୨୫,୦୦୦ ଟଙ୍କାରେ ବୁକ୍ କରନ୍ତୁ କିଆ ସୋନେଟ୍: ସମସ୍ତଙ୍କୁ ଦିୱାନା କରିବା ଭଳି ରହିଛି ଫିଚର୍ସ

ନୂଆଦିଲ୍ଲୀ ୨୦/୮: ଯଦି ଆପଣ ମଧ୍ୟ କିଆ ମୋଟର୍ସର ସବ୍ କମ୍ପାକ୍ଟ ଏସୟୁଭି କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପ୍ରତୀକ୍ଷା ସମାପ୍ତ ହେବାକୁ ଯାଉଛି । କିଆ ମୋଟର୍ସ ଏହାର ବୁକିଂ ତାରିଖ ଘୋଷଣା କରିଦେଇଛି । ଏହାର ପ୍ରି-ବୁକିଂ ଆପଣ ୨୦ ଅଗଷ୍ଟ ଅର୍ଥାତ୍ ଆଜିଠୁ କରିପାରିବେ । ଏହାର ବୁକିଂ ପାଇଁ ଆପଣଙ୍କୁ ୨୫,୦୦୦ ଟଙ୍କାର ଟୋକନ ରାଶି ଦେବାକୁ ପଡିବ । ଆପଣ ଆଜି ହିଁ କିଆ ମୋଟର୍ସର ସମସ୍ତ ଅଫିସିଆଲ୍ ଡିଲରସିପ୍ କିମ୍ବା କମ୍ପାନୀର ୱେବସାଇଟରେ ଯାଇ ଏହି କାରର ପ୍ରି ବୁକିଂ କରିପାରିବେ । କିଆ ୭ ଅଗଷ୍ଟରେ ସୋନେଟର ପ୍ରଡକ୍ସନ ମଡେଲର ଗ୍ଲୋବାଲ୍ ପ୍ରିମିୟର କରିଥିଲା । ଏବଂ କମ୍ପାନୀ ଆଗାମୀ ମାସରେ ଏହାକୁ ଲଞ୍ଚ୍ କରିବ ।

ଭାରତରେ ପ୍ରସ୍ତୁତ ହେବ Kia Sonet
ଏହାର ଖାସ୍ କଥା ହେଉଛି ଏହା ଭାରତରେ ହିଁ ନିର୍ମାଣ ହେବ । ଏହାର ଉତ୍ପାଦନ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ପ୍ଲାଣ୍ଟରେ କରାଯାଉଛି । ଏହାର ବିକ୍ରି ମଧ୍ୟ ପ୍ରଥମେ ଭାରତରେ ହିଁ ହେବ । ଏହାପରେ ବିଶ୍ୱର ଅନ୍ୟ ଦେଶମାନଙ୍କୁ ବିକ୍ରି ହେବ ।କିଆ ସୋନେଟ୍ ତିନୋଟି ଇଞ୍ଜିନ୍ ବିକଳ୍ପ ସହିତ ଆସିବ | ଏହାର ୧.୦ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ଡିସିଟି ଏବଂ ମାନୁଆଲ୍ ଟ୍ରାନ୍ସମିସନ୍ ମିଳିବ । ଏଥି ସହିତ, ୧.୨ଲିଟର ଇଣ୍ଟେଲିଜେଣ୍ଟ ମାନୁଆଲ ଟ୍ରାନ୍ସମିସନ ଏବଂ ୧.୫ ଲିଟର ଡିଜେଲ ଇଞ୍ଜିନରେ ୬-ସ୍ପିଡ୍ ମାନୁଆଲ୍ ଏବଂ ଅଟୋମେଟିକ୍ ଟ୍ରାନ୍ସମିସନ ମିଳିବ । ଡିଜେଲ ଇଞ୍ଜିନରେ ଅଟୋମେଟିକ୍ ସ୍ୱୟଂଚାଳିତ ପାୱାର୍ ଟ୍ରେନ୍ ମିଳିବ ଯାହା ହୁଣ୍ଡାଇ ଭେନ୍ୟୁରେ ଉପଲବ୍ଧ ନାହିଁ ।

ଫିଚର୍ସ
ସେଲ୍ଟସ ଭଳି କିଆ ସୋନେଟରେ ମଧ୍ୟ ଅନେକ ଫିଚର୍ସ ରହିବ । ଅତ୍ୟାଧୁନିକ ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ SUVରେ ଲାଟେଷ୍ଟ ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ୧୦.୨୫ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ ମିଳିବ । କାରରେ UVO କନେକ୍ଟେଡ୍ କାର୍ ଟେକ୍ନୋଲୋଜି ମିଳିବ ଯେଉଁଥିରେ ୫ ସେଗମେଣ୍ଟ ସିଷ୍ଟମରେ ୩୭ ଫିଚର୍ସ ମିଳିବ ।

ଦାମ୍
ଏହାର ଦାମ୍ ସମ୍ପର୍କରେ କିଛି ଖୁଲାସା ହୋଇନି କିନ୍ତୁ ଅନୁମାନ କରାଯାଉଛି ଦିଲ୍ଲୀରେ ଏହାର ଏକ୍ସ ଶୋ-ରୁମ୍ ଦାମ୍ ୮ ଲକ୍ଷରୁ ୧୩ ଲକ୍ଷ ଟଙ୍କା ମଧ୍ୟରେ ହେବ । ଲଞ୍ଚ୍ ହେବା ପରେ ଏହା ହୁଣ୍ଡ୍ୟାଇ ଭେନ୍ୟୁ, ଭିଟାରା ବ୍ରିଜା ଓ ମହିନ୍ଦ୍ରା XUV300କୁ ଟକ୍କର ଦେବ ।

   ସମ୍ବନ୍ଧିତ ଖବର


PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ବାଣିଜ୍ୟିକ ବେପାରକୁ ନେଇ ଚୀନ୍‌ର ରାଜନୀତି – ଅଷ୍ଟ୍ରେଲିଆ ବିରୋଧରେ ନେଲା ଦୃଢ଼଼ ପଦକ୍ଷେପ !

ଦେଶରେ ପୁଣି ବଢ଼ିଲା ବେକାରି ହାର, କମୁଛି ଶ୍ରମ ଯୋଗଦାନ ରେଟ୍