PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ରାଜଧାନୀରେ ଫେଲ୍ ମାରିଛି ‘ଖୁସି’ ଯୋଜନା: ବିଏମ୍‌ସି ଗୋଦାମରେ ଖତ ଖାଉଛି ସାନିଟାରୀ ନାପ୍‌କିନ୍‌

ଭୁବନେଶ୍ୱର ୨୩/୧୨: ସ୍କୁଲ କଲେଜରେ ପଢୁଥିବା ଛାତ୍ରୀଙ୍କ ଜୀବନକୁ ବିପଦମୁକ୍ତ କରିବା ସହିତ କିଶୋରୀ ସ୍ୱାସ୍ଥ୍ୟ ପାଇଁ ସରକାର ଆରମ୍ଭ କଲେ ‘ଖୁସି’ । ନିଜେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କଲେ । ଏଥିରେ ସରକାର ସବୁ ସ୍କୁଲ ଛାତ୍ରୀଙ୍କୁ ସାନିଟାରୀ ନାପ୍‌କିନ୍‌ ଯୋଗାଇ ଦେବାକୁ ବ୍ୟବସ୍ଥା କଲେ । ‘ଖୁସି’ ଯୋଜନା ସାରା ରାଜ୍ୟରେ ଆଦୃତ ହେଲା। ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ଉଦାହରଣ ପାଲଟିଲା । ସବୁଆଡୁ଼ ବାଃ ବାଃ ମିଳିଲା । କିନ୍ତୁ କିଛି ଅଫିସର୍‌ଙ୍କ ମନମାନି ପାଇଁ ରାଜଧାନୀରେ ହିଁ ଏ ଯୋଜନା ପୂରା ଫେଲ୍‌ ମାରିଛି । ଏକଥା ନୁହେଁ ଯେ, ସରକାରଙ୍କ ପାଖରେ ସାମଗ୍ରୀ ନାହିଁ କି ଠିକ୍‌ ସମୟରେ ସରକାର ନାପକିନ୍‌ ଯୋଗାଇ ନାହାନ୍ତି । ବରଂ ଟ୍ରକ୍‌ ଟ୍ରକ୍‌ ନାପ୍‌କିନ୍‌ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୋଦାମରେ ମାସ ମାସ ଧରି ଖତ ଖାଉଛି । ଏପଟେ କିନ୍ତୁ ପିଲାଙ୍କ ପାଖରେ ଗୋଟିଏ ବି ନାପ୍‌କିନ୍‌ ପହଞ୍ଚିପାରିନି । ବିଏମ୍‌ସିରେ ହିଁ ‘ଖୁସି’ ଫସି ଯାଇଛି ।

ଗତବର୍ଷ ଫେବ୍ରୁଆରୀ ୨୬ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା । ଯୋଜନା ଅନୁସାରେ ରାଜ୍ୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନାପ୍‌କିନ୍‌ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହେଲା। ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କୁ ବର୍ଷକୁ ୧୮ଟି ଲେଖାଏଁ ନାପ୍‌କିନ୍‌ ଯୋଗାଇବାର ବ୍ୟବସ୍ଥା ହେଲା । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ସରକାର ନାପ୍‌କିନ୍‌ କିଣି ୩୧୪ଟି ବ୍ଲକ୍‌ ଓ ୫ଟି ମହାନଗର ନିଗମକୁ ବଣ୍ଟନ କଲେ । ସବୁ କେନ୍ଦ୍ରକୁ ମଧ୍ୟ ଠିକ୍‌ ସମୟରେ ନାପ୍‌କିନ୍‌ ପହଞ୍ଚିଲା । ଗ୍ରାମାଞ୍ଚଳରେ ଛାତ୍ରୀମାନେ ୬ମାସ ଧରି ସାନିଟାରୀ ନାପ୍‌କିନ୍‌ ପାଇଲେ । ହେଲେ ରାଜଧାନୀରେ କିଶୋରୀମାନଙ୍କ ପାଖରେ ଏପର୍ଯ୍ୟନ୍ତ ଏହା ପହଞ୍ଚିପାରିଲାନି । ବିଏମ୍‌ସି ଗୋଦାମରେ ହିଁ ନାପକିନ୍‌ ଗଦା ହୋଇ ରହିଲା ।

ଆଇଆର୍‌ସି ଭିଲେଜ୍‌ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଦୌ ସାନିଟାରୀ ନାପ୍‌କିନ୍‌ ପହଞ୍ଚିନି । ଛାତ୍ରୀମାନେ ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । କେବଳ ଆଇଆର୍‌ସି ଭିଲେଜ୍‌ ନୁହେଁ ନୂଆପଲ୍ଲୀରେ ଥିବା ସୟଦ ମମତାଜ୍‌ ଅଲ୍ଲୀ ସ୍କୁଲରେ ଏବର୍ଷ ଛାତ୍ରୀମାନଙ୍କୁ ନାପ୍‌କିନ୍‌ ଦିଆଯାଇନି । ସ୍କୁଲରେ ବିଏମ୍‌ସି ପକ୍ଷରୁ ଏହାକୁ ବଣ୍ଟାଯାଇ ନାହିଁ ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି । ଅନ୍ୟ ଏକ ଏନ୍‌ଜିଓ ପକ୍ଷରୁ ଏହି ସ୍କୁଲରେ ସାନିଟାରୀ ନାପ୍‌କିନ୍‌ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି । ଏହା ବ୍ୟତୀତ ରାଜଧାନୀର ଅନ୍ୟାନ୍ୟ ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ବି ନାପ୍‌କିନ୍‌ ମିଳିନାହିଁ ।

ଏସମ୍ପର୍କରେ ସାନିଟାରୀ ନାପ୍‌କିନ୍‌ ବଣ୍ଟନ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ସଂଘମିତ୍ରା ବେହେରା କହିଛନ୍ତି, ଆମେ ଗୋଟିଏ ଗୋଟିଏ ସ୍କୁଲକୁ କଭର୍‌ କରିଛୁ । ପ୍ରାୟ ୫୦ ପ୍ରତିଶତ ସ୍କୁଲରେ ବଣ୍ଟାଯାଇଛି । ଅନ୍ୟ ସ୍କୁଲରେ ଖୁବଶୀଘ୍ର ବଣ୍ଟନ କରାଯିବ।

ଅନ୍ୟପକ୍ଷରେ, ନାପ୍‌କିନ୍‌ କିଣି ଯୋଗାଇବାର ଦାୟିତ୍ୱ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ରାଜ୍ୟ ଔଷଧ ନିଗମ ଉପରେ ରହିଛି । ପ୍ରଥମ ପର୍ଯ୍ୟାୟ ପରେ ନିଗମ କର୍ତ୍ତୃପକ୍ଷ ଦ୍ୱିତୀୟ ପର୍ଯ୍ୟାୟରେ ସାନିଟାରୀ ନାପ୍‌କିନ୍‌ କିଣିବାପାଇଁ ଟେଣ୍ଡର ଆହ୍ୱାନ କରିଥିବା ଜଣାପଡିଛି । ଖୁବ୍‌ଶୀଘ୍ର ଏହାକୁ ବିଭିନ୍ନ କେନ୍ଦ୍ରକୁ ପଠାଯିବ । ହେଲେ ପ୍ରଥମ ପର୍ଯ୍ୟାୟ ନାପ୍‌କିନ୍‌ ଏପର୍ଯ୍ୟନ୍ତ ରାଜଧାନୀରେ ଥିବା ଅନେକ ସ୍କୁଲରେ ପହଞ୍ଚିଲାନି । ଯଦି ଦ୍ୱିତୀୟ ପର୍ଯ୍ୟାୟ ନାପ୍‌କିନ୍‌ ଆସିବ ତେବେ ଏହା କେଉଁଦିନ ଛାତ୍ରୀଙ୍କୁ ବଣ୍ଟନ କରାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।