ଭାଇଙ୍କ ସୁଖ ମନାସୀ ଖୁଦୁରୁକୁଣୀ ଓଷା

ଶରତ ଋତୁର ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଖୁଦୁରୁକୁଣୀଙ୍କୁ ପୂଜା କରାଯାଏ । କୁମାରୀକନ୍ୟା ଓ ନବବିବାହିତ ବଧୂମାନେ ଭାଇଙ୍କର ସୁଖମନାସୀ ଏହି ଓଷା କରନ୍ତି । ଏହି ପୂଜାରେ ସିଂହବାହିନୀ ମଙ୍ଗଳାଙ୍କୁ ପୂଜା କରାଯାଏ । ସେଦିନ କୁମାରୀମାନେ ପ୍ରାତଃକାଳରେ ଶଯ୍ୟା ତ୍ୟାଗକରି ବିଭିନ୍ନ ପ୍ରକାର ଫୁଲ ତୋଳନ୍ତି ।

ଏହାପରେ ନଦୀ ବା ପୁଷ୍କରଣୀରେ ସ୍ନାନ କରି ସେଠାରେ ମାଟିରେ ଗୋଟିଏ ଦେଉଳ ତିଆରି କରି ବଜ୍ରମୂଳୀ ଦାନ୍ତକାଠି ପୋତି ଫୁଲରେ ସଜାଇ ପୂଜା କରନ୍ତି । ଏହାପରେ ଘରକୁ ଆସି ଲୁଣ ନ ପକାଇ ଅଢ଼େଇ ଗୁଣ୍ଡା ପଖାଳ ଭାତ ଖାଆନ୍ତି । ଏହାପରେ ଲୁଣ ପକାଇ ଖାଆନ୍ତି । ଝିଅମାନେ ମେଳି ହୋଇ ଫୁଲ ହାର ତିଆରି କରନ୍ତି । ଢିଙ୍କିଶାଳ ଅବା ଘରର ଏକ କୋଣକୁ ଲିପିପୋଛି ସଜାଯାଏ । ଝୋଟି ଚିତା ଆଦି ଦିଆଯାଏ ।

ସନ୍ଧ୍ୟାରେ ପୂଜା ଆରମ୍ଭ କରି ଖୁଦୁରୁକୁଣୀ ବ୍ରତ ପୁରାଣ ପଢ଼ାଯାଏ । ଶେଷରେ ମଙ୍ଗଳାଙ୍କଠାରେ ଭୋଗ ଲଗାଯାଏ ।

   ସମ୍ବନ୍ଧିତ ଖବର


ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍‌ – ଅଧ୍ୟୟନ

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ବଦଳି ଯାଇଛି କି ହ୍ରିତିକ୍ ରୋଶନଙ୍କ ଚେହେରା ? ସେୟାର କଲେ ଫଟୋ

କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମାର ମହତ୍ତ୍ୱ

ଇଏ କଣ ଶାହାରୁଖ ଖାନ୍‌ଙ୍କର ‘ପଠାନ୍‌’ ଲୁକ୍‌ ? କିଙ୍ଗ୍‌ ଖାନଙ୍କର ନୂଆ ଫିଲ୍ମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ #Pathan

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା