୁ ମିଳିଗଲେ ବାପା- ମା’, ଔପଚାରିକତା ପୂରଣ କରି ସିଡବ୍ଲ୍ୟସି ଠାରୁ ଶିଶୁକୁ କୋଳେଇ ନେଲେ ବେଙ୍ଗାଲୁରୁ ଦମ୍ପତି