PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

ଶ୍ରୀଦେବୀଙ୍କ ଝିଅ ଖୁସି କପୁରଙ୍କର ଭିଡ଼ିଓ ଭାଇରାଲ , କହିଲେ –ହିନ୍ଦୀରେ ଗୋଟିଏ ଗାଳି ଶୁଣାଇବି ତ …

ନୂଆଦିଲ୍ଲୀ – ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କର ଝିଅ ତଥା ଜାହ୍ନବୀ କପୁରଙ୍କର ଛୋଟ ଭଉଣୀ ଖୁସି କପୁରଙ୍କୁ ନେଇ ଏବେ ଚର୍ଚ୍ଚା ।  କିଛି ଦିନ ପୂର୍ବରୁ ସେ ନିଜର ଇନଷ୍ଟାଗ୍ରାମ ପେଜ୍‌କୁ ପବ୍ଲିକ୍‌ କରିବା ପରେ ସୋସିଆଲ ମିଡ଼ିଆରେ ଖୁବ୍‌ ଆକ୍ଟିଭ୍‌ ଥିବା ନଜର ଆସୁଛନ୍ତି  । ନିକଟରେ ତାଙ୍କର ଏକ ଭିଡ଼ିଓ  ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି ।

ଏହି ଭିଡ଼ିଓରେ ଖୁସି କପୁର ରାଣୀ ମୁଖର୍ଜୀଙ୍କର ଫିଲ୍ମର ଡାଏଲଗ୍‌ କହିବାର ନଜର ଆସୁଛି । ଭିଡ଼ିଓରେ ଖୁସି  ନିଜର ବେଷ୍ଟ ଫ୍ରେଣ୍ଡଙ୍କ ସହ ଏହି ଡାଇଲଗ୍‌ରେ ଜବରଦସ୍ତ ଏକ୍ସପ୍ରେସନ୍ସ ଦେଉଛନ୍ତି ।

ଭିଡ଼ିଓରେ ଖୁସି କପୁରଙ୍କର ସାଙ୍ଗ କହୁଛନ୍ତି , ୟୁ ୱିଚ୍‌ , ଏହା ପରେ ଖୁସି କହୁଛନ୍ତି , ଏହି ଇଂରାଜିର ଗାଳି  ନିଜ ପାଖରେ ହିଁ ରଖ , ହିନ୍ଦୀରେ ଗୋଟିଏ ଗାଳି ଶୁଣାଇବି, ତ ପୁରା ପରିବାର କବରରୁ ବାହାରି ଆସିବେ ।  

ଉଲ୍ଲେଖନୀୟ ଯେ, ଏହି ଭିଡ଼ିଓକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି । ଆଉ ଅନେକ କମେଣ୍ଟ ମଧ୍ୟ ଆସିଛି ।

ସମ୍ବନ୍ଧିତ ଖବର